ରାଧିକା ମର୍ଚ୍ଚାଣ୍ଟ କିଏ? ଯିଏ ହେବାକୁ ଯାଉଛନ୍ତି ଆମ୍ବାନୀଙ୍କ ପରିବାରର ସାନ ବୋହୂ, ଜାଣନ୍ତୁ

Published By : Prameya-News7 Bureau | September 16, 2019 IST

ନୂଆଦିଲ୍ଲୀ୧୬|୯: ଭାରତରେ ଧନଶାଳୀ ପରିବାର ତାଲିକାରେ ଆମ୍ବାନୀଙ୍କ ପରିବାର ନାଁ ରହିଛି। ଆମ୍ବାନୀ ପରିବାରର ସାନ ବୋହୂ ଯିଏ ହେବେ ତାଙ୍କ ସଂପର୍କରେ ହୁଏତ ବହୁତ ଲୋକ ଜାଣି ନଥି​‌ବେ। ଏହି ଧନୀ ବ୍ୟକ୍ତିଙ୍କ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଏହି ଯୁବତୀ ନଜର ଆସିଥାନ୍ତି। ଯେଉଁ ଯୁବତୀ ସଂପର୍କରେ ଏତେ ଚର୍ଚ୍ଚା ହେଉଛି ସେ ହେଉଛନ୍ତି ରାଧିକା ମର୍ଚ୍ଚାଣ୍ଟ । ଆମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଆମ୍ବାନୀଙ୍କୁ ରାଧିକା ବିବାହ କରିବେ। ଏହି ଦୁଇଜଣ ଫଟୋକୁ ନେଇ ସୋସିଆଲ ମଡ଼ିଆରେ ଚର୍ଚ୍ଚା ହେଉଛି। ଉଭୟଙ୍କ ଏନଗେଜମେଣ୍ଟ ମଧ୍ୟ ସରିଛି।

{"id":158436}

ଇଶା ଆମ୍ବାନୀ ଓ ଶ୍ଲୋକା ମେହେତାଙ୍କ ବିବାହରେ ରାଧିକା ବହୁତ କାମ କରିଥିଲେ। ଆମ୍ବାନୀ ପରିବାରର ସବୁ କାର୍ଯ୍ୟକ୍ରମରେ ରାଧିକ ଯୋଗ ଦେଇଥାନ୍ତି। ହେଲେ ରାଧିକା ଓ ଅନନ୍ତଙ୍କ ବିବାହକୁ ନେଇ କେହି ସ୍ପଷ୍ଟି କରିନଥିଲେ। ବିରେନ୍ ମର୍ଚ୍ଚାଣ୍ଟ ଓ ଶୈଳା ମର୍ଚ୍ଚାଣ୍ଟଙ୍କ ଝିଅ ହେଉଛନ୍ତି ରାଧିକା । ଏନକୋର ହେଲଥ କେୟାରରେ ସିଇଓ(CEO) ଭାବେ ତାଙ୍କ ବାପା କାର୍ଯ୍ୟ କରନ୍ତି। ଏହାସହ ଭାରତର ପ୍ରମୁଖ ବ୍ୟବସାୟୀଙ୍କ ତାଲିକାରେ ମଧ୍ୟ ବିରେନ ମର୍ଚ୍ଚାଣ୍ଟଙ୍କ ଙ୍କ ନାଁ ରହିଛି। ୨୩ ବର୍ଷ ବୟସ୍କା ରାଧିକା ରାଜନୀତି ଓ ଅର୍ଥଶସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

{"id":158437}

ସୂଚନାଯୋଗ୍ୟ ଯେ, ଅନନ୍ତ ଓ ରାଧିକା ଛୋଟ ସମୟରେ ପରସ୍ପରକୁ ଜାଣିଛନ୍ତି। ଛୋଟବେଳୁ ଉଭୟ ଘନିଷ୍ଠ ବନ୍ଧୁ ଥିଲେ। କିଛିଦିନ ତଳେ ଉଭୟଙ୍କ ଏନଗେଜମେଣ୍ଟ ହୋଇଛି। ଉଭୟଙ୍କ ବିବାହର ଚଳିତ ମାସ ଶେଷରେ ଆମ୍ବାନୀ ପରିବାର ପକ୍ଷରୁ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ନିକଟରେ ଗଣେଷ ଚର୍ତୁର୍ଥୀ ଅବସରରେ ନୀତା ଆମ୍ବାନୀଙ୍କ ସହ ରାଧିକା ଫଟୋ ସୁଟ୍‌ କରୁଥିବାର ନଜର ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.