Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

କିଏ ଅଧିକ ଧନୀ କ୍ୟାଟ୍ରିନା ନା ବିକ୍କି କୌଶଲ ? କ୍ୟାଟ୍ରିନାଙ୍କ ପାଖରେ ଅଛି ୩ଟି ଘର, ଲଗଜରୀ ଗାଡିର ସୌଖିନ ବିକ୍କି

30/11/2021 at 5:27 PM

ମୁମ୍ବାଇ ୩୦/୧୧ : ବଲିଉଡ ଅଭିନେତା ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘରକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି। ଉଭୟ କଳାକାର ନିଜ ଅଭିନୟ ଦକ୍ଷତାରେ ଇଣ୍ଡଷ୍ଟ୍ରିରେ ନାଁ କରିଛନ୍ତି ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି କମେଇଛନ୍ତି। ଉଭୟ କଳାକାରଙ୍କ ଅନେକ ଫ୍ୟାନ ଫଲୋୟିଙ୍ଗ ଅଛନ୍ତି। ବିକ୍କି କୌଶଲ ଓ କ୍ୟାଟ୍ରିନାଙ୍କ ମୋଟ ସମ୍ପତ୍ତି କେତେ ? କିଏ ଅଧିକ ଧନୀ ଓ ତାଙ୍କ ଜୀବନଶୈଳୀ କିଭଳି ଆସନ୍ତୁ ଜାଣିବା।

ବିକ୍କି ଓ କ୍ୟାଟ୍ରିନା ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ଶ୍ୟାମ କୌଶଲଙ୍କ ପୁଅ ବିକ୍କି କୌଶଲ ଫିଲ୍ମ ‘ମସାନ’ରୁ ନିଜ କ୍ୟାରିଅର ଆରମ୍ଭ କରିଛନ୍ତି। ତାପରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମରେ ବିକ୍କି କୌଶଲ ମୁଖ୍ୟ କଳାକାର ଭାବେ ନଜର ଆସିଥିଲେ। ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକରେ ବିକ୍କିଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ରିପୋର୍ଟ ଅନୁଯାୟୀ ବିକ୍କି କୌଶଲଙ୍କ ମୋଟ ସମ୍ପତ୍ତି ୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୨ କୋଟି ଟଙ୍କା।

ସେ ଖୁବ ଶୀଘ୍ର ଇଣ୍ଡଷ୍ଟ୍ରିରେ ନାଁ କରିଛନ୍ତି। ସେ ଲଗଜରୀ ଗାଡିର ବହୁତ ସୌଖିନ। ନିକଟରେ ସେ ସୋସିଆଲ ମିଡ଼ିଆରେ ନିଜର ନୂଆ ରେଞ୍ଜ ରୋଭରର ଫଟୋ ସେୟାର କରିଥିଲେ। ସେ ମୁମ୍ବାଇରେ ରୁହନ୍ତି ଏବଂ ଏବେ କିଛି ଫିଲ୍ମର ଶୁଟିଂ କରୁଛନ୍ତି।

କ୍ୟାଟ୍ରିନା କୈଫ ବଲିଉଡର ସବୁଠାରୁ ଅଧିକ ପେଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ୨୦୦୩ ରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଅଜବ ପ୍ରେମ କି ଗଜବ କାହାଣୀ’, ‘ରାଜନୀତି’, ‘ଅଗ୍ନିପଥ’ ଆଦି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ରିପୋର୍ଟ ଅନୁଯାୟୀ କ୍ୟାଟ୍ରିନାଙ୍କ ସମ୍ପତ୍ତି ୨୨୪ କୋଟି ଟଙ୍କାରୁ ଅଧିକ। ମୁମ୍ବାଇରେ କ୍ୟାଟ୍ରିନାଙ୍କ ୩ଟି ଘର ଅଛି। ତାଙ୍କ ପାଖରେ ଅନେକ ଲଗଜରୀ ଗାଡି, ରେଞ୍ଜ ରୋଭର, ମର୍ସିଡିଜ, ଅଡି ମଧ୍ୟ ଅଛି। କ୍ୟାଟ୍ରିନା ଫିଲ୍ମ ଓ ବିଜ୍ଞାପନରେ ଖୁବ ରୋଜଗାର କରିଛନ୍ତି।

   Related Posts