ଅଗଷ୍ଟ ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ଅଧିକ ଏକଦିବସୀୟ ମ୍ୟାଚ ଖେଳିଥିବା ଭାରତୀୟ ଖେଳାଳି କିଏ ଜାଣନ୍ତୁ

Published By : Prameya-News7 Bureau | July 22, 2019 IST

ନୂଆଦିଲ୍ଲୀ୨୨|୭: ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୧୯ ବିଶ୍ବକପ ହାରିବା ପରଠାରୁ ଟିମ ଇଣ୍ଡିଆ ପୂର୍ବତନ ଅଭିଜ୍ଞ ଖେଳାଳିମାନେ ଟିମର ସାମିଲ ଥିବା ଖେଳାଳିଙ୍କ ଦୋଷ, ତୃଟି ବାଛିବାର​‌ ଲାଗିଛନ୍ତି। ଭାରତୀୟ ଟିମର ଦମଦାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୨୦୧୯ ବିଶ୍ବକପରେ ସୁନ୍ଦର ଖେଳ ପ୍ରଦର୍ଶନ ଦେଖାଇଛନ୍ତି। ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଆଗାମୀ ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ କ୍ରିକେଟପ୍ରେମୀ ଯଥେଷ୍ଟ ଆଶା ଭରସା ରଖିଛନ୍ତି।

 ରୋହିତ ଶର୍ମା ନିଜ ଖେଳ କ୍ୟାରିୟର ଭିତରେ ୨୧୫ଟି ଏକଦିବସୀୟ ମ୍ୟାଚ ଖେଳିସାରିଛନ୍ତି। ୨୦୧୭ ଅଗଷ୍ଟରୁ ବର୍ତ୍ତମାନ ସୁଦ୍ଧା ଭାରତ ୧୧୧ଟି ଏକଦିବସୀୟ ମ୍ୟାଚ ଖେଳିଛି। ସେଥିମଧ୍ୟରୁ ରୋହିତ  ସବୁ ଖେଳାଳିଙ୍କଠାରୁ ଅଧିକ ୯୫ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି। 

ରୋହିତ ଶର୍ମା ଅଦ୍ୟାବଧି ସମୁଦାୟ ୨୧୫ଟି ଏକଦିବସୀୟ ମ୍ୟାଚ ଖେଳି ୮୬୫୮ ରନ ସଂଗ୍ରହ କରିଛନ୍ତି। ଯେଉଁଥିରେ ୨୭ ଟି ଦମଦାର ଶତକ ସାମିଲ ରହିଛି। ଚଳିତ ବିଶ୍ବକପରେ ରୋହିତ ଶର୍ମା ଦମଦାର ବ୍ୟାଟିଂ କରିବା ସହିତ ୫ଟି ଶତକ ହାସଲ କରିଥିଲେ। ଏହି ସୁଦକ୍ଷ ବ୍ୟାଟ୍ସମ୍ୟାନ ସବୁବେଳେ ଭଲ ପ୍ରଦର୍ଶନ କରିବା ସହ ତାଙ୍କ ଷ୍ଟ୍ରାଇକ ରେଟ୪୮.୯୧ ରହିଛି। ୨୦୧୯ରେ ଟିମ ଇଣ୍ଡିଆର ଚତୁର୍ଥ  ବିଦେଶ ଗସ୍ତ କରିବାକୁ ଯାଉଛି। ଅଷ୍ଟେ୍ରଲିଆ , ନ୍ୟୁଜିଲାଣ୍ଡ, ଇଂଲଣ୍ଡ ତିନି ବିଦେଶ ଗସ୍ତରେ ଯାଇସାରିଛି ଟିମ ଇଣ୍ଡିଆ। ଅଗଷ୍ଟ ତିନି ତାରିଖରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବ ଟମ ଇଣ୍ଡିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.