Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କିଏ ହିଜବୁଲର ନୂଆ କମାଣ୍ଡର ଗାଜୀ ହାଇଦର ? ସରକାରୀ ଚାକିରୀରୁ ମୋଷ୍ଟ୍ ଓ୍ୱାଣ୍ଟେଡ୍ ଆତଙ୍କବାଦୀ

11/05/2020 at 5:30 PM

ଶ୍ରୀନଗର, ୧୧|୦୫ :  କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହୁଦ୍ଦୀନ ଗାଜୀ ହାଇଦରକୁ ନୂଆ କମାଣ୍ଡର ଭାବେ ନିଯୁକ୍ତ କରିଛି । ଗାଜୀ ସରକାରୀ ଚାକିରୀ କରିବାର କିଛି ବର୍ଷ ପରେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା । ସେ ଦକ୍ଷିଣ କାଶ୍ମୀରରେ ଅଧିକ ସକ୍ରିୟ ଅଟେ । ଗତ କିଛିଦିନ ପୂର୍ବେ ରିୟାଜ ନାଇକୁକୁ ମାରି ଦିଆଯାଇଥିଲା । ଏବେ ଗାଜି ଭାରତୀୟ ସେନା ପାଇଁ ମୋଷ୍ଟ୍ ଓ୍ୱାଣ୍ଟେଡ୍ ହୋଇଯାଇଛି ।

କିଏ ଗାଜି ହାଇଦର

ରିୟାଜ ନାଇକୁ ପ୍ରାଣ ହରାଇବା ପରେ ହିଜବୁଲ ମୁଜାହୁଦ୍ଦୀନ ଜମ୍ମୁ-କାଶ୍ମୀରରେ ଗାଜୀ ହାଇଦରକୁ ସଙ୍ଗଠନର ନୂଆ କମାଣ୍ଡର ଦାୟିତ୍ୱ ଦେଇଛି । ଗାଜୀର ପ୍ରକୃତ ନାମ ହେଉଛି ସୈଫୁଲ୍ଲାହ ମୀର । ସେ ମେଡିକାଲ ପଢିଛି । ସେ ଡାକ୍ତର ସେଫ୍ ଓ ମୁସାହିବ ନାମରେ ମଧ୍ୟ ପରିଚିତ ।  ଏପରିକି ସେ ପୋଲିସ ଏନକାଉଣ୍ଟରରେ ଆହତ ଆତଙ୍କବାଦୀଙ୍କ ଚିକିତ୍ସା ମଧ୍ୟ କରିଥାଏ ।

ଗାଜୀ ପୁଲଓ୍ୱାମାରେ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ ପଢିଥିଲା । ପରେ ସେ ସରକାରୀ ଆଇଆଇଟିରୁ ମେଡିକାଲ କୋର୍ସ କରିଥିଲା । କିଛିଦିନ ଯାଏଁ ସେ ଶ୍ରୀନଗରର ରାଷ୍ଟ୍ରୀୟ ଇଲେକ୍ଟ୍ରୋନିକରେ ଟେକନିସିଆନ୍ ଭାବେ କାମ କରିଥିଲା । ସେ ୩ ବର୍ଷ ଯାଏଁ ଚାକିରୀ କରିଥିଲା । ଏହାପରେ ସେ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲା । ଏପରିକି ସେ ଦକ୍ଷିଣ କାଶ୍ମୀରରେ ଅଫିମ ବ୍ୟବସାୟ ମଧ୍ୟ ଆରମ୍ଭ କରିଥିଲା ।

ନ୍ୟୁଜ୍ ଏଜେନ୍ସୀ କେଏନଏସ ମୁତାବିକ, ପିଓକେରେ ଆୟୋଜିତ ଶୋକସଭାରେ ଗାଜୀକୁ ନୂଆ କମାଣ୍ଡର ବୋଲି ଘୋଷଣା କରାଯାଇଥିଲା । ଏହାପରେ ଗାଜୀ ସୁରକ୍ଷାକର୍ମୀଙ୍କ ହିଟଲିଷ୍ଟକୁ ଚାଲି ଆସିଛି । ଗାଜୀକୁ ମୋଷ୍ଟ୍ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ସୟିଦ ସଲାହୁଦ୍ଦୀନର ଖାସ୍ ବୋଲି କୁହାଯାଏ । ଗାଜୀର ପୁଲଓ୍ନାମା, କୁଲଗାମ ଓ ସୋପିଆନ ଆଦି ଜିଲ୍ଲାରେ ସକ୍ରିୟ ନେଟଓ୍ୱର୍କ ରହିଛି ।

   Related Posts