Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

କିଏ ସେ ଟପ୍‌ ନକ୍ସଲ କମାଣ୍ଡର ହିଡମା ? ଯିଏ ବିଜାପୁରରେ ଘଟାଇଥିଲା ଲାଲ ତାଣ୍ଡବ, ରଚିଥିଲା ସାଂଘାତିକ ଷଡଯନ୍ତ୍ର

4/04/2021 at 6:55 PM

ବିଜାପୁର ୦୪/୦୪ : ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲୀ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୨ ଯବାନଙ୍କ ମୃତ୍ୟୁ ହୋଇସାରିଲାଣି । ଜଣେ ଯବାନ ବର୍ତ୍ତମାନ ମଧ୍ୟ ନିଖୋଜ ଅଛନ୍ତି । ଏହି ତମାମ୍‌ ଘଟଣା ପଛରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଟପ୍‌ ନକ୍ସଲ କମାଣ୍ଡର ହିଡମାର ନାଁ ସାମ୍ନାକୁ ଆସିଛି । ତେବେ କିଏ ସେ ହିଡମା ?

ସୂଚନା ଅନୁସାରେ ହିଡମା ହେଉଛି ସୁକମା ଜିଲ୍ଲା ପୂବାର୍ତ୍ତି ଗାଁ ବାସିନ୍ଦା । ବୟସ ପ୍ରାୟ ୪୦ ବର୍ଷ । ୯୦ ଦଶକରେ ସେ ନକ୍ସଲୀ ହିଂସା ରାସ୍ତାକୁ ବାଛିନେଇଥିଲା । ଅନେକ ନୀରିହ ଲୋକଙ୍କୁ ହତ୍ୟା ଘଟଣାରେ ହିଡମାର ସଂପୃକ୍ତି ସାମ୍ନାକୁ ଆସିଛି । ସେ ମାଓବାଦୀମାନଙ୍କ ପିପୁଲ୍ସ ଲିବରେସନ୍‌ ଗରିଲ୍ଲା ଆର୍ମୀ ବାଟାଲିୟନ-୧ ର ମୁଖ୍ୟ ଭାବେ କାର୍ଯ୍ୟ କରୁଛି । ଏହା ସହିତ ସେ ସିପିଆଇ (ମାଓବାଦୀ)ର ୨୧ ଜଣିଆ ସେଣ୍ଟ୍ରାଲ କମିଟିର ସଦସ୍ୟ ମଧ୍ୟ ଅଛି ।

ଛତିଶଗଡ ଏବଂ ମହାରାଷ୍ଟ୍ର ପୋଲିସକୁ ଚକମା ଦେଇ ଦଣ୍ଡକାରଣ୍ୟରେ ଗତ ୧୧ବର୍ଷ ଭିତରେ ରଚି ଚାଲିଛି ଅନେକ ନରସଂହାର । ପୋଲିସ ପାଇଁ ସବୁଠୁ ବଡ ଚାଲେଞ୍ଜ ପାଲଟିଛି ସେ । ରଣନୀତି କରି ହମଲାର ଷଡ଼ଯନ୍ତ୍ର ରଚୁଥିବା ହିଡମା ଛତିଶଗଡ଼ର ସୁକମାରୁ ମହାରାଷ୍ଟ୍ରର ଗଡଚିରୋଲିଏପରିକି ଓଡ଼ିଶାର ମାଲକାନଗିରି ଯାଏଁ ତାର ଦବଦବା ରଖିଛି  । ଛତିଶଗଡ ସିପିଆଇ ମାଓ ସଂଗଠନର ଦାୟିତ୍ବ ରହିଛି ହିଡମା କାନ୍ଧରେ । ଗତବର୍ଷ ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟି ମୁଖ୍ୟ ରାମାନ୍ନାର ମୃତ୍ୟୁ ପରେ ହିଡମା ସଂଗଠନ ସମ୍ଭାଳୁଛି । ଅଧିକ ଆତଙ୍କରାଜ ସୃଷ୍ଟି କରି ନକ୍ସଲ ସଂଗଠନକୁ ସକ୍ରିୟ ରଖିବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ରଖିଛି ହିଡମା ।

टॉप नक्सल कमांडर हिडमा. (फाइल फोटो)

ହିଡମା ସର୍ବଦା ସୁରକ୍ଷା ବଳୟ ମଧ୍ୟରେ ରୁହେ । ତାକୁ ଧରିବା ପାଇଁ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି । ହିଡମାର ଟିମରେ ପ୍ରାୟ ୧୮୦ ରୁ ୨୫୦ ଜଣ ନକ୍ସଲ ଅଛନ୍ତି । ବିଧାୟକ ଭୀମା ମାଣ୍ଡଓ୍ବୀ ହତ୍ୟାକାଣ୍ଡ ମାମଲାରେ ତା ବିରୁଦ୍ଧରେ ଏନ୍‌ଆଇଏ ଚାର୍ଚ୍ଚ ମଧ୍ୟ ଦାଖଲ କରିଛି ।

ଗତ ବର୍ଷ ସୁକମା ଅଞ୍ଚଳରେ ନକ୍ସଲମାନେ ୧୭ ଜଣ ନିରୀହ ଲୋକଙ୍କର ଜୀବନ ନେଇଥିଲେ । ୨୦୧୯ ଏପ୍ରିଲ ମାସରେ ବିଜେପି ବିଧାୟକ ଭୀମା ମାଣ୍ଡଓ୍ବୀ, ତାଙ୍କ ଡ୍ରାଇଭର ଏବଂ ୩ ଜଣ ସୁରକ୍ଷାକର୍ମୀଙ୍କୁ ଅତି ନର୍ମମ ଭାବେ ହତ୍ୟା କରିଥିଲେ ।

 ୨୦୧୦ରେ ଦନ୍ତେୱାଡା ହମଲାରେ ୭୬ଜଣ ସିଆରପିଏଫ ଯବାନ ସହିଦ ଘଟଣା ଏବଂ ୨୦୧୩ ଝିରାମ ଘାଟି ମାଓ ହମଲାରେ ୨୭ଜଣ କଂଗ୍ରେସ ନେତା ପ୍ରାଣ ହରାଇବା ଘଟଣାରେ ପାଇଁ ବ୍ଲୁ ପ୍ରିଣ୍ଟ କରିଥିଲା ହିଡମା । ଏହାପରଠୁ ସେ ପୋଲିସ ରାଡାରକୁ ଆସିଯାଇଥିଲା । ୨୦୧୭ରେ ପୁଣି ବୁରଖାପାଲଠାରେ ସିଆରପିଏଫ୍ ଉପରେ ହମଲାରେ ଥିଲା ହିଡମାର ହାତ, ଯେଉଁଥିରେ ୨୫ ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ମାଓ ସଂଗଠନରେ ହିଡମାର ଗୁରୁତ୍ବ ବଢି ଯାଇଥିଲା । ଦଣ୍ଡକାରଣ୍ୟ ଜୋନ୍‌ରେ ସେ ଲାଲକମାଣ୍ଡର ପାଲଟିଯାଇଥିଲା ।

୨୦୧୦ ପରଠାରୁ ହିଡମାକୁ ଆଉ କେହି ଦେଖି ନାହାନ୍ତି । ଦନ୍ତେୱାଡା, ବିଜାପୁର ଏବଂ ସୁକମାରେ ଆକ୍ଟିଭ ହିଡମା ସବୁବେଳେ ୫୦ ନକ୍ସଲଙ୍କ ଘେର ଭିତରେ ରହୁଥିବା  ଗୁଇନ୍ଦା ସୂତ୍ରରୁ ଜଣାପଡିଛି । ୨୦୧୭ ଜାନୁଆରୀରେ ବିଜାପୁରରେ ପୋଲିସ ଗୁଳିରେ ହିଡମା ପ୍ରାଣ ହରାଇଥିବା ସୂଚନା ଆସିଥିଲା । କିନ୍ତୁ ଏବେ ପୁଣି ଚ୍ୟାଲେଞ୍ଜ ଦେଇଛି।

   Related Posts