Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଏହି ଅଭିନେତ୍ରୀମାନେ ନିଜଠୁ କମ୍ ବୟସ ଅଭିନେତାଙ୍କୁ କରିଛନ୍ତି ବିବାହ, ଜାଣନ୍ତୁ କେମିତି ଚାଲିଛି ସେମାନଙ୍କ ବୈବାହିକ ଜୀବନ

14/10/2020 at 6:39 PM

ମୁମ୍ବାଇ ୧୪/୧୦: କରୋନା ଭାଇରସ୍ ଯୋଗୁଁ ଅନେକ ଲୋକଙ୍କ ବିବାହ ଉପରେ ବ୍ରେକ୍ ଲାଗିଯାଇଛି। ଏବେ ବିବାହ ଋତୁ ଆସିଗଲାଣି ଏବଂ ଏପରି କ୍ଷେତ୍ରରେ ଫିଲ୍ମ ଇଣ୍ଡଷ୍ଟ୍ରିର ସିଙ୍ଗଲ୍ସ ବି ମିଙ୍ଗଲ୍ ହେବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ବଲିଉଡ ସିଙ୍ଗର ନେହା କକ୍କରଙ୍କ ବିବାହକୁ ନେଇ ଜବରଦସ୍ତ ଚର୍ଚ୍ଚା ହେଉଛି। ଖବର ମିଳିଛି ଯେ ନେହା କକ୍କର ଏବଂ ପଞ୍ଜାବୀ ସିଙ୍ଗର ରୋହନପ୍ରୀତ ସିଂହ ଖୁବ୍ ଶୀଘ୍ର ସାତ ଜନ୍ମର ବନ୍ଧନରେ ବାନ୍ଧି ହେବେ।

ବର୍ତ୍ତମାନ ଉଭୟଙ୍କ ବିବାହକୁ ନେଇ କୌଣସି ଅଫିସିଆଲ୍ କନଫର୍ମେସନ ମିଳିନାହିଁ କିନ୍ତୁ ସୂଚନା ମୁତାବକ ନେହା ଏବଂ ରୋହନପ୍ରୀତଙ୍କ ବିବାହ ଅକ୍ଟୋବର ୨୪ତାରିଖରେ ସମ୍ପନ୍ନ ହୋଇପାରେ। ଉଭୟଙ୍କ ସମ୍ପର୍କର ଖାସ୍ କଥା ହେଉଛି ଏହା ଯେ ନେହା,ରୋହନପ୍ରୀତଙ୍କଠୁ ୭ବର୍ଷ ବଡ଼। ନେହାଙ୍କୁ ୩୨ବର୍ଷ ହୋଇଥିବାବେଳେ ରୋହନପ୍ରୀତଙ୍କୁ ମାତ୍ର ୨୫ବର୍ଷ। ନେହା ଏବଂ ରୋହନପ୍ରୀତଙ୍କ ବ୍ୟତୀତ ବଲିଉଡର ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜଠୁ ସାନ ଷ୍ଟାରଙ୍କୁ ଭଲ ପାଇଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ

୧. ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋଭର : ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋଭରଙ୍କ ମଧ୍ୟରେ ୩ବର୍ଷର ବୟସ ବ୍ୟବଧାନ ରହିଛି। ବିପାଶା,କରଣଙ୍କଠୁ ୩ବର୍ଷ ବଡ଼। ଏହା କରଣଙ୍କ ତୃତୀୟ ବିବାହ ଏବଂ ଏବେ ସୁଦ୍ଧା ବିପାଶାଙ୍କ ସହ ତାଙ୍କର ସବୁଠୁ ଭଲ ଟ୍ୟୁନିଂ ଦେଖାଯାଇଛି।

୨. ସୈଫ ଅଲୀ ଖାନ୍ ଓ ଅମୃତା ସିଂହ : ସୈଫ ଅଲୀ ଖାନ୍ ,ଅମୃତା ସିଂହଙ୍କଠୁ ୧୨ବର୍ଷ ବଡ଼। ଦୁହେଁ ୧୯୯୧ମସିହାରେ ବିବାହ କରିଥିଲେ ଏବଂ ୨୦୦୪ମସିହାରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଉଭୟଙ୍କ ମଧ୍ୟରେ ଏବେ ପୂର୍ବ ଭଳି ସମ୍ପର୍କ ନାହିଁ। ଏବେ ସୈଫ ନିଜଠୁ ୧୦ବର୍ଷ ସାନ କରୀନା କପୁରଙ୍କୁ ବିବାହ କରିଛନ୍ତି।

୩. କୁଣାଲ ଖେମୁ -ସୋହା ଅଲ୍ଲୀ ଖାନ୍ : କୁଣାଲ ଖେମୁ, ସୋହା ଅଲ୍ଲୀ ଖାନଙ୍କଠୁ ୫ବର୍ଷ ସାନ। ବିବାହ ପୂର୍ବରୁ ଦୁହେଁ ଲିଭ-ଇନ୍ ରିଲେସନଶିପରେ ଥିଲେ ଯାହା ପରେ ସେ ବିବାହ କରିବାକୁ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ବିବାହ ୨୦୧୫ମସିହାରେ ହୋଇଥିଲା।

୪. ଅର୍ଚ୍ଚନା ପୂରଣ ସିଂହ-ପରମିତ ସେଠୀ : ଅର୍ଚ୍ଚନା ପୂରଣ ସିଂହ ନିଜ ସ୍ବାମୀ ପରମିତ ସେଠୀଙ୍କଠୁ ୭ବର୍ଷ ବଡ଼। ସେମାନଙ୍କ ବିବାହ ୧୯୯୨ମସିହାରେ ହୋଇଥିଲା। ଦୁହେଁ ଆଜି ବି ପରସ୍ପର ସହ ଖୁସି ଅଛନ୍ତି।

୫. ଐଶ୍ବର୍ଯ୍ୟା ରାୟ-ଅଭିଷେକ ବଚ୍ଚନ : ଐଶ୍ବର୍ଯ୍ୟା ରାୟ ନିଜ ସ୍ବାମୀ ଅଭିଷେକ ବଚ୍ଚନଙ୍କଠୁ ୨ବର୍ଷ ବଡ଼। ସେମାନେ ନିଜର ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି।

୬. ପ୍ରିୟଙ୍କା ଚୋପ୍ରା – ନିକ୍ ଜୋନାସ୍ : ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ମଧ୍ୟରେ ୧୦ବର୍ଷ ବୟସ ବ୍ୟବଧାନ ରହିଛି। ନିକ୍ ପ୍ରିୟଙ୍କାଙ୍କଠୁ ୧୦ବର୍ଷ ସାନ। କିନ୍ତୁ ବୟସକୁ ନେଇ କେବେ ବି ତାଙ୍କ ସମ୍ପର୍କରେ ମତାନ୍ତର ସୃଷ୍ଟି ହୋଇନାହିଁ। ସେମାନେ ୨୦୧୮ମସିହା ଡିସେମ୍ବରରେ ବିବାହ କରିଥିଲେ।

   Related Posts