ମୋଦୀ-ମନମୋହନଙ୍କ ମଧ୍ୟରୁ କିଏ ଭଲ ପ୍ରଧାନମନ୍ତ୍ରୀ ? ଏମିତି ଜବାବ ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨ : ରାଜ୍ୟସଭା ସାଂସଦ ତଥା କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟଶୈଳୀର ତୂଳନା କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। ଆଜତକ୍ ତରଫରୁ ହେଉଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିନ୍ଧିଆ କହିଛନ୍ତି ମୋଦୀଙ୍କ ସହିତ ମନମୋହନଙ୍କୁ ତୁଳନା କରି ହେବ ନାହିଁ ।

ସେ ମୋଦୀଙ୍କୁ କର୍ମରେ ବିଶ୍ୱାସ କରୁଥିବା ଭାରତ ପାଇଁ ଜଣେ ସଶକ୍ତ ସଫଳ ଗତିଶୀଳ ନେତୃତ୍ୱ କହି ପ୍ରଶଂସା କରିଛନ୍ତି। ମୋଦୀ ଓ ମନମୋହନଙ୍କ କାର୍ଯ୍ୟଶୈଳୀରେ ଭିତରେ ଆକାଶ ପାତାଳ ଫରକ ରହିଛି ବୋଲି ସେ ଏହି କାର୍ଯ୍ୟକ୍ରମରେ ଜୋର ଦେଇ କହିଛନ୍ତି।

ସିନ୍ଧିଆ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ହାଇ ପ୍ରୋଫାଇଲ ମନ୍ତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ । ସୂଚନା ଥାଉକି ସେ ପୂର୍ବରୁ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ମନମୋହନଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେ ୨୦୨୦ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା ବେଳେ ସେହି ବର୍ଷ ଜୁଲାଇ ମାସରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ସେ ଏବେ ରାଜ୍ୟସଭାରେ ମଧ୍ୟ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.