Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କିଏ ସେ ୟସ ଦାସଗୁପ୍ତା, ଯାହାଙ୍କୁ ନେଇ ଚର୍ଚ୍ଚାରେ ନୁସରତ ଜହାଁ ?

11/06/2021 at 8:50 PM

କୋଲକାତା ୧୧/୦୬ : ତୃଣମୂଳ କଂଗ୍ରେସ ନୁସରତ ଜହାଁ ନିଜ ବୈବାହିକ ଜୀବନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ବଙ୍ଗୀୟ ଅଭିନେତା ଓ ବିଜେପି ନେତା ୟଶ ଦାସଗୁପ୍ତାଙ୍କ ସହ ଯୋଡ଼ା ଯାଉଛି । କିଏ ଏହି ୟଶ ? ନୁସରତଙ୍କ ସହ ତାଙ୍କ ସମ୍ପର୍କ କଣ ?

ୟଶ ଦାସଗୁପ୍ତାଙ୍କ ବୟସ ୩୬ ବର୍ଷ । ୧୯୮୫ ଅକ୍ଟୋବର ୧୦ ରେ ତାଙ୍କ ଜନ୍ମ । ଟାଇମ୍ସ ଅଫ ଇଣ୍ଡିଆ ତାଙ୍କୁ ବଙ୍ଗଳାର ୧୦ ଡିଜାୟରେବଲ ପୁରୁଷଙ୍କ ତାଲିକାର ଶୀର୍ଷରେ ରଖିଛି । ମଜାଦାର କଥା ହେଲା ସେ ନୁସରତ ଜହାଁଙ୍କ ସହ ଏମିତି ଏକ ଫିଲ୍ମ କରୁଛନ୍ତି ଯେଉଁଥିରେ ତୃଣମୂଳର ଆଉ ଜଣେ ସୁନ୍ଦର ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଧ୍ୟ ଅଛନ୍ତି । ନୁସରତଙ୍କ ସହ ୟଶଙ୍କର ଏହା ତୃତୀୟ ଫିଲ୍ମ ।

ୟଶ ଅଭିନେତା ସହ ମଡେଲ ଓ ଭାରତୀୟ ଜନତା ଦଳର ନେତା ମଧ୍ୟ । ନିକଟରେ ବଙ୍ଗଳା ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ କନ୍ଦିତାଲାରୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀ ସ୍ଵାତିଙ୍କ ଠାରୁ ହାରି ଯାଇଥିଲେ । ସ୍ଵାତିଙ୍କୁ ୫୦ ପ୍ରତିଶତ ଭୋଟ ମିଳିଥିବାବେଳେ ୟଶଙ୍କୁ ୩୦ ପ୍ରତିଶତ ଭୋଟ ମିଳିଥିଲା । ସେ ଚଳିତ ବର୍ଷ ମାର୍ଚ୍ଚରେ ବିଜେପିରେ ସାମିଲ ହୋଇଥିଲେ ।

ୟଶ ଟେଲିଭିଜନ ଜଗତରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟର । ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଚର୍ଚ୍ଚିତ ଟିଭି ସିରିଏଲ ‘ନା ଆନା ଇସ ଦେଶ ମେରେ ଲାଡୋ’ରେ ମଧ୍ୟ ଅଭିନୟ କରିଛନ୍ତି ।

କୋଲକାତାରେ ସେ ଜଣେ ଟ୍ୟାଲେଣ୍ଟ ହଣ୍ଟ ଜରିଆରେ ସାମ୍ନାକୁ ଆସିଥିଲେ । ଏହାପରେ ସେ ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ସେ ଟିଭି ଜଗତରେ କାମ କରିଥିଲେ ।

ୟଶଙ୍କ ବ୍ୟକ୍ତିତ୍ୱ ଖୁବ ଆକର୍ଷଣୀୟ । ତାଙ୍କୁ ଯାତ୍ରା କରିବା ଓ ଫଟୋଗ୍ରାଫି କରିବା ବହୁତ ପସନ୍ଦ । ଏହାସହ ସେ ଫିଟ୍ନେସ ଫ୍ରିକ ଓ ଏଡଭେଞ୍ଚର ସ୍ପୋର୍ଟ୍ସ ମଧ୍ୟ । ସେ ବଡି ବିଲଡିଂ ମଧ୍ୟ କରନ୍ତି । ବାପାଙ୍କ ଚାକିରି ପାଇଁ ସେ ଦିଲ୍ଲୀ, ମଧ୍ୟପ୍ରଦେଶ, ମୁମ୍ବାଇ, ଶିକ୍କିମ ଭଳି ଅନେକ ସାହରେ ରହିଛନ୍ତି । ସ୍କୁଲ ସମୟରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା । ସ୍କୁଲ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ତୁର୍କୀରେ ଯେତେବେଳେ ସୈନ୍ୟ ବିଦ୍ରୋହ ଜରିଆରେ ଆକ୍ରମଣ ହୋଇଥିଲା ସେତେବେଳେ ସେ ଇସ୍ତାନବୁଲରେ ଏକ ଫିଲ୍ମର ସୁଟିଂ କରୁଥିଲେ। ସେ ସେଠାରେ ଫସି ଯାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସହ କାମ କରିଥିଲେ। ସେ ନିଜ କ୍ୟାରିଅରର ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟର ମିମିଙ୍କ ସହ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ ସହ ୪ଟି ଫିଲ୍ମରେ କାମ କରିଛନ୍ତି।

   Related Posts