ବଗଦାଦୀ ପରେ ଏବେ ଦୁନିଆର ‘ମୋଷ୍ଟ ୱାଣ୍ଟେଡ‘ ଆତଙ୍କବାଦୀ କିଏ ?ଜାଣନ୍ତୁ ଭାରତରେ କାହା ଲାଗି ଘୋଷଣା ହୋଇଛି କେତେ ଇନାମ

Published By : Prameya-News7 Bureau | November 06, 2019 IST

ନୂଆଦିଲ୍ଲୀ : ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ମୁଖିଆ ଆବୁ ବକର ଅଲ-ବଗଦାଦୀ ସିରିଆରେ ଆମେରିକା ସେନା ଭୟରେ ଆତ୍ମହତ୍ୟା କରିଛି। ଫଳରେ ବିଶ୍ୱର ସବୁ ଦେଶର ସୁରକ୍ଷା ଏଜେନ୍ସୀଙ୍କ ମୋଷ୍ଟ ୱାଣ୍ଟେଡ ସୂଚୀର ୧ ନମ୍ବର ସ୍ଥାନରେ ଥିବା ବଗଦାଦୀର ସନ୍ଧାନ ଏବେ ସବୁଦିନ ଲାଗି ସମାପ୍ତ ହୋଇଛି। ହେଲେ ପ୍ରଶ୍ନ ଉଠୁଛି ବଗଦାଦୀ ପରେ ବିଶ୍ୱର ୧ ନମ୍ବର ମୋଷ୍ଟ ୱାଣ୍ଟେଡ ଏବେ କିଏ ?

{"id":180097,"width":581,"height":291}

ଆମେରିକାର ଏଫବିଆଇ ସମେତ ବିଶ୍ୱର ପ୍ରାୟ ଦେଶଙ୍କ ସୁରକ୍ଷା ଏଜେନ୍ସୀ ସମୟସମୟରେ ଅପରାଧୀଙ୍କ ‘ମୋଷ୍ଟ ୱାଣ୍ଟେଡ’ ସୂଚୀ ଜାରି କରିଥାନ୍ତି। ଭାରତର ଜାତୀୟ ସୁରକ୍ଷା ଏଜେନ୍ସୀ (ଏନଆଇଏ) ୨୦୧୮ ମସିହାରେ ଶେଷ ଥର ଏହି ସୂଚୀ ଜାରି କରିଥିଲା। ଏଇଭଳି ସୂଚୀରେ ହିଁ ବିଶ୍ୱର ଏକ ନମ୍ବର ମୋଷ୍ଟ ୱାଣ୍ଟେଡଙ୍କ ସୂଚୀ ପ୍ରସ୍ତୁତ ହୁଏ। ଏହି ସୂଚୀର ଏବେ ଷୀର୍ଷ ସ୍ଥାନରେ ରହିଛି ଏଲକାଏଦା  ନେତା ଆୟମାନ ଅଲ-ଜବାହରୀ। ଓସାମା ବିନ ଲାଡେନର ଏନକାଉଣ୍ଟର ପରେ ଜବାହରୀ ସଙ୍ଗଠନର ଦାୟିତ୍ୱ ସମ୍ଭାଳିଥିଲା। ତେବେ ଆଇଏସର ଆତଙ୍କ ଅଲକାଏଦାକୁ ବି ବଳିଯାଇଥିଲା। ଏଣୁ ଲାଡେନ ମୃତ୍ୟୁ ପରେ ୧ ନମ୍ବର ମୋଷ୍ଟ ୱାଣ୍ଟେଡ ଥିବା ଜବାହରୀର ସ୍ଥାନ ଆଇଏସ୍ ନେତା ଓ ତାଙ୍କ ଆନୁଗାମୀ ପଛକୁ ଚାଲିଯାଇଥିଲା।

{"id":180100}

ଜବାହରୀମୁଣ୍ଡରେ ରହିଛି ୨୫ ମିଲିୟନ ଡଲାରର ଇନାମ
ଅଲକାଏଦା ଆତଙ୍କବାଦୀମାନେ ଏକଦା ସମଗ୍ର ବିଶ୍ୱକୁ ଥରହର କରୁଥିଲେ। ବିମାନ ଅପହରଣ ହେଉ କି ୱାର୍ଲଡ ଟ୍ରେଡ ସେଣ୍ଟର ଆକ୍ରମଣ ସବୁ ପଛରେ ଅଲକାଏଦା ଥିଲା ହାତ ।  ଏଣୁ ସଙ୍ଗଠନର ନେତା ଜବାହରୀକୁ ମୃତ ଅଥବା ଜୀବିତ ଧରାଇଦେଲେ ଆମେରିକାର ରିୱାର୍ଡ ଫର ଜଷ୍ଟିସ (ଆରଏଫଜେ) ୨୫ ନିୟୁତ ଡଲାର ବା ଭାରତୀୟ ମୁଦ୍ରାରେ ୧୭୭.୩୫ କୋଟି ଟଙ୍କା ପୁରସ୍କାର ଘୋଷଣା କରି ରଖିଛନ୍ତି।

{"id":180103}

ଦ୍ୱିତୀୟ ସ୍ଥାନରେ ରହିଛି ପାକ୍ ଆତଙ୍କୀ ହାଫିଜ ସଇଦ
ବିଶ୍ୱର ୧ନମ୍ବର ଆତଙ୍କବାଦୀ ପଛକୁ ରହିଛି ପାକିସ୍ତାନର ଜମାତ-ଉଦ-ଦବା ଓ ଜୈଶ-ଏ-ଇସ୍ଲାମ ଭଳି ଆତଙ୍କବାଦ ସଙ୍ଗଠନର ସଂସ୍ଥାପକ ହାଫିଜ୍ ସଇଦ। ଏକଦା ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିବା ଏହି ଆତଙ୍କବାଦୀକୁ ଭାରତୀୟ ସୁରକ୍ଷା ଏଜେନ୍ସୀମାନେ ଗିରଫ ବି କରିଥିଲେ। ତେବେ ଏୟାର ଇଣ୍ଡିଆ ବିମାନ ଯାତ୍ରୀଙ୍କୁ ପଣବନ୍ଦୀ କରି ହାଫିଜକୁ ଭାରତୀୟ ଜେଲରୁ  ମୁକ୍ତ କରାଇନେଇଥିଲେ ଆତଙ୍କବାଦୀ। ସେହି ଦିନଠାରୁ ଭାରତ ଲାଗି ମୋଷ୍ଟ ୱାଣ୍ଟେଡ ଥିବା ହାଫିଜକୁ ଆମେରିକାର ଆରଏଫଜେ ମଧ୍ୟ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛି। ତାକୁ ଜୀବିତ ଅଥବା ମୃତ ଧରାଇ ଦେଲେ ୧୦ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୭୧କୋଟି ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।

{"id":180110,"align":"center","width":253,"height":407}

ହକ୍କାନୀକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରିଛି ଆମେରିକା
ପୃଥିବୀର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ସୂଚୀତ ତୃତୀୟ ସ୍ଥାନରେ ରହିଛି ସିରାଜୁଦ୍ଦିନ ହକ୍କାନୀ। ଆଫଗାନିସ୍ତାନରେ ଆତଙ୍କବାଦୀ ସରକାର ତାଲିବାନର ପୁନଃସ୍ଥାପନା ଲାଗି ହକ୍କାନୀ ନେଟୱାର୍କ ଚଳାଉଛି। ଆରଏଫଜେ ୱେବସାଇଟ୍ ରେ ହକ୍କାନୀର ଏକ ବୟାନ ପ୍ରଦର୍ଶିତ ହେଉଛି। ଯେଉଁଥିରେ ସେ ୨୦୦୮ ମସିହାରେ ଆଫଗାନିସ୍ତାନ ରାଷ୍ଟ୍ରପତି ହମ୍ମିଦ କର୍ଜାଇଙ୍କ ଉପରେ ଆକ୍ରମଣ ଲାଗି ଷଡଯନ୍ତ୍ର କରିଥିଲା ବୋଲି କହିଛି। ଆରଏଫଜେ ଏହି ଆତଙ୍କବାଦୀ ଲାଗି ୧୦ ନିୟୁତ ଡଲାର ଅର୍ଥାତ ୭୧ କୋଟି ଟଙ୍କାର ପୁରସ୍କାର ରଖିଛି।

{"id":180111,"width":576,"height":509}

ଅବଦୁଲ୍ଲାହ ଅହମ୍ମଦ ଅବଦୁଲ୍ଲାହ ଲାଗି ମଧ୍ୟ ପୁରସ୍କାର ଘୋଷଣା କରିଛି ଆରଏଫଜେ
ଅଲକାଏଦା ନେତାଙ୍କ ମଧ୍ୟରେ ଅବଦୁଲ୍ଲାହ ଅହମ୍ମଦ ଅବଦୁଲ୍ଲାହ ଅନ୍ୟତମ। ସେ ମଜଲିସ ଅଲ-ଶୁରାର ବି ସଦସ୍ୟ। ୨୦୦୩ ମସିହାରେ ତାକୁ ଇରାନରେ ଗିରଫ କରାଯାଇଥିଲା। ତେବେ ୨୦୧୫ ମସିହାରେ ଇରାନୀ ରଜନୈତିକ ବ୍ୟକ୍ତିତ୍ୱଙ୍କୁ ବନ୍ଧକ କରି ଅବୁଲ୍ଲାହ ସମେତ ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଆତଙ୍କବାଦୀ ଛଡାଇ ନେଇଥିଲେ। ଆମେରିକୀୟ ଏଜେନ୍ସୀ ଅନୁସାରେ ଅବଦୁଲ୍ଲାହ ଅଲକାଏଦାର ଜଣେ ଅଭିଜ୍ଞ ଆର୍ଥିକ ଅଧିକାରୀ ଓ ଅପରେସନ ପ୍ଲାନର ମଧ୍ୟ। ଏଣୁ ଆରଏଫଜେ ୱେବସାଇଟ୍ ରେ ଅବଦୁଲ୍ଲାହ ଲାଗି ୧୦ ମିଲିୟନ ଡଲାର ପୁରସ୍କାର ରହିଛି।

{"id":180113}

ସୈଫ ଅଲ-ଉଦଲ୍
ଆରଏଫଜେ ୱେବସାଇଟ୍ ଅନୁସାରେ ଅଲକାଏଦାର ମିଲେଟ୍ରି କମିଟି ମୁଖ୍ୟ ସୈଫ ଅଲ-ଉଦଲ୍ ମଧ୍ୟ ଜଣେ ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ। ୨୦୧୫ରେ ଇରାନରୁ ଅବଦୁଲ୍ଲାହ ସହିତ ମୁକ୍ତ ଆତଙ୍କବାଦୀଙ୍କ ମଧ୍ୟରେ ସୈଫ ଅନ୍ୟତମ ଥିଲା। ସେ ପାକିସ୍ତାନ ସମେତ ଆଫଗାନିସ୍ତାନ, ସୁଦାନ ଓ ବିଶ୍ୱର ଅନ୍ୟ ଦେଶମାନଙ୍କରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ସମେତ ଆକ୍ରମଣ ଯୋଜନା ରୂପାୟନ ନେଇ ତାଲିମ ଦେଉଥିବାର ରେକର୍ଡ ରହିଛି। ସୈଫ ଲାଗି ଆରଏଫଜେ ୧୦ ମିଲିୟନ ଡଲାର ପୁରସ୍କାର ରଖିଛନ୍ତି।

{"id":180114}

ମୁପଲ୍ଲା ଲକ୍ଷ୍ମଣ ରାଓ
କେବଳ ଆତଙ୍କବାଦ ନୁହେଁ ମାଓବାଦ ଗତିବିଧି ଲାଗି ମଧ୍ୟ କିଛି ଲୋକେ ମୋଷ୍ଟୱାଣ୍ଟେଡ ତାଲିକାରେ ଅଛନ୍ତି। ଭାରତରେ ଏପରି ଜଣେ ହେଉଛନ୍ତି ମୁପାଲ୍ଲା ଲକ୍ଷ୍ମଣ ରାଓ ଓରଫ ଗଣପତି। ମୂଳ ତେଲେଙ୍ଗାନାର ଅଧିବାସୀ ଗଣପତି ଦେଶରେ ମାଓବାଦ ଆତଙ୍କବାଦ ଲାଗି ଜାତୀୟ ସୁରକ୍ଷା ସଂସ୍ଥାନ ଏନଆଇଏ ଗଣପତିକୁ ମୋଷ୍ଟୱାଣ୍ଟେଡ ଘୋଷଣା କରିଥିବା ବେଳେ ତା ଲାଗି ପୁରସ୍କାର ମଧ୍ୟ ଘୋଷିତ ହୋଇଛି। ତେବେ ଗଣପତି ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ଗତବର୍ଷଠାରୁ ସିପିଆଇ(ମାଓବାଦୀ) ସଙ୍ଗଠନର ସାଧାରଣ ସମ୍ପାଦକପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି। ତେବେ ସେ କେଉଁଠି ଓ କିପରି ପରିସ୍ଥିତିରେ ଅଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରି ନାହିଁ।

{"id":180117}

ଏନ.କେଶବ ରାଓ
ଗଣପତି ସଙ୍ଗଠନ କାର୍ଯ୍ୟରୁ ଅବସର ଘୋଷଣା ପରେ ନମ୍ବାଲା କେଶବ ରାଓ ତାଙ୍କ ସ୍ଥାନ ନେଇଛି। କେଶବ ସଙ୍ଗଠନରେ ବସବରାଜ ନାମରେ ମଧ୍ୟ ପରିଚିତ। ଘାତକ ବିସ୍ଫୋରକ ଇମ୍ପ୍ରୁଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଡି) ପ୍ରସ୍ତୁତି ଓ ପ୍ରୟୋଗରେ ବାସବ ଜଣେ ଅଭିଜ୍ଞ ବ୍ୟକ୍ତି ଭାବେ ବେଶ ଜଣାସୁଣା। ଆତଙ୍କବାଦ ଗତିବିଧି ଲାଗି ଏନଆଇଏ ତା ଲାଗି ପୁରସ୍କାର ଘୋଷଣା କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.