କରୋନା ବିରୋଧୀ ଲଢେଇରେ ଭାରତର ପ୍ରୟାସକୁ ପ୍ରଶଂସା କଲା WHO, କହିଲା ମହାମାରୀକୁ ହରାଇ ପାରିବେ ଭାରତୀୟ
4/04/2020 at 6:34 PM

ନ୍ୟୁୟର୍କ ୦୪।୦୪: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କରୋନା ଭାଇରସ୍ ମୁକାବିଲ ପାଇଁ ଭାରତର ଉଦ୍ୟମକୁ ପ୍ରଶଂସା କରିଛି। ୟୁରୋପ ଓ ଆମେରିକା ପରି ବିକଶିତ ଦେଶ ଯେଉଁଠି କରୋନାକୁ ଗମ୍ଭୀରତାର ସହ ନେଲେ ନାହିଁ ସେଠାରେ ଭାରତ ବହୁତ ଦ୍ରୁତ ଗତିରେ କରୋନା ମୁକାବିଲା ପାଇଁ କାମ କରିଛି। ଡବ୍ଲ୍ୟୁଏଚଓର ବିଶେଷ ପ୍ରତିନିଧି ଦଳ ଡ. ଡେଭିଡ୍ ନଓ୍ଵାରୋ ଦେଶରେ ଜାରି ଲକଡାଉନର ସମର୍ଥନ କରି କହିଛନ୍ତି ଯେ, ଭାରତରେ ଗ୍ରୀଷ୍ମ ଋତୁ ଓ ମାଲେରିଆ କାରଣରୁ ଭାରତର ଲୋକଙ୍କ ମଧ୍ୟରେ ଉନ୍ନତ ରୋଗ ପ୍ରତିରୋଧକ କ୍ଷମତା ରହିଛି ଏବଂ ଆଶା କରୁଛି ଯେ, ସେମାନଙ୍କ ଶରୀର କରୋନାକୁ ପରାଜିତ କରୁ।
ଡ ନଓ୍ଵାରୋ ମାଲେରିଆ ପ୍ରଭାବିତ ଅଞ୍ଚଳ ଓ ବିସିଜିର ଟୀକାର ପ୍ରଭାବ କମ ହେବା ପରି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ସେ କରୋନା ମୁକାବିଲା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଉଠାଯାଇଥିବା ବଳିଷ୍ଠ ପଦକ୍ଷେପର ପ୍ରଶଂସା ମଧ୍ୟ କରିଛନ୍ତି। ଲକଡାଉନକୁ ନେଇ ଲୋକଙ୍କୁ ହେଉଥିବା ସମସ୍ୟା ଉପରେ ସେ କହିଛନ୍ତି ଯେ, ହଇରାଣ ଯେତିକି ହେବ ସେତିକି ଶୀଘ୍ର ତ୍ରାହି ମିଳିବ।

ସେ କହିଛନ୍ତି ଯେ, ପୂରା ଦୁନିଆ ସଂପ୍ରତି ଅଦ୍ଭୁତପୂର୍ଣ୍ଣ ସଙ୍କଟର ସାମ୍ନା କରୁଛି। କରୋନାକୁ ଗମ୍ଭୀରତାର ସହ ନେଇଥିବା ଭାରତୀୟଙ୍କୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ନିରବତାରେ ହମଲା କରୁଥିବା ଏକ ଶତ୍ରୁ। ମୁଁ ଖୁସି ଯେ, ଭାରତ ତୁରନ୍ତ ଆକ୍ସନ ନେଇଛି। ସରକାରଙ୍କ ପୂରା କଳ ମିଶି କାମ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ସମସ୍ତେ ଏକାଠି ମିଶି କାମ କରୁଛନ୍ତି।
ସେ କହିଛନ୍ତି ଯେ, ଭାରତ ନିକଟରେ କରୋନା ମୁକାବିଲା ପାଇଁ ଅଦ୍ଭୁତ କ୍ଷମତା ରହିଛି। ଭାରତ କଠୋର ପଦକ୍ଷେପ ନେଇଛି। ଲୋକଙ୍କୁ ସଂକ୍ରମଣ ଓ ପ୍ରସ୍ତୁତିର ସୂଚନା ଦେଇଛି। ଅନ୍ୟ ଦେଶ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ନାହାନ୍ତି। ଭାରତୀୟ ଲୋକଙ୍କୁ କହିବାକୁ ଚାହୁଁଛି ଯେ, ସେମାନେ ମିଶି କି ମୁକାବିଲା କରନ୍ତୁ।