Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭାରତରେ ହ୍ରାସ ହେଉଛି ସଂକ୍ରମଣ, ହେଲେ ପଜିଟିଭିଟି ହାରକୁ ନେଇ ଏବେବି ରହିଛି ଚିନ୍ତା : WHO

17/05/2021 at 4:12 PM

ନୂଆଦିଲ୍ଲୀ ୧୭।୫:  ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ସୋମବାର ଆହୁରି ହ୍ରାସ ହୋଇଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାରରୁ ତଳକୁ ଆସିଛି। ତେବେ ପରୀକ୍ଷଣ ଅଭାବରୁ ଦେଶର ଗ୍ରାମାଞ୍ଚଳରେ ବ୍ୟାପୁଥିବା ସଂକ୍ରମଣର ବାସ୍ତବିକ ସଂଖ୍ୟା ଜଣାପଡୁ ନାହିଁ। ଏଣୁ ହୁଏତ ଭାରତରେ ଏବେବି ସଂକ୍ରମଣ ହାର ତୀବ୍ର ବେଗରେ ବଢୁ ଥାଇପାରେ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିରେ ବିଶ୍ୱସ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଏକ ସାକ୍ଷାତକାରରେ ଦେଶର ଏପରି ବି ଅଞ୍ଚଳ ଅଛି ଯେଉଁଠି ଦ୍ରୁତ କରୋନା ସଂକ୍ରମଣ ହେଉଛି। ଏଣୁ ଏହି ସବୁ କ୍ଷେତ୍ରର କରୋନା ଗ୍ରାଫ ଉପର ଆଡକୁ ବଢୁଥିବା ସେ କହିଛନ୍ତି।

ବୁଧବାର ଡବ୍ଲୁଏଚଓଙ୍କ ପକ୍ଷରୁ ଜାରି ସପ୍ତାହିକ ରିପୋର୍ଟରେ ଭାରତରେ ବ୍ୟାପୁଥିବା ଭୂତାଣୁ ବି୧.୬୧୭ ଷ୍ଟ୍ରେନର ପ୍ରଥମ ମାମଲା ଅକ୍ଟୋବର ୨୦୨୦ରେ ସାମ୍ନାକୁ ଆସିଥିଲା। ଏଣୁ ଭାରତରେ ବଢୁଥିବା ସଂକ୍ରମଣ ମାମଲା ଓ ଏଥିଯୋଗୁ ହେଉଥିବା ମୃତ୍ୟୁ ବି୧.୬୧୭ ଓ ଭୂତାଣୁର ଅନ୍ୟ ଷ୍ଟ୍ରେନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା କୁହାଯାଇଛି।

ତେବେ ସୋମବାର ମିଳିଥିବା ରିପୋର୍ଟରୁ ଗତ ୨୪ ଘଣ୍ଟାରେ ଦେଶରେ କରୋନା ଭାଇରସ ସଂକ୍ରମଣର ମୋଟ ୨ଲକ୍ଷ ୮୧ ହଜାର ୩୮୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରାୟ ୨୭ ଦିନ ପରେ ପ୍ରଥମ ଥର ନୂଆ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷରୁ ତଳକୁ ଖସିଛି।  ୨୦ ଏପ୍ରିଲ ୨୦୨୧ରେ ସଂକ୍ରମଣ ସଂଖ୍ୟା ୩ ଲକ୍ଷରୁ କମ ଥିଲା। ସେତେବେଳେ ମୋଟ ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା ୨ଲକ୍ଷ ୯୫ ହଜାର ଥିଲା। ସେହିପରି ରବିବାର ୩ଲକ୍ଷ ୭୮ ହଜାର ୭୪୧ ଜଣ ଲୋକ ସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଛନ୍ତି।

   Related Posts