‘ସାମ୍ବାଦିକଙ୍କୁ ସରକାରୀ ଗୋପନୀୟ ତଥ୍ୟ ଦେବା ଅପରାଧ’: ଅର୍ଣ୍ଣବଙ୍କ ମାମଲାରେ ପଚାରିଲେ ରାହୁଲ, ବାଲାକୋଟ୍‌ ଆକ୍ରମଣ ଜାଣିଥିଲେ ମାତ୍ର ୫ ଜଣ, କିଏ ସେ ସନ୍ଦିଗ୍ଧ ?

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯/୦୧: ରପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ହ୍ବାଟସଆପ୍ ଚାଟକୁ ନେଇ ବିବାଦ ବଢ଼ିଛି। ସରଗରମ ହୋଇଛି ରାଜନୀତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ସିଧାସଳଖ ସରକାର ଏବଂ ସରକାରର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ପଚାରିଛନ୍ତି ଏକ ସଙ୍ଗୀନ ପ୍ରଶ୍ନ। ଦେଶ ସୁରକ୍ଷା ତଥା ଶାସନର ଗୁରୁତ୍ବପୂର୍ଣ୍ଣ ସୂଚନା ହସ୍ତାନ୍ତର ନେଇ ଜୋରଦାର ଆକ୍ଷେପ କରିଛନ୍ତି। କହିଛନ୍ତି, ସରକାରୀ ଗୋପନୀୟ ତଥ୍ୟ ସାମ୍ବାଦିକଙ୍କୁ ଦିଆଯିବା ନିଶ୍ଚିତ ଭାବରେ ଏକ ଅପରାଧିକ କାର୍ଯ୍ୟ। ସବୁଠୁ ବଡ଼ କଥା ହେଲା ସେହି ଗୋପନୀୟ ତଥ୍ୟ ସରକାରରେ ଅତି ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ମାତ୍ର ୫ ଜଣଙ୍କୁ ଜଣାଥିଲା। କିଏ ସେ ସେହି ତଥ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଦେଲେ । ତାଙ୍କୁ ନିଶ୍ଚିତ ଭାବେ କାଠଗଡ଼ାକୁ ଟଣାଯିବା ଦରକାର। ଅଭିଯୁକ୍ତ ଭାବେ ତାଙ୍କ ବିରୋଧରେ ତଦନ୍ତ ହେବା ନିହାତି ଜରୁରୀ।

wp:gallery {"ids":[394996],"linkTo":"none"} /wp:gallery

ଭାଇରାଲ ଚାଟ୍‌ରୁ ଜଣାପଡ଼ିଛି ଯେ, ବାଲାକୋଟ ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ପୂର୍ବରୁ ଅର୍ଣ୍ଣବ ଗୋସ୍ବାମୀ ଜାଣିଥିଲେ। ତେବେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସରକାରୀ ଗୁପ୍ତ ତଥ୍ୟ ସେୟାର କରିବା ‘ଆପରାଧିକ କାର୍ଯ୍ୟ’। ତେଣୁ ସୂଚନା ପଠାଇଥିବା ଓ ପାଇଥିବା ବ୍ୟକ୍ତି ଜେଲ୍‌ ଯିବା ଦରକାର ବୋଲି ରାହୁଲ ଦାବି କରିଛନ୍ତି।

  ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି, ‘ଏହି ସବୁ ମିଶନ ସମ୍ପର୍କରେ ୪ରୁ ୫ ଜଣ ଜାଣିଥାନ୍ତି। ଏହି ସୂଚନା କେବଳ ବାୟୁସେନା ମୁଖ୍ୟ , ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଏନଏସଏ ଜାଣିଥାନ୍ତି। ଏପରିକି ଏହି ସୂଚନା ପାଇଲଟଙ୍କୁ ବି ଦିଆଯାଏ ନାହିଁ। ତେବେ ଏହି ୫ ଜଣଙ୍କ ମଧ୍ୟରୁ କେହି ଜଣେ ଏହି ସୂଚନା ଦେଇଛନ୍ତି। ଏହା ହେଉଛି ଏକ ଅପରାଧିକ କାର୍ଯ୍ୟ। କିଏ ଏପରି କରିଛି ତାଙ୍କୁ ଖୋଜି ବାହାର କରିବା ଦରକାର। ଉଭୟ ସୂଚନା ପଠାଇଥିବା ଓ ପାଇଥିବା ବ୍ୟକ୍ତି ଜେଲ ଯିବା ଦରକାର।’

wp:gallery {"ids":[394997],"linkTo":"none"} /wp:gallery

ଏହି ପ୍ରଣାଣୀ ଆରମ୍ଭ ହେବା ଉଚିତ କିନ୍ତୁ ଏହା ଆରମ୍ଭ ହୋଇପାରିବ ନାହିଁ କାରଣ ଏହି ସୂଚନା ଖୋଦ ପ୍ରଧାନମନ୍ତ୍ରୀ ଦେଇଥାଇ ପାରନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ତେବେ ଏହି ମାମଲାରେ ଆଇନ୍‌ ତା ବାଟରେ ଯିବ କିନ୍ତୁ ମୁଁ ମୋର ଏକ ମନ୍ତବ୍ୟ ରଖିଲି। ଏହା ଅତ୍ୟନ୍ତ ଗୋପନୀୟ ତଥ୍ୟ। କାହା ସହ ସେୟାର କରିବା କଥା ନୁହେଁ । ଏହି ସୂଚନା ଜଣେ ସାମ୍ବାଦିକଙ୍କୁ ଦେବା ଏକ ଅପରାଧିକ କାର୍ଯ୍ୟ ବୋଲି ସେ କହିଛନ୍ତି।   

wp:gallery {"ids":[394998],"linkTo":"none"} /wp:gallery

 ସେମାନେ ନିଜକୁ ଦେଶପ୍ରେମୀ ବୋଲି କହୁଛନ୍ତି। କିନ୍ତୁ ଦେଶର ଗୋପନୀୟ ତଥ୍ୟ ପ୍ରଘଟ କରି ବାୟୁସେନାକୁ ବିପଦରେ ପକାଇବାକୁ ଦେଶପ୍ରେମ କୁହାଯାଏ ନାହିଁ । ଏ ସମ୍ପର୍କରେ ଯଦି ହ୍ବାଟସଆପ୍‌ରେ ଅର୍ଣ୍ଣବ ଗୋସ୍ବାମୀ ଜାଣିଛନ୍ତି ଆଉ ସେୟାର କରିଛନ୍ତି ତେବେ ଏହାକୁ ପାକିସ୍ତାନ ବି ଜାଣିଥିବ।  ଏଥିରେ ଭାବିବାର କିଛି ନାହିଁ। ଏହା ଏକ ଅପରାଧିକ କାଣ୍ଡ। ତେଣୁ ତଦନ୍ତ ଆରମ୍ଭ ହେବା ଦରକାର ବୋଲି ମଧ୍ୟ ଦାବି କରିଛନ୍ତି ରାହୁଲ।

ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି, ‘୨୦୧୯ ପୁଲଓ୍ବାମା ଆକ୍ରମଣ ପରେ ସାମ୍ବାଦିକ କହିଥିଲେ ‘ଏହା ଆମ ପାଇଁ ଭଲ’। ଏହା ପ୍ରଧାନମନ୍ତ୍ରୀଙ୍କ ଭାବନାର ପ୍ରତିଫଳନ। ଆମର ୪୦ ଜଣଙ୍କୁ ମାରିଦିଆଗଲା ଏବଂ ସେ ନିର୍ବାଚନ ଜିତିଗଲେ।’  ଫେବୃଆରୀ ୨୬, ୨୦୧୯ରେ ଭାରତ ପକ୍ଷରୁ ଏହାରଷ୍ଟ୍ରାଇକ୍‌ କରାଗଲା। ଯାହାକି ଜେମ୍‌ର ତାଲିମ୍‌ କ୍ୟାମ୍ପରେ ହୋଇଥିବା କୁହାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.