ଶ୍ରୀମନ୍ଦିର ଇତିହାସରେ ଏମିତି କେବେ ଘଟିନଥିଲା: କଣ ସତରେ ମାଳିକା କଥା ସତ, ବାରହାତ ଖଣ୍ଡା ଧରି କଳକି ଅବତାରରେ ଆସିବେ ଜଗନ୍ନାଥ ???

Published By : Prameya-News7 Bureau | December 28, 2018 IST

ଭୁବନେଶ୍ବର ୨୮|୧୨: ବାର ଘଣ୍ଟାର ନୀତି ବିଳମ୍ବ । ସକାଳ ସାଢ଼େ ୪ଟାରେ ମଙ୍ଗଳ ଆଳତୀ ହେବା କଥା ଆଉ ହେଲା ସଂଧ୍ୟା  ୫ଟାରେ । ଏପଟେ  ହଜାର ହଜାର ଭକ୍ତ ବ୍ୟାକୁଳ ହେଉଥିଲେ। ଶ୍ରୀମନ୍ଦିର ଇତିହାସରେ ଏମିତି କେବେ ଘଟିନଥିଲା। ଆଜି ଯାହା ଘଟିଲା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା।

{"id":68171}

ଆଜି ଯାହା ଘଟିଲା ଶ୍ରୀମନ୍ଦିର ଇତିହାସରେ କଲଙ୍କିତ ଅଧ୍ୟାୟ ହେଲା। ପୂର୍ବରୁ ଶ୍ରୀମନ୍ଦିରରେ ସେବାୟତ-ପୋଲିସ- ସେବାୟତ-ସେବାୟତ, ଭକ୍ତ –ସେବାୟତ କିମ୍ବା ପ୍ରଶାସନ ମଧ୍ୟରେ ଅନେକ ଥର ଝଗଡ଼ାଝାଟି ହୋଇଥିଲା କିନ୍ତୁ ଏମିତି କିଛି ହୋଇନଥିଲା। ଆଉ କାହିଁକେତେ ଦୂର ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା ଭକ୍ତ ନିଜ ଭାଗ୍ୟକୁ ନିନ୍ଦୁ ଥିଲା। ଆଖିରୁ ତାର ବହୁଥିଲା ଅଶ୍ରୁ।

{"id":68173}

କେତେବେଳେ କ୍ଷୋଭ, କେତେବେଳେ କ୍ରୋଧ କେତେବେଳେ ଅଭିମାନ ଆଉ କେତେବେଳେ କାନ୍ଦି କାନ୍ଦି ଭକ୍ତ ନିଜର ମନର କଥା କହୁଥିଲା। ଯେଉଁମାନେ ଅହଂକାରରେ ଅନ୍ଧ  ହୋଇଯାଇଛନ୍ତି। ଯେଉଁମାନଙ୍କ ଭଗବାନଙ୍କ ସହିତ ବାଦ କରିବାକୁ ସାହସ କରିଛନ୍ତି ସେମାନଙ୍କ ପାଖରେ ଏମାନେ କିନ୍ତୁ  ଥିଲେ ଅସହାୟ।

{"id":68175}
{"id":68176}

ଏବେବି ଅନେକ ଭକ୍ତ ଅଛନ୍ତି ଦିଅଁ ଦର୍ଶନ ନକଲେ ସେମାନେ ଅନ୍ନ ସ୍ପର୍ଶ କରିନ୍ତିନି। ଆଜି ଯେତେବେଳେ ସ୍ବୟଂ ଭଗବାନ ଓପାସ ଅଛନ୍ତି ସେତେବେଳେ ସେମାନେ ବି ଅନ୍ନ ଗ୍ରହଣ କରିନଥିଲେ। ସାରା ଓଡିଶାରେ ଭକ୍ତ ମନ ଆନ୍ଦୋଳିତ ହେଉଥିଲା। କଣ ସତରେ ମାଳିକା କଥା ସତ ହବାକୁ ଯାଉଛି। କଣ ବାରହାତ ଖଣ୍ଡା ଧରି କଳକି ଅବତାରରେ ଆସିବେ ଜଗନ୍ନାଥ।

{"id":68178}
{"id":68180}

ଯେତେବେଳେ ଦ୍ବାର ଫିଟିବା ପାଇଁ ନିଷ୍ପତ୍ତି ହୋଇଥିଲା। ଭକ୍ତଙ୍କ ଆନନ୍ଦ କହିଲେ ନସରେ। ଜିଲ୍ଲାପାଳ ଆସି କହିଥିଲେ ଆଜି ବିଳମ୍ବିତ ରାତି ଯାଏଁ ଦର୍ଶନ ଚାଲୁ ରହିବ । ଏହା ବି ପ୍ରଶାସନର ମର୍ଜି। ଆଉ ଭକ୍ତ ବ୍ୟାରିକେଡ଼ରେ ଜୟ ଜଗନ୍ନାଥ କହି ଧାଇଁଥିଲା ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ।  

{"id":68181}

ବେଶ୍‌ କିଛି ଦିନ ଧରି ଯାହା କିଛି ଘଟିଚାଲିଛି ସବୁକିଛି ଶ୍ରୀମନ୍ଦିର ଇତିହାସରେ କେବେବି ଘଟିନଥିଲା। ଦାରୁ ଫିକ୍ସଂଠାରୁଆରମ୍ଭ କରି ଦିନରେ ବ୍ରହ୍ମ ପରିବର୍ତ୍ତନ, ରତ୍ନ ଭଣ୍ଡାରର ଚାବି ହଜିବା ଠାରୁ ଆରମ୍ଭ କରି ସିଂହଦ୍ବାରରେ ଲାଠି ଚାର୍ଜ ହେବା ଏବଂ ବାଇଶି ପାହାଚ ଯାଏଁ ଚପଲ ପିନ୍ଧି କିଛି ପଶିଯିବା। କେତେବେଳେ ଅନଲାଇନ ଟିକେଟ କେତେବେଳେ ପାରମାଣିକ ଟିକେଟ। ଏସବୁ କିଛି ବାଦ ବିବାଦ କିର୍ତ୍ତି ଚନ୍ଦ୍ରରେ କଳଙ୍କ ଲଗାଉନି ତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.