ଜେଏନ୍‌ୟୁରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ଗୁଣ୍ଡାମାନେ କିଏ? ଏହି ଗୁଣ୍ଡାଗିରି ପଛରେ କାହାର ରହିଛି ହାତ?

Published By : Prameya-News7 Bureau | January 06, 2020 IST

ଦିଲ୍ଲୀ୬/୧:  ଜେଏନ୍‌ୟୁ ବିଶ୍ବବିଦ୍ୟାଳୟରେ  ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଅଶାନ୍ତ ପରିସ୍ଥିତି । ଶିକ୍ଷାନୁଷ୍ଠାନରେ ଏଭଳି ଦାଦାଗିରିକୁ ନେଇ ସମଗ୍ର ଦେଶରେ ବିରୋଧ । ଜେଏନ୍‌ୟୁ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଦୁର୍ବୃତ୍ତମାନଙ୍କୁ ଚିହ୍ନଟକରି କଠୋର ଦଣ୍ଡ ପାଇଁ ସମସ୍ତେ ଦାବି କରିଛିନ୍ତି । ଏହି ଆକ୍ରମଣ କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ହୋଇଥିବା ବିରୋଧୀ  ଅଭିଯୋଗ କରିଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।ଯାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

{"id":207921,"sizeSlug":"large"}

ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟ ବା ଜେଏନ୍‌ୟୁରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିବା ଗୁଣ୍ଡା ମାନେ କିଏ ? କେମିତି ଓ କାହିଁକି ଏତେବଡ ବିଶ୍ବବିଦ୍ୟାଳୟରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବାକୁ ସାହାସ କଲେ ? ଏହି ଗୁଣ୍ଡାଗିରି ପଛରେ କାହାର ହାତ ରହିଛି ?  ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମୁଖା ପିନ୍ଧା ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ଜଏଣ୍ଟ ପୋଲିସ କମିଶନର ଶାଳିନୀ ସିଂ ଘଟଣାର ତଦନ୍ତ କରିବେ । ଏନେଇ ଏକ ଟିମ୍ ଗଠନ କରାଯାଇଛି । ଏଥିରେ ଦୁଇ ଜଣ ଏସିପି ଏବଂ ୪ଜଣ ଇନ୍ସପେକ୍ଟର ଅଛନ୍ତି । ଗୃହ ମନ୍ତ୍ରାଳୟ ଘଟଣା ନେଇ ଦିଲ୍ଲୀ ପୋଲିସକୁ ରିପୋର୍ଟ ତଲବ କରିଛି ।

{"id":207922,"sizeSlug":"large"}

ଘଟଣା ପରେ ଜେଏନୟୁରେ ଭୟର ବାତାବରଣ। ଛାତ୍ରଛାତ୍ରୀ ଏବେ କ୍ୟାମ୍ପସ ଛାଡୁଛନ୍ତି । କ୍ୟାମ୍ପସର୍‌ରେ ଅଶାନ୍ତି ବଢିବାରେ ଲାଗିଛି । ଗତକାଲି ସଂଧ୍ୟାରେ ଫି ବୃଦ୍ଧି ପ୍ରତିବାଦରେ ଛାତ୍ର ଏବଂ ଅଧ୍ୟାପକଙ୍କ ଶାନ୍ତି ବୈଠକ ଚାଲିଥିବା ସମୟରେ ମୁଖାଧାରୀ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ ।

{"id":207926,"sizeSlug":"large"}

ଆଜି ଛାତ୍ରମାନେ ଆଜି ମଧ୍ୟ ଜେଏନୟୁ ସାମ୍ନାରେ ଧାରଣା ଦେଇଥିଲେ। ଏହି ଘଟଣାର ପ୍ରତିବାଦ ଅନ୍ୟ କ୍ୟାମ୍ପସକୁ ଡେଇଁଛି। ଦିଲ୍ଲୀ ସମେତ ମୁମ୍ବାଇ, ପାଟଣା, ପଞ୍ଜାବ, ପୁନେ. ବନାରସ ଆଦି ସ୍ଥାନରେ ପ୍ରଦର୍ଶନ ଚାଲିଛି । ସେହି ସବୁ ବିଶ୍ବବିଦ୍ୟାଳୟ ଆଗରେ ପୋଲିସ ମୁତନୟ କରାଯାଇଛି । ସେପଟେ ଜେଏନୟୁ ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

{"id":207923,"sizeSlug":"large"}

ଏହାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟକରି କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଗଣ୍ଡଗୋଳ ଉଗ୍ର ରୂପ ପାଇଁ ଏପରି ଘଟିଥିବା କୁହାଯାଉଛି ।

{"id":207925,"sizeSlug":"large"}

ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଥିବା ବେଳେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି । ସେପଟେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ଓଡ଼ିଶା ଗସ୍ତରେ ଆସିଥିବା ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଫୋକରିୟାଲ ନିଶଙ୍କ କହିଛନ୍ତି ଶିକ୍ଷାନୁଷ୍ଠାନ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଆଡ୍ଡା ସ୍ଥଳୀ ନହେଉ।

{"id":207924,"sizeSlug":"large"}

ଜେଏନୟୁରେ ଫି ବୃଦ୍ଧିକୁ ନେଇ ଅଶାନ୍ତି ଲାଗି ରହିଥିବା ବେଳେ ଏବେ ସିଏଏକୁ ନେଇ ମଧ୍ୟ ଅଶାନ୍ତି ଯୋଡ଼ି ହୋଇଛି । ଏତିକିବେଳେ ପୁଣି ଦିଲ୍ଲୀ ନିର୍ବାଚନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ଜେଏନୟୁ ରାଜନୀତିର ପ୍ରୟୋଗଶାଳା ନ ହେଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.