ଭାରତକୁ WHOର ପ୍ରଶଂସା, କହିଲା- 'ସରକାର କରୋନା ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି'

Published By : Prameya-News7 Bureau | January 05, 2021 IST

ନୂଆଦିଲ୍ଲୀ ୦୫।୦୧: ଭାରତରେ କରୋନା ଭାଇରସର ନିୟନ୍ତ୍ରଣ ପାଇଁ ସରକାର ଅନେକ ପଦକ୍ଷେପ ଉଠାଉଛନ୍ତି । ଏପରିକି ଆଉ କିଛି ଦିନ ପରେ ଭାରତରେ କରୋନା ଭାକସିନ୍‌ର ଟୀକାକରଣ ଆରମ୍ଭ ହେବ । ତେବେ ଏସବୁ ଭିତରେ ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରମୁଖ । କୋଭିଡ଼ ମୁକାବିଲାରେ  ଭାରତ ଉଠାଇଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛନ୍ତି । ଏପିରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟ ପ୍ରଶଂସା କରିଛନ୍ତି WHO ମୁଖ୍ୟ ।

wp:html /wp:html

WHO ମୁଖ୍ୟ ନିଜ ଟ୍ୱିଟ୍‌ରେ କହିଛନ୍ତି ଯେ, ଭାରତ କୋଭିଡ଼-୧୯ ଭାଇରସର ମୁକାବିଲା କରିବା ଏବଂ ଏହାକୁ ଶେଷ କରିବା ପାଇଁ ଅନେକ ନିର୍ଣ୍ଣାୟକ ପଦକ୍ଷେପ ଉଠାଇଛି । ବିଶ୍ୱର ସବୁଠାରୁ ଭାକ୍‌ସିନ୍ ଉତ୍ପାଦନ ପାଇଁ ଭାରତ ପୁରା ପ୍ରସ୍ତୁତ ରହିଛି । ଯଦି ଆମେ ସମସ୍ତେ ମିଶି କାମ କରିବା , ତେବେ ଏହି ଭାଇରସର ମୁକାବିଲାରେ ଆଉ ପାଦେ ଆଗକୁ ବଢିପାରିବା । ସେହିପରି ସମସ୍ତେ ଦେଶ ମିଳିତ ଭାବେ ଆମେ କରୋନା ଭାଇରସକୁ ନିପାତ କରିବା ପାଇଁ ଏକ ପ୍ରଭାବୀ ଭାକସିନ୍‌ ମଧ୍ୟ ପ୍ରସ୍ତୁତ କରିପାରିବା ।

ଏହାପୂର୍ବରୁ କରୋନାକାଳ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଅନେକ ଥର ପ୍ରଶଂସା କରିସାରିଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରାଯାଇଛି । ଦେଶରେ ଭାଇରସର ସଂକ୍ରମଣ ପୂର୍ବରୁ ଭାରତ ଅନେକ ଉପଯୁଗକାରୀ ପଦକ୍ଷେପ ଉଠାଇଥିଲା । ଯାହାକି ଅତି ପ୍ରଶଂସାଯୋଗ୍ୟ ଥିଲେ ବୋଲି WHO ମୁଖ୍ୟ କହିଥିଲେ ।

ଜାନୁଆରୀ ୩ରେ DCGI ଭାରତରେ ୨ଟି କରୋନା ଭାକ୍‌ସିନ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । DCGI ପକ୍ଷରୁ ଅନୁମତି ମିଳିଥିବା ଭାକସିନ୍‌ ଗୁଡିକ ହେଉଛି- ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଏବଂ ସେରମ୍‌ ଇନଷ୍ଟୁଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଭାକ୍‌ସିନ୍‌ । ଯାହାକି ଆଉ କିଛି ଦିନ ଟୀକାକରଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.