Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଶେଷରେ ବାହୁବଳୀର ଭଲ୍ଲାରଦେବଙ୍କୁ ମିଳିଲା ତାଙ୍କ ରାଜକୁମାରୀ : ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

13/05/2020 at 8:43 PM

ମୁମ୍ବାଇ ୧୩/୫: ବାହୁବଳୀ ଷ୍ଟାର୍ ରାଣା ଦାଗ୍ଗୁବତୀ ନିକଟରେ ନିଜ ଗାର୍ଲଫ୍ରେଣ୍ଡ ମିହିକା ବଜାଜଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ଏବଂ ମିହିକା ମଧ୍ୟ ତାଙ୍କ ବିବାହ ପ୍ରପୋଜାଲକୁ ସ୍ବୀକାର କରିଥିଲେ। କିନ୍ତୁ ଆପଣ ଜାଣିଛନ୍ତି କି ମିହିକା ବଜାଜ କିଏ ଏବଂ କ’ଣ କରନ୍ତି? ଯଦି ଆପଣ ଭାବୁଛନ୍ତି ଯେ ମିହିକା ଦକ୍ଷିଣ ଭାରତର କୌଣସି ଅଭିନେତ୍ରୀ ତେବେ ଆପଣ ଭୁଲ୍।

ମିହିକା ଜଣେ ଏଣ୍ଟରପ୍ରେନ୍ୟୋର। ସେ ଜଣାଶୁଣା ବ୍ୟବସାୟୀ ସୁରୋ ବଜାଜଙ୍କ ଝିଅ। ତାଙ୍କ ଜନ୍ମ ହାଇଦ୍ରାବାଦରେ ହୋଇଛି ଏବଂ ସେ ସେଠାରେ ବଡ଼ ହୋଇଛନ୍ତି। ସେ ହୋମ୍-ଡେକୋର ବ୍ୟବସାୟରେ ଅଛନ୍ତି। ଟ୍ୟୁ ଡ୍ରପ୍ ଡିଜାଇନ୍ ନାମକ ତାଙ୍କର ଏକ ଷ୍ଟୁଡିଓ ରହିଛି। ଏହା ବ୍ୟତୀତ ସେ ଓ୍ବେଡିଂ ପ୍ଲାନିଙ୍ଗ୍ ଏବଂ ଇଭେଣ୍ଟସ୍ ମଧ୍ୟ ଅର୍ଗନାଇଜ କରନ୍ତି। ମିହିକା ଇଣ୍ଟେରିୟର ଡିଜାଇନିଂରେ ମଧ୍ୟ ଗ୍ରାଜୁଏସନ କରିଛନ୍ତି।

ମିହିକା ଫିଲ୍ମ ଇଣ୍ଡଷ୍ଟ୍ରିର ନଥିଲେ ମଧ୍ୟ ସୋନମ୍ କପୁର ଏବଂ ରିୟା କପୁରଙ୍କ ଭଲ ସାଙ୍ଗ। ଦୁହେଁ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏକାଠି ଫଟୋ ପୋଷ୍ଟ କରନ୍ତି। ରାଣା ଦାଗ୍ଗୁବତୀ ଦୀର୍ଘ ଦିନରୁ ମିହିକାଙ୍କୁ ଡେଟ୍ କରୁଛନ୍ତି କିନ୍ତୁ ସେ ତାଙ୍କ ରିଲେସନ ବିଷୟରେ ନିକଟରେ ସମସ୍ତଙ୍କୁ ଜଣାଇଛନ୍ତି।

ରାଣା ଏହି କ୍ୟାପସନରେ ଲେଖିଛନ୍ତି,‘ ସେ ହଁ କହିଲେ।’ ରାଣାଙ୍କ ସହଯୋଗୀ ଏବଂ ପ୍ରଶଂସକମାନେ ଇନଷ୍ଟାଗ୍ରାମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

   Related Posts