କରୋନାରେ ମୃତ୍ୟୁ : କିଏ ସେ ବ୍ୟକ୍ତି ଯାହାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ରଶ୍ମି ଦେଶାଇ

Published By : Prameya-News7 Bureau | April 10, 2020 IST

ମୁମ୍ବାଇ୧୦/୦୪ : ଦେଶରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି | ଭାରତରେ ଏବେ ଯାଏଁ ୧୯୯ ଜଣଙ୍କ ମୃତ୍ୟୁ ହୋଇଛି | କରୋନା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁଁ ରଶ୍ମି ଦେଶାଇ ଦୁଃଖ ପ୍ରକାଶ କରିଛନ୍ତି | ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ରଶ୍ମି ଦେଶାଇଙ୍କ ପ୍ରଶଂସକ | ପ୍ରଶଂସକ ଜଣକ ମରିବା ପୂର୍ବରୁ ରଶ୍ମିଙ୍କୁ ଟ୍ୱିଟ ଜରିଆରେ ନିଜ ମନ କଥା କହିଥିଲେ | ଯେତେବେଳେ ରଶ୍ମି ଜାଣିବାକୁ ପାଇଲେ ସେ ବହୁତ ମନ ଦୁଃଖ କଲେ | ରଶ୍ମି ନିଜର ଏହି ପ୍ରଶଂସକଙ୍କୁ ସୋସିଆଲ ମିଡ଼ିଆ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି |

{"id":252106,"width":575,"height":380,"sizeSlug":"large"}

ରଶ୍ମି ଟ୍ୱିଟରେ ଲେଖିଛନ୍ତି ଯେ, "ଜୀବନର କିଛି ଭରସା ନାହିଁ | ଜୀବନ ବହୁତ କଷ୍ଟ | ଯାହା ବି ହେଲା ଭଲ ହେଲାନି | ମୁଁ ନିଜକୁ ବହୁତ ହେଲପ୍ ଲେସ ଅନୁଭବ କରୁଛି | ମୋର ଏହି ପ୍ରଶଂସକ ପାଇଁ ବହୁତ ସାରା ସ୍ନେହ ଏବଂ ଭଗବାନ କରନ୍ତୁ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ତାଙ୍କ ପରିବାରକୁ ଏହି ସମୟରେ ସାହସ ମିଳୁ | ମୁଁ ପ୍ରାର୍ଥନା କରୁଛି ଏହି ଭାଇରସ କାହାର ପ୍ରାଣ ନ ନେଉ | ଆସନ୍ତୁ ସମସ୍ତେ ମିଳିମିଶି ପ୍ରାର୍ଥନା କରିବା ଯେମିତି ଏହି ଭାଇରସ ଦୁନିଆରୁ ଦୁରେଇ ଯିବ ଏବଂ ସବୁକିଛି ଠିକ ହେଇଯିବ |"

{"id":252107,"width":558,"height":779,"sizeSlug":"large"}

ରଶ୍ମି ଦେଶାଇ ଆହୁରି ଲେଖିଛନ୍ତି ଯେ, " ଏହିଭଳି ପ୍ଲାଟଫର୍ମ ଜରିଆରେ ଆମ ଭଳି ସେଲିବ୍ରିଟିଙ୍କୁ ଆପଣମାନଙ୍କ ସ୍ନେହ ଓ ଭଲ ପାଇବା ମିଳିଥାଏ | ଏହା ମୋର ପ୍ରଶଂସକଙ୍କ ଶେଷ ଟ୍ୱିଟ | ସେ ନିଜ ଜୀବନର ଶେଷ ମୁହୂର୍ତ୍ତରେ ମତେ ମନେ ପକାଇଛନ୍ତି |" ରଶ୍ମି ନିଜର ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ଶୁଭକାମନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.