କିଏ ଏହି ମାଦି ଶର୍ମା ? ଯିଏ ୟୁରୋପୀୟ ୟୁନିଅନର ସାଂସଦଙ୍କୁ କାଶ୍ମୀର ଗସ୍ତ କରାଇଥିଲେ,ଜାଣନ୍ତୁ ତାଙ୍କ ବିଷୟରେ
31/10/2019 at 12:31 PM

ନୂଆଦିଲ୍ଲୀ ୩୧/୧୦: ୟୁରୋପୀୟ ସଙ୍ଘର ସାଂସଦଙ୍କୁ ଜାମ୍ମୁ -କାଶ୍ମୀର ଗସ୍ତ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମାଦୀ ଶର୍ମା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଡାକରାରେ ୟୁରୋପୀୟ ସଙ୍ଘର ୨୩ଜଣିଆ ସାଂସଦ ଦଳ ଭାରତ ଆସିଥିଲେ। ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରିବା ପରେ ପ୍ରଥମ ଥର ଆନ୍ତର୍ଜାତୀୟ ଦଳକୁ ଭାରତ ସରକାର ଘାଟି ଗସ୍ତ କରିବାକୁ ଅନୁମତି ଦେଇଥିଲେ।

ଟ୍ବିଟର ଆକାଉଣ୍ଟରେ ମାଦି ଶର୍ମା ନିଜକୁ ଆନ୍ତର୍ଜାତୀୟ ବ୍ୟାପାରରେ ମଧ୍ୟସ୍ଥି ବୋଲି କହିଥିଲେ। ସେ ନିଜକୁ ସାମାଜିକ ପୁଞ୍ଜିବାଦୀ,ଶିକ୍ଷା ଉଦ୍ୟମୀ ଏବଂ ବକ୍ତା ବୋଲି ମଧ୍ୟ ଲେଖିଛନ୍ତି। ସେ ବ୍ରିଟେନରେ ଏକ ବେସରକାରୀ ସଂସ୍ଥା ଚଳାଉଛନ୍ତି , ଯେଉଁ ସଂସ୍ଥା ଏହି ଗସ୍ତର ଆୟୋଜନ କରିଥିଲା। ‘ଓ୍ବମେନସ୍ ଇକୋନୋମିକ୍ ଆଣ୍ଡ ସୋଶିଆଲ ଥିଙ୍କ ଟ୍ୟାଙ୍କ’ ନାମକ ଏହି ଏନଜିଓ ବିଶ୍ବ ସ୍ତରର ।

ମାଦି ଶର୍ମା ୨୭ଜଣ ୟୁରୋପୀୟ ସାଂସଦଙ୍କୁ ଗତ ଅକ୍ଟୋବର ୭ତାରିଖରେ ଇମେଲ ଜରିଆରେ ନିମନ୍ତ୍ରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୪ଜଣ ସାଂସଦଙ୍କୁ ସର୍ତ୍ତ କାରଣରୁ ଗସ୍ତର ଅନୁମତି ଦିଆଯାଇନଥିଲା। ବାକି ୨୩ଜଣ ସାଂସଦଙ୍କୁ ନିମନ୍ତ୍ରଣ ମୁତାବକ ଅକ୍ଟୋବର ୨୭ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଖା କରାଯାଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ନିର୍ଦେଶନାରେ କାଶ୍ମୀର ଗସ୍ତ ହୋଇଥିଲା।

ମାଦି ଶର୍ମା ଏକ ସଂସ୍ଥା ‘ୟୁରୋପିଆନ୍ ଇକୋନୋମିକ୍ସ ଆଣ୍ଡ ସୋଶିଆଲ କମିଟିର ସଦସ୍ୟ, ଯାହା ୟୁରୋପୀୟ ସଙ୍ଘର ଏକ ପରାମର୍ଶକାରୀ ସଂସ୍ଥା ଅଟେ। ସେ ୩୭୦ଧାରା ଉପରେ ଏକ ଧାଡ଼ି ମଧ୍ୟ ଲେଖିଥିଲେ ,ଯାହାର ଶୀର୍ଷକ ହେଉଛି ‘ଧାରା ୩୭୦କୁ ଉଚ୍ଛେଦ କରିବା ବିଜୟ ଏବଂ କାଶ୍ମିରୀ ମହିଳାଙ୍କ ପାଇଁ କାହିଁକି ଚ୍ୟାଲେଞ୍ଜ’।

ମାଦି ଶର୍ମା ଗତ ବର୍ଷ ୟୁରୋପୀୟ ସାଂସଦର ଏକ ପ୍ରତିନିଧିମଣ୍ଡଳକୁ ମାଳଦ୍ବୀପ ପଠାଇବାରେ ସହଯୋଗ କରିଥିଲେ।
