Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଫେସବୁକ୍‌ର ମାଲିକ କିଏ? ଏହା ରଙ୍ଗ ନୀଳ କାହିଁକି? କେଉଁ ଦେଶରେ ବ୍ୟାନ? ଜାଣନ୍ତୁ ‘Facebook’ ସଂପର୍କରେ ଟିକିନିଖି ତଥ୍ୟ…

1/09/2019 at 6:32 PM

ନୂଆଦିଲ୍ଲୀ୧|୯: ଆଜିକାଲି ସୋସିଆଲ ନେଟଓ୍ବାର୍କିଂକୁ ବହୁ ମାତ୍ରାରେ ବ୍ୟବହାର କରାଯାଉଛି। ସେଥିଲାଗି ସୋସିଆଲ ସାଇଟ୍‌ର ବିକାଶ ପାଇଁ ଉନ୍ନତମାନର ଟେକ୍ନୋଲୋଜି ବ୍ୟବହାର କରାଯାଉଛି। ସୋସିଆଲ ମିଡିଆର ୟୁଜର୍ସ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫେସବୁକ୍‌, ଟ୍ବିଟର, ଇନଷ୍ଟାଗ୍ରାମଭଳି ସାଇଟ୍‌ର ବ୍ୟବହାର ବହୁ ମାତ୍ରାରେ ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ ଫେସବୁକର ରଙ୍ଗ କାହିଁକି ନୀଳ? କାହିଁକି ଅନ୍ୟ କୌଣସି ରଙ୍ଗ କରାଗଲା ନାହିଁ?  ଜଣେ ଫେସବୁକ୍‌ ୟୁଜର୍ସଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟକୁ କ’ଣ କରାଯାଇଥାଏ? ଫେସବୁକ୍‌କୁ କେଉଁ କେଉଁ ଦେଶ​‌ରେ ବ୍ୟାନ କରାଯାଇଛି?  ଫେସବୁକ୍ ଜନିତ ସମସ୍ୟାକୁ ଏହି ସାଇଟର ମାଲିକ ମାର୍କ ଜୁକରବର୍ଗଙ୍କ ପାଖରେ ପହଞ୍ଚାଇବା ପାଇଁ କ’ଣ କରିବାକୁ ପଡିବ? ଏହିସବୁ ପ୍ରଶ୍ନର ଉତ୍ତର ଜାଣନ୍ତୁ…

ଫେସବୁକ୍‌ର ରଙ୍ଗ କାହିଁକି ନୀଳ?

ସାତଟି ରଙ୍ଗ ମଧ୍ୟରୁ ଫେସବୁକ୍‌ର ରଙ୍ଗକୁ କୌଣସି ରଙ୍ଗ କରାଯାଇ ପାରିଥାନ୍ତା ହେଲେ ନୀଳ ରଙ୍ଗ ହେବାର ବହୁତ କାରଣ ରହିଛି। ଫେସବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ନୀଳ ରଙ୍ଗକୁ ଭଲ ଭାବେ ଦେଖିପାରନ୍ତି। ମାର୍କ ହେଉଛନ୍ତ କଲର ବ୍ଲାଇଣ୍ଡନେସ ତେଣୁ ନୀଳ ରଙ୍ଗକୁ ଭଲ ଭାବେ ଜାଣିପାରନ୍ତି ତେଣୁ ଫେସବୁକ୍‌ର ରଙ୍ଗକୁ ନୀଳ କରାଯାଇଛି।

ଫେସବୁକ୍‌ ମୁଖ୍ୟ  ମାର୍କ ଜୁକରବର୍ଗଙ୍କ ପାଖରେ ଖବର କିପରି ପହଞ୍ଚାଇବେ?

ଗୁଗଲ​‌ରେ ପ୍ରଥମେ ଫେସବୁକ୍‌ ଲଗ୍ଇନ କରି ହୋମ ପେଜ୍‌କୁ ଯାଆନ୍ତୁ ଦେଖିବେ ୟୁଆରଏଲ  https://www.facebook.com ପାଇବେ।ଏହି ୟୁଆରଏଲ ପୂର୍ବରୁ ଚାରି ଡିଜିଟ୍‌ ଡିଲିଟକରି ବସ/୪ ଡିଜିଟ ଯୋଡି ଦେଲେ ଆପଣ ମାର୍କ ଜୁକରବର୍ଗଙ୍କ ଓ୍ବାଲ ପେପରେ ପହଞ୍ଚିଯିବେ।

ପ୍ରତି ସେକେଣ୍ଡରେ ଫେସବୁକ୍‌ରେ ୫ଜଣ ୟୁଜର୍ସ ଯୋଡି ହେଉଛନ୍ତି। ଏହା ବ୍ୟତୀତ ଫେସବୁକ୍‌ରେ ପ୍ରତିଦିନ ୩୦ କୋଟି ରୁ ଅଧିକ ଅଲଗା ଅଲଗା ଦେଶର ୟୁଜର୍ସମାନେ ଫଟୋ ପୋଷ୍ଟ କରିଥାନ୍ତି। ୬୦ ସେକେଣ୍ଡରେ ୫୦ ହଜାରରୁ ଅଧିକ କମେଣ୍ଟସ୍‌ ଓ ପାଖାପାଖି ୩ ଲକ୍ଷ ଷ୍ଟାଟସ ଲେଖିଥାନ୍ତି। ବର୍ତ୍ତମାନ ସୁଦ୍ଧା ୯ କୋଟି ଫେକ୍‌ ଆଇଡି ଫେସବୁକ୍‌ରେ ରହିଛି।

ଏହି ଦୁଇ ଦେଶରେ ଫେସବୁକ୍‌ ବ୍ୟାନ

ସବୁଦେଶରେ ଫେସବୁକ୍‌ ବ୍ୟବହାର କରାଯାଉଛି। ହେଳେ ଚୀନ ଓ ଉତ୍ତର କୋରିଆ ଦୁଇଟି ଦେଶରେ ଫେସବୁକ୍‌ ବ୍ୟାନ କରାଯାଇଛି। ଫେସବୁକ୍‌କୁ କେହି ବ୍ଲକ କରି ପାରିବେ ନାହିଁ। ମାର୍କ ନିଜେ ଏହାର ପ୍ରୋଫାଇଲ ସେଟିଂ କରିଥାନ୍ତି। ଫେସବୁକ୍‌ ପରେ ଇନଷ୍ଟାଗ୍ରାମ ଓ ହ୍ବାର୍ଟ୍ସଆଫକୁ ମଧ୍ୟ ମାର୍କ କିଣିଥିଲେ। ୨୦୦୪ ମସିହାରେ ମାର୍ଚ୍ଚ ମାସରେ ଫେସବୁକ୍‌ ଆରମ୍ଭ  ହୋଇଥିଲା। ଗୋଟେ ବର୍ଷ ଭିତରେ ୧୦ ଲକ୍ଷ  ୟୁଜର୍ସ ଯୋଡି ହୋଇଥିଲେ। ୨୦୦୯ରେ ଆମେରିକାରେ ଏକ ନମ୍ବର ସୋସିଆଲ ନେଟଓ୍ବାର୍କିଂ ଭାବେ ଫେସବୁକ୍‌ ସ୍ଥାନ ପାଇଥିଲା। ୨୦୧୨ ମସିହାରେ ​ ଇନଷ୍ଟାଗ୍ରାମ ଓ ୨୦୧୪ ମସିହାରେ ହ୍ବାର୍ଟ୍ସଆଫ୍ ଭଳି ସୋସିଆଲ ସାଇଟ୍‌କୁ ମାର୍କ ଜୁକରବର୍ଗ କିଣିଥିଲେ।

   Related Posts