ଆଇସୋଲେସନରେ ସାଉଦିର କ୍ରାଉନ୍ ପ୍ରିନ୍ସ, ପରିବାରର ୧୫୦ ସଦସ୍ୟ କରୋନା ସଂକ୍ରମିତ

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: କରୋନା ଭାଇରସ୍‌ ସଭିଙ୍କୁ ଗୋଟିଏ  ଜାଗାରେ ନେଇ ଛିଡା କରି ଦେଇଛି। ସେ ସାଧାରଣ ପରିବର ହେଉ କି ବିତ୍ତଶାଳୀ ପରିବାର। ସଭିଙ୍କ ଉପରେ ଏହି ଭାଇରସ୍‌ର ବିପଦ ରହିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସାଉଦି ଆରବର କ୍ଷମତାସୀନ ଶାହି ପରିବାରର ୧୫୦ ଜଣ ସଦସ୍ୟ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ କିଙ୍ଗ ସଲମାନଙ୍କ ସହିତ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆଇସୋଲେସନରେ ଚାଲି ଯାଇଛନ୍ତି।

କିଏ ଏହି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ

ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ MBS ନାମରେ ପୂରା ଦୁନିଆରେ ପରିଚିତ। କିଛି ସମୟ ପୂର୍ବେ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ବିଷୟରେ କିଛି ଲୋକ ଜାଣିଥିଲେ, ମାତ୍ର ଯେବେ ତାଙ୍କ ପିତା ସାଉଦି ଆରବର ରାଜା ହେଲେ ତେବେଠୁ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଚର୍ଚ୍ଚାର ପରିଧିକୁ ଆସିଥିଲା। ତାଙ୍କର ସଂପର୍କୀୟ ଭାଇ ମହମ୍ମଦ ବିନ ନୟକଙ୍କ ସ୍ଥାନରେ ତାଙ୍କୁ କ୍ରାଉନ ପ୍ରିନ୍ସ ପଦ ମିଳିଥିଲା।

{"id":252666,"sizeSlug":"large"}

ସାଉଦି ଆରବ ପରିବାରର ୧୫୦ ସଦସ୍ୟ କରୋନା ଭାଇରସ୍‌ରେ ସଂକ୍ରମିତ ହେବା ଜଣା ପଡିବା ପରେ ତୁରନ୍ତ ଡାକ୍ତରୀ ଦଳ ପରିବାରର ଚିକିତ୍ସାରେ ଜୁଟି ଯାଇଛନ୍ତି। କରୋନା ବିପଦର ଆଶଙ୍କାକୁ ଦେଖି ହସ୍ପିଟାଲରେ ୫୦୦ ଅତିରିକ୍ତ ଶଯ୍ୟାର ବ୍ୟବସ୍ଥା କରାଯାଉଛି। ଏହା ପୂରା ଦେଶରୁ ଆସୁଥିବା ଭିଆଇପି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ।

{"id":252667,"width":581,"height":301,"sizeSlug":"large"}

ଡାକ୍ତର କହିଛନ୍ତି ଯେ, ଆମକୁ ଜଣା ନାହିଁ କେତେ ରୋଗୀଙ୍କ ସଂଖ୍ୟା ବଢିପାରେ। ମାତ୍ର ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଉଲ୍ଲେଖଯୋଗ୍ୟ, ହାଉସ୍ ଅଫ ସାଉଦି ନାମରେ ପ୍ରସିଦ୍ଧ ସାଉଦି ଆରବର ସାହି ଖାନଦାନରେ ପ୍ରାୟ ୧୫୦୦୦ ସଦସ୍ୟ ରହିଛନ୍ତି। ଏହି ପୂରା ଖାନଦାନ ମହମ୍ମଦ ବିନ ସାଉଦିଙ୍କ ବଂଶଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.