ଲୁଣ ଗୁଜବ କିଏ କଲା ? ଭିଡିଓରେ ଥିବା ଏହି ବ୍ୟକ୍ତିଙ୍କ ମନରେ ପ୍ରବଳ ଭୟ, କାଳେ ଲୁଣ ସରିଯିବ

Published By : Prameya-News7 Bureau | May 13, 2020 IST

ପଦ୍ମପୁର୧୩/୫: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଲୁଣ ଅଭାବର ଗୁଜବ ପରେ ଦୋକାନରେ ଲୋକଙ୍କ ଭିଡ ଲାଗିଛି।କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଲୋକଙ୍କ ଚିନ୍ତା ବଢିଛି। ଏଭଳି ସମୟରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯଦି ସଠିକ୍ ସମୟରେ ସଠିକ୍ ଦରରେ ନମିଳେ ତେବେ ସମସ୍ୟା ଆହୁରି ଜଟିଳ ହୋଇଯିବ । ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ବେଳେ ସାଧାରଣ ଜନତାଙ୍କୁ ଖାଇବା ସାମଗ୍ରୀର ଯେଉଁଭଳି ଅଭାବ ଦେଖା ନ ଦିଏ ସେନେଇ ସରକାରଙ୍କ ତରଫରୁ ପୁରା ବ୍ୟବସ୍ଥା କରାଯାଇଛି । ହେଲେ ବରଗଡ଼  ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ଲୁଣ ଭଳି ଅତି ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅଭାବ ଦେଖା ହେବା ଗୁଜବ ଏବେ ବ୍ୟାପିଛି। ଆଗକୁ ଲୁଣ ନମିଳିବା ନେଇ ଗୁଜବ ପ୍ରଚାର ହେବା ପରେ ଏହାର ଫାଇଦା ବେପାରୀ ନେଉଛନ୍ତି ।

wp:html /wp:html

ଲୁଣ କିଣି ସାଇତି ରଖିବାର ଯୋଜନା କରିବା ସହ ଦୋକାନମାନଙ୍କରେ ଭିଡ ଜମାଉଛନ୍ତି । ଲକ୍ ଡାଉନ୍ ସମୟରେ ଯାତାୟତ କଟକଣା ଭିତରେ ମାଲବାହୀ ଯାନବାହନକୁ ବାଦ୍ ଦିଆଯାଇଥିବା ବେଳେ ଲଗାତାର ମାଲ୍ ପରିବହନ ହେଉଥିବା ସତ୍ବେ ମଧ୍ୟ ଅଭାବ ଦେଖାଯାଉଛି ଗୁଜବ କିଏ କଲା  ? ଲାଭ ଖୋର ବେପାରୀମାନଙ୍କ ଏହା ଏକ ସୁପରି କଳ୍ପିତ ଯୋଜନା ହୋଇ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମିୀ ଦିନରେ ଲୁଣର ଅଭାବ ଦେଖାଦେବା ସହ ସାଧାରଣ ଜନତା ଅଧିକ ଖର୍ଚ୍ଚାନ୍ତର ଶିକାର ହେବା ସ୍ବାଭାବିକ । କିନ୍ତୁ ଏଭଳି ଗୁଜୁବ ଭିତ୍ତିହୀନ। ଏଥିରେ କୌଣସି ସତ୍ୟସତ ନାହିଁ। ତେଣୁ ଲୋକମାନେ ମିଛ ଗୁଜବ ଉପରେ ବିଶ୍ବାସ ନ କରିବା ଉଚିତ୍।କ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.