Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଡିସେମ୍ବରରେ ପଡିବ ଭିକ୍କି ଓ କ୍ୟାଟ୍ରିନାଙ୍କ ହାତ ଗଣ୍ଠି, ସାମ୍ନାକୁ ଆସିଲା ଅତିଥିଙ୍କ ଲିଷ୍ଟ…

13/11/2021 at 11:20 AM

ନୂଆଦିଲ୍ଳୀ ୧୩।୧୧ : ବଲିଉଡର ଲଭବାର୍ଡ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଆସନ୍ତା ମାସ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ନିଜର ବାହାଘରକୁ ଗ୍ରାଣ୍ଡ ୱେରେ  ପାଳନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା ଲୁଛାଛପାରେ ଚାଲିଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସେନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ବହୁ ଚର୍ଚ୍ଚିତ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡୁଛି ।

ଏଥିପାଇଁ ବିକ୍କି ଓ କ୍ୟାଟ୍ରିନାଙ୍କ ଟିମ ସବୁ ପ୍ରକାରର ପ୍ରସ୍ତୁତି ଚଳାଛନ୍ତି। ଏସବୁ ସତ୍ତ୍ୱେ ଉଭୟ ନିଜର ବାହାଘର କାର୍ଯ୍ୟକ୍ରମ ପାଇଁ ଏଯାଏ ବିଧିବଦ୍ଧ ଭାବେ କାହାକୁ ନିମନ୍ତ୍ରଣ କରିନାହାନ୍ତି। କିନ୍ତୁ ବିକ୍କି ଓ କ୍ୟାଟ୍ରିନା ନିଜର ବନ୍ଧୁମାନଙ୍କୁ ଡିସେମ୍ବର ୭ରୁ ୯ ଯାଏ ଫ୍ରି ରହିବାକୁ ଅନୁରୋଧ କରିଛନ୍ତି। ଏହାର ଅର୍ଥ ୭ରୁ ୯ ମଧ୍ୟରେ ସେମାନଙ୍କ ବାହାଘର ହେବ । ଏହି ଲଭବାର୍ଡଙ୍କ ଜଣେ ଘନିଷ୍ଠ ବନ୍ଧୁ ନିଜ ନାଁ ଗୋପନ ରଖି କହିଛନ୍ତି, ବିକ୍କି ଓ କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ସେମାନଙ୍କର ବନ୍ଧୁ ଏବଂ ମେଣ୍ଟୋର ମାନଙ୍କୁ ଡାକିବେ। ଏଥିପାଇଁ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଅତିଥି ଲିଷ୍ଟରେ କରନ ଜୋହର, ଅଲୀ ଆବ୍ବାସ ଜାଫର, କବିର ଖାନ, ମିନି ମାଥୁର, ରୋହିତ ସେଟ୍ଟୀ, ସିଦ୍ଧାର୍ଥ ମାଲହୋତ୍ରା, କିଆରା ଆଡଭାନୀ, ବରୁଣ ଧୱନ, ନତାଶା ଦଲାଲ, ସଲମାନ ଖାନ ଓ ଅକ୍ଷୟ କୁମାର ପ୍ରମୁଖ ରହିଛନ୍ତି।

ନିକଟରେ ବିକ୍କି ଓ କ୍ୟାଟ୍ରିନା ମୁମ୍ବାଇରେ ଫିଲ୍ମ ନିର୍ମାତା କବିର ଖାନଙ୍କ ଘରେ ନିଜର ରୋକା ପାଳନ କରିଥିଲେ। କବିର ଖାନଙ୍କ ଅତ୍ୟନ୍ତ ଘନିଷ୍ଠ ହେଉଛନ୍ତି କ୍ୟାଟ୍ରିନା। ସେ ତାଙ୍କୁ ଭାଇ ଭାବେ ବିବେଚନା କରନ୍ତି। ରୋକାରେ କେବଳ କିଛି ନିର୍ଦ୍ଦିଷ୍ଟ ଅତିଥି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କ୍ୟାଟ୍ରିନାଙ୍କ ମା’ ସୁଜାନ, ଭଉଣୀ ଇସାବେଲ କୈଫ, ବିକ୍କିଙ୍କ ବାପା ଶାମ କୌଶଲ , ମା’ ବୀଣା କୌଶଲ ଓ ଭାଇ ସନ୍ନି କୌଶଲ ପ୍ରମୁଖ ରହିଥିଲେ।

   Related Posts