Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଏସିଆ ମହାଦେଶରେ କିଏ ସବୁଠୁ ଶକ୍ତିଶାଳୀ ? ଆମେରିକା ପ୍ରଭାବଶାଳୀ, ଚୀନ ତାପରେ, ଚତୁର୍ଥ ଶକ୍ତିମାନ ଭାରତ

19/10/2020 at 4:46 PM

ନୂଆଦିଲ୍ଲୀ, ୧୯|୧୦: ଏସିଆରେ କାହାର ଦବଦବା ବେଶୀ ? ଭାରତ, ଆମେରିକା ନା ଚୀନ ? ଏହି ପ୍ରଶ୍ନ ସଦାବେଳେ ଲାଗି ରହେ । ଦିନକୁ ଦିନ ଆମେରିକା ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଇପାରେ ଲାଗିଛି । ଏହା ମଧ୍ୟରେ  ଏକ ରିପୋର୍ଟରେ ଏସିଆରେ କିଏ ବେଶୀ ଶକ୍ତିଶାଳୀ ତାହା ପ୍ରକାଶ ପାଇଛି ।

କରୋନା ମହାମାରୀକୁ ନେଇ ଆମେରିକା ଏବେ ସମାଲୋଚନାର ଶିକାର ହେଉଛି । ଆହୁରି ମଧ୍ୟ ଚୀନ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ଯୁଦ୍ଧ ଲାଗି ରହିଛି । ଉଭୟ ଦେଶ ଭାରତ ମହାସାଗର ସମେତ ଅନେକ ଅଞ୍ଚଳରେ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛନ୍ତି । ଏହାମଧ୍ୟରେ ସିଡନୀର ଲୋୟୀ ଇନଷ୍ଟିଚ୍ୟୁଟ୍ ଏସିଆ ପାଓ୍ୱାର ଇଣ୍ଡେକ୍ସ-୨୦୨୦ର ରିପୋର୍ଟ ଅନେକ ଗୁରୁତ୍ୱ ବହନ କରୁଛି ।

ରିପୋର୍ଟ ଅନୁସାରେ, ଏସିଆ ମହାଦେଶରେ ଆମେରିକାର ଦବଦବା ଅଧିକ ରହିଛି । ଦ୍ୱିତୀୟରେ ଚାଇନା ରହିଛି । ସେହିପରି ଭାରତର ରାଙ୍କ୍ ତଳେ ରହିଛି । କିନ୍ତୁ କରୋନା ମହାମାରୀ ସମୟରେ ଆମେରିକାର ଛବି ମଳୀନ ପଡିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ ଅନେକ ବ୍ୟବସାୟିକ କ୍ଷତି ମଧ୍ୟ ଆମେରିକା ସହିଛି ।

ଲୋୟୀ ଇନଷ୍ଟିଚ୍ୟୁଟ୍ ଏସିଆ ପାଓ୍ୱାରର ମୁଖ୍ୟ ଗବେଶକ ହର୍ବ ଲେମାୟେହୁ କହିଛନ୍ତି ଯେ, କରୋନା ମହାମାରୀ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି । ଆମେରିକା ପାଇଁ ଏହା ଅଭିଶାପ ପାଲଟିଛି । କାରଣ ଆମେରିକା ସରକାର କରୋନା ମୁକାବିଲାରେ ଆଖିଦୃଶିଆ ପଦକ୍ଷେପ ନେଇ ନଥିଲେ । ଏହା ବ୍ୟତୀତ ଅର୍ଥନୀତିରେ ମଧ୍ୟ ଆମେରିକା ତଳକୁ ଖସିଛି ।ଯାହାକୁ ଭରଣା କରିବା ପାଇଁ ଆମେରିକାକୁ ଅନେକ ବର୍ଷ ଲାଗିବ ।

ଆମେରିକାକୁ ନିଜ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଆହୁରି ୪ ବର୍ଷ ଲାଗିବ । କିନ୍ତୁ କରୋନାକୁ ମାତ୍ ଦେଇ ଏବେ ଚାଇନାର ଅର୍ତନୀତି ସଳଖ ହୋଇଛି । ଏହା ବିଶ୍ୱର ଏକମାତ୍ର ବୃହତ ଅର୍ଥନୀତି ଭାବେ କରୋନା ମୁକାବିଲା କରିପାରିଛି । ଏହାକୁ ପାଥେୟ କରି ଚାଇନା ପଡୋଶୀ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

ସେ ଆହୁରି କହିଛନ୍ତି ଯେ, ଏତତ୍ ବ୍ୟତୀତ କୁଟନୈତିକ ସ୍ତରରେ ଚୀନ ଦୁର୍ବଳ ନଜର ଆସିଛି । କାରଣ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ ଅନେକ ଶତ୍ରୁ ସୃଷ୍ଟି କରିଛି । ଚୀନର ବୈଦେଶିକ ରଣନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ଚୀନ ନଜର ରଖିଛି । ଯାହା ଏବେ ଟ୍ରେଣ୍ଡରେ ରହିଛି । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ ଏସିଆ ଆମେରିକା ସହ ବ୍ୟବସାୟକୁ ଆହୁରି ଗତିଶୀଳ କରିବ ।  ଏହାମଧ୍ୟରେ ଚୀନ ଆମେରିକାକୁ ହଟାଇ ଏସିଆରେ ସବୁଠାରୁ ଶକ୍ତିଶାଳୀ ହେବାକୁ ପ୍ରୟାସ ଜାରି ରଖିଛି ।

ଏସିଆରେ ଶକ୍ତିଶାଳୀ ଦେଶ ତାଲିକାରେ ଭାରତ ଆମେରିକା, ଚୀନ ଓ ଜାପାନ ପଛକୁ ଚତୁର୍ଥ ସ୍ଥାନରେ ରହିଛି । କିନ୍ତୁ ମହାମାରୀରେ ଭାରତର ଅର୍ଥବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଦୋହଲି ଯାଇଛି । ଅନୁମାନ କଲେ ଭାରତ ୨୦୩୦ ସୁଦ୍ଧା ଚୀନର କେବଳ ୪୦ ପ୍ରତିଶତ ଅର୍ଥନୀତିରେ ପହଁଚିପାରିବ । ଯାହା ୫୦ ପ୍ରତିଶତ ହେବ ବୋଲି ଗତବର୍ଷ ଅନୁମାନ କରାଯାଉଥିଲା । ଭାରତ ଏସିଆରେ ଏକ ମହାଶକ୍ତି ଭାବେ ଉଭା ହୋଇଛି । କିନ୍ତୁ ଦାରିଦ୍ର୍ୟ ଭଳି ଅନେକ ଚ୍ୟାଲେଞ୍ଜ ଭାରତ ପାଇଁ ଅଡୁଆ ସୃଷ୍ଟି କରୁଛି ।

ଏହି ରିପୋର୍ଟରେ ଜାପାନକୁ ସ୍ମାର୍ଟ ପାଓ୍ୱାର ବୋଲି କୁହାଯାଇଛି । କୁଟନୀତି, ପ୍ରତିରକ୍ଷା କ୍ଷେତ୍ରରେ ଜାପାନ ନିଜକୁ ସଶକ୍ତ କରିଛି । ଏହାସହ ଅନେକ ଦେଶ ସହ ମିଳିତ ସମରାଭ୍ୟାସ କରୁଛି ।

ଏହାସହ ଭାରତ ପଛକୁ ଋଷିଆ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲାଣ୍ଡ ଓ ମାଲେସିଆ ଟପ୍ ୧୦ରେ ରହିଛନ୍ତି । ତାଇଓ୍ୱାନ, ଅଷ୍ଟ୍ରେଲିଆ ଓ ଭିଏତନାମ ପୂର୍ବ ବର୍ଷ ତୁଳନାରେ ଅଧିକ ଶକ୍ତିଶାଳୀ ହୋଇଛନ୍ତି ।

ସୂଚନାଯୋଗ୍ୟ, ଅର୍ଥନୀତି, ପ୍ରତିରକ୍ଷା, କୁଟନୈତିକ ଦବଦବା ଓ ଭବିଷ୍ୟତ ପ୍ରକଳ୍ପ ସହ ୧୨୮ଟି ବିଷୟକୁ ଏକି ଗବେଷଣାରେ ଗୁରୁତ୍ୱ ଦିଆଯାଇଥିଲା ।

   Related Posts