Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଜଣେ କୄର ନେତାଙ୍କ ଜୀବନରେ କେମିତି ଆସିଲେ ଜଣେ ସାଧାରଣ ଯୁବତୀ ? କିମ୍ ଜୋଙ୍ଗଙ୍କୁ ବିବାହ କରିଥିବା ରି ସୋଲ ଜୁ କିଏ…

24/04/2020 at 1:33 PM

ନୂଆଦିଲ୍ଲୀ ୨୪/୦୪ : ଗତ କିଛି ଦିନ ହେଲା ଉତ୍ତର କୋରିଆ ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗଙ୍କୁ ନେଇ ନାନା ଖବର ଶୁଣିବାକୁ ମିଳୁଛି | ଆମେରିକୀୟ ମିଡ଼ିଆ ଅନୁଯାୟୀ, କିମ ଜୋଙ୍ଗ ଅସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି | କିନ୍ତୁ ବିବିସିର ଏକ ରିପୋର୍ଟ ଅନୁଯାୟୀ, କିମଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି | ତାଙ୍କ କହିବାନୁଯାୟୀ କିମ ଅସୁସ୍ଥ ଥିଲେ କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ନିଜ ଘରେ ଅଛନ୍ତି |

ଏହା ମଧ୍ୟରେ କିମଙ୍କ ଜୀବନୀକୁ ନେଇ ଅନେକ ରୋମାଞ୍ଚକ ତଥ୍ୟ ସାମ୍ନାକୁ ଆସିଛି | ସବୁଠାରୁ ରୋମାଞ୍ଚକ ହେଲା ତାଙ୍କ ପ୍ରେମ ଜୀବନୀ | କିମ ଜୋଙ୍ଗ ଓ ତାଙ୍କ ପତ୍ନୀ ରି ସୋଲ ଜୁଙ୍କ ସମ୍ପର୍କରେ କୁହାଯାଏ ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି | ଉଭୟଙ୍କୁ ଯେବେ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳେ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସ୍ପଷ୍ଟ ବାରି ହୋଇପଡେ | ଉଭୟଙ୍କ ପରସ୍ପର ପ୍ରତି ପ୍ରେମ, ସମ୍ମାନ, ସ୍ନେହ ରହିଛି | କିମଙ୍କ ପ୍ରେମ ସମ୍ପର୍କ ଓ ବିବାହ ସମ୍ପର୍କରେ ଅନେକ ତଥ୍ୟ ରହିଛି |

କିମଙ୍କ ପତ୍ନୀ ରି ବହୁତ ପ୍ରତିଭାଶାଳୀ ବୋଲି କୁହାଯାଏ | ସେ ଜଣେ ବହୁତ ଭଲ ଗାୟିକା ଏବଂ ପରାମର୍ଶଦାତା ମଧ୍ୟ | କିମ ନିଜ ପତ୍ନୀଙ୍କ ପରାମର୍ଶ ବିନା କୌଣସି କାମ କରନ୍ତିନି ବୋଲି କୁହାଯାଏ | କିମ ଏବଂ ଜୁ ପ୍ରେମ ବିବାହ କରିଛନ୍ତି | ଉଭୟର ୩ ପୁଅଝିଅ ଅଛନ୍ତି | ୧୯୮୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ହୋଇଥିବା ଜୁ ପୂର୍ବରୁ ଚିୟରଲିଡର ଥିଲେ | ସେ ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିଲେ | ପ୍ରଥମ ଦେଖାରେ ହିଁ କିମ ତାଙ୍କୁ ନିଜ ହୃଦୟ ଦେଇ ଦେଇଥିଲେ | ପ୍ରଥମଦେଖାରୁ ହିଁ କିମଙ୍କୁ ଜୁ ସହ ପ୍ରେମ ହୋଇଯାଇଥିଲା |

କିମ ଜୋଙ୍ଗ ଓ ଜୁଙ୍କ ବିବାହ ସମ୍ପର୍କରେ ସଠିକ ତଥ୍ୟ କାହା ପାଖରେ ବି ନାହିଁ | କିନ୍ତୁ ମିଡ଼ିଆ ରିପୋର୍ଟ ଅନୁଯାୟୀ, ପାଖାପାଖି ୨୦୦୯ ମସିହା ଆଡକୁ ଉଭୟ ବିବାହ କରିଥିଲେ | କିମ ଓ ଜୁଙ୍କ ମଧ୍ୟରେ ୭ ବର୍ଷର ଅନ୍ତର ରହିଛି | ଉଭୟଙ୍କ ବିବାହକୁ ୧୧ ବର୍ଷ ହୋଇସାରିଛି | ୨୦୧୨ ମସିହାରେ ଜୁଙ୍କ ସନ୍ତାନ ଜନ୍ମ ହେବା ପରେ ଉଭୟ ବିବାହ ସମ୍ପର୍କରେ ଜଣାପଡିଥିଲା | ୨୦୧୮ ମସିହାରେ କିମ ନିଜ ପତ୍ନୀଙ୍କୁ ଫାଷ୍ଟ ଲେଡି ବା ପ୍ରଥମ ମହିଳା ବୋଲି ଘୋଷିତ କରିଥିଲେ | ଏହା ପରଠାରୁ ମିଡ଼ିଆ ଜୁଙ୍କୁ ସମ୍ମାନିତ ପ୍ରଥମ ମହିଳା ଭାବେ ଜାଣିଚି |

ଜୁଙ୍କୁ ଅନେକ ସମାରୋହରେ କିମଙ୍କ ସହ ଦେଖିବାକୁ ମିଳେ | ଅନେକ ବିଦେଶ ଯାତ୍ରାରେ ମଧ୍ୟ ରୁ କିମଙ୍କ ସହ ଯାଇଥାନ୍ତି | ଜୁ କେବଳ ସୁନ୍ଦର ନୁହନ୍ତି, ବହୁତ ଶାନ୍ତ ଓ ଚତୁର ମଧ୍ୟ | ଥରେ ଏକ ସମାରୋହରେ କୌଣସି କାରଣରୁ କିମ ଜୋଙ୍ଗକୁ କ୍ରୋଧ ଆସିଥିଲା | ସେତେବେଳେ ଲୋକେ ଭାବି ନେଇଥିଲେ କିମ କ୍ରୋଧିତ ହେଲେଣି ମାନେ ଏବେ ସମସ୍ତଙ୍କ ଜୀବନ ଗଲା | ସେ ସମସ୍ତଙ୍କୁ ହତ୍ୟା କରିଦେବେ | କିନ୍ତୁ ଜୁ ସେତେବେଳେ ସେଠାରେ ଉପସ୍ଥିତ ଥିଲେ | ସେ କିମଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଥିଲେ ଏବଂ ସମସ୍ତଙ୍କ ଜୀବନ ବଞ୍ଚାଇଥିଲେ |

   Related Posts