ଅଭିନେତ୍ରୀ ଅଶ୍ରୀତା ସେଟ୍ଟୀ କିଏ? ଯାହାଙ୍କ ପ୍ରେମରେ ପଡ଼ିଛନ୍ତି ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ...

Published By : Prameya-News7 Bureau | October 11, 2019 IST

ମୁମ୍ବାଇ୧୧|୧୦: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ସାଉଥ୍ ଫିଲ୍ମର ଅଭିନେତ୍ରୀ ଅଶ୍ରୀତା ସେଟ୍ଟୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ମାସ ୨ ତାରିଖରେ ମୁମ୍ବାଇରେ ଅଶ୍ରୀତା ଓ ମନୀଷଙ୍କ ବିବାହ ହେବ।  

୧୯୯୩ ମସିହା ଜୁଲାଇ ୧୬ ତାରିଖରେ ଅଶ୍ରୀତାଙ୍କ ଜନ୍ମ ହୋଇଥିଲେ। ୨୦୧୦ ମସିହାରେ ସେ ବିୟୁଟି କଣ୍ଟେଷ୍ଟ କ୍ଲିନ୍‌ ଆଣ୍ଡ କ୍ଲିୟର ଫ୍ରେଶ୍‌ ଫେସ୍‌ ଇଭେଣ୍ଟରେ ଅଶ୍ରୀତା ଜିତିବା ପରେ ତେଲିକେଡା ବୋଲ୍ଲୀ ନାମକ ଏକ କମେଡି ଫିଲ୍ମ ମାଧ୍ୟମରେ ଗ୍ଳାମର ଦୁନିଆରେ ଏଣ୍ଟ୍ରି କରିଥିଲେ। ଏହା ପରେ ଉଦୟମ ଏନଏଚ୪ରେ ଅଭିନେତା ସିଦ୍ଧାର୍ଥଙ୍କ ସହ ସେ ଅଭିନୟ କରିଥିଲେ। ଉଦୟମ ଏନଏଚ୍‌ ୪ ଫିଲ୍ମ ଅଶ୍ରୀତାଙ୍କ କ୍ୟାରିୟର ବଦଳାଇ ଦେଇଥିଲା। ଏହି ଫିଲ୍ମରେ ସେ ଏକ ସପ୍ଟ ଚରିତ୍ରରେ ଅଭିନୟ କରିଥିଲେ।

ଏକ ସାକ୍ଷାତକାରରେ ଅଶ୍ରିତା କହିଛନ୍ତି ଯେ ପ୍ରଥମରୁ କ୍ୟାମେରା ସାମ୍ନା କରିବା ତାଙ୍କ ପ​‌କ୍ଷେ ସମ୍ଭବ ନଥିଲା।  ତେଣୁ ଟିଭି ବିଜ୍ଞାପନ ମାଧ୍ୟମରେ ସେ ଗ୍ଲାମର ଦୁନିଆରେ ପାଦ ଥାପିଥିଲେ। ମନୀଷ ଓ ଅଶ୍ରୀତା ଦୀର୍ଘଦିନ ହେବ ରିଲେସନରେ ଥିବା କଥା ସେ ସ୍ବୀକାର କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.