Covid-19: ବ୍ୟହତ ହୋଇଛି ଅଧିକାଂଶ ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବା, କହିଲେ WHO

Published By : Prameya-News7 Bureau | October 05, 2020 IST

ଜେନେଭା: କୋଭିଡ-୧୯ରେ ବିଶ୍ୱ ସ୍ୱାସ୍ଥ୍ୟସେବା ସଙ୍ଗଠନ (ଡବ୍ଲୁଏଚଓ)  କରାଇଥିବା ଏକ ସର୍ଭେକ୍ଷଣରେ ସାରା ଦୁନିଆର ୯୩ ପ୍ରତିଶତ ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଜଣାପଡିଛି। ଏ ନେଇ ଡବ୍ଲୁଏଚଓ ସୋମବାର ରିପୋର୍ଟ ଜାରି କରିଥିବାବେଳେ ଏହି ସର୍ଭେ ଜୁନରୁ ଅଗଷ୍ଟ ମଧ୍ୟରେ ୧୩୦ ଦେଶରେ ହୋଇଥିଲା ବୋଲି କହିଛନ୍ତି। 

ରିପୋର୍ଟ ଅନୁସାରେ ପାଖାପାଖି ଏକ ତୃତୀୟାଂଶ ଅର୍ଥାତ ୩୫ ପ୍ରତିଶତ ଦେଶ ଜରୁରିକାଳୀନ ହସ୍ତକ୍ଷେପ ଯୋଗୁ ଏପରି ବ୍ୟବଧାନ ହୋଇଥିବାର ସୂଚିତ କରିଥିବା ବେଳେ ୩୦ ପ୍ରତିଶତ ଦେଶରେ ମାନସିକ ଓ ନ୍ୟୁରୋଲଜିକାଲ ବିକାର ଔଷଧ ମଧ୍ୟ ମିଳୁନଥିବା ଜଣାପଡିଛି। ଏହା ଛଡା ଅନେକ ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବା ବ୍ୟହତ ହୋଇଥିବା ରିପୋର୍ଟରେ କୁହାଯାଇଛି। 

ଡବ୍ଲୁଏଚଓ ଜରୁରିକାଳୀନ ସେବା ପ୍ରମୁଖ ଡା.ମାଇକେଲ ରାୟନ ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି କୋଭିଡ-୧୯ ମହାମାରୀ ଆକ୍ରାନ୍ତ ହୋଇପାରନ୍ତି ବୋଲି କହିଛନ୍ତି। କୋଭିଡକୁ ନେଇ ୩୪ ସଦସୀୟ କାର୍ଯ୍ୟକାରିଣୀ ବୋର୍ଡ ବୈଠକରେ ଡା.ରାୟନ ଏହା କହିଛନ୍ତି। ତେବେ ସହରାଞ୍ଚଳ ଓ ଗ୍ରାମୀଣ କ୍ଷେତ୍ରରେ ଏହି ସଂଖ୍ୟା ବଦଳିପାରେ ବୋଲି ସେ କହିଛନ୍ତି। ତେବେ ବିଶ୍ୱର ଏକ ବୃହତ୍ତ ଜନସଂଖ୍ୟା ଏବେ ବିପଦ ମୁହଁରେ ବୋଲି କହିଛନ୍ତି ଡା.ରାୟନ। ପୂର୍ବରୁ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ସୂଚିତ କରିସାରିଛନ୍ତି। ସାରା ବିଶ୍ୱରେ ବିଭିନ୍ନ ଦେଶ ସଂକ୍ରମିତଙ୍କ ଯେଉଁ ସଂଖ୍ୟା ଦର୍ଶାଉଛନ୍ତି ବାସ୍ତାବତା ତା ଠାରୁ ଢେରଗୁଣା ଅଧିକ ବୋଲି ସେମାନେ କହିସାରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.