Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କରୋନା ଭାଇରସ୍‌କୁ ନେଇ ଦ୍ବନ୍ଦ୍ବରେ WHO ! ଶେଷରେ ଡିଲିଟ୍ କରିବାକୁ ପଡିଲା ନିଜ ଟ୍ବିଟ୍

26/04/2020 at 4:54 PM

ନ୍ୟୁୟର୍କ ୨୬।୪: ବିଶ୍ବ ମହାମାରୀ କରୋନା ଭାଇରସ୍ କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କ୍ରମାଗତ ଭାବେ ଅବଗତ କରାଉଛି । WHO ଶନିବାର ଦିନ ଏକ ଟ୍ବିଟ୍ କରି ଲୋକଙ୍କୁ ଚେତାବନୀ ଦେଇଥିଲା । ଯାହା ସାରା ବିଶ୍ବକୁ ଆତଙ୍କିତ କରିଥିଲା ​​। ତେବେ ପରେ WHOକୁ ଏହି ଟ୍ବିଟ୍ ଡିଲିଟ୍ କରିବାକୁ ପଡିଛି ।

WHO ଟ୍ବିଟ୍ ରେ କହିଥିଲା ଯେ, ସୁସ୍ଥ ହୋଇଥିବା ଲୋକମାନେ ପୁନର୍ବାର ଅସୁସ୍ଥ ହୋଇପାରିବେ ନାହିଁ ବୋଲି କୌଣସି ପ୍ରମାଣ ନାହିଁ । ଅର୍ଥାତ୍, ଏହା କୁହାଯାଇପାରିବ ନାହିଁ ଯେ କରୋନା ସୁସ୍ଥ ହୋଇଥିବା ଲୋକମାନଙ୍କ ନିକଟକୁ ପୁଣି ଫେରିବ ନାହିଁ ବୋଲି । ପ୍ରକୃତରେ ଚୀନ୍ ଏବଂ ଦକ୍ଷିଣ କୋରିଆରେ ଏଭଳି ଅନେକ ଘଟଣା ଘଟିଛି ଯେଉଁଠାରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀ ପୁଣି ପଜିଟିଭ ଚିହ୍ନଟ ହୋଇଛନ୍ତି । ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ଅନେକ କ୍ଷେତ୍ରରେ ସୁସ୍ଥ ହେବା ପରେ ରୋଗୀଙ୍କ ରିପୋର୍ଟ ନେଗେଟିଭ ଥିଲା, କିନ୍ତୁ ୫୦ରୁ ୭୦ଦିନ ପରେ ରିପୋର୍ଟ ପୁଣି ପଜିଟିଭ୍ ବାହାରିଥିଲା ।

WHO ର ଟ୍ବିଟ୍ କୁ ଆଦାର କରି ଆମେରିକାର ବିଶ୍ବବିଦ୍ୟଳୟ ଏବଂ ମେରିଲ୍ୟାଣ୍ଡରେ ସଂକ୍ରମଣ ରୋଗର ମୁଖ୍ୟ ଫହିମ୍ ୟୁନୁସ୍ କହିଛନ୍ତି ଯେ, ଲୋକମାନଙ୍କୁ ଅନାବଶ୍ୟକ ଭାବରେ ଭୟଭୀତ କରିବା ଆବଶ୍ୟକ ନାହିଁ । ଭାଇରାଲ୍ ସଂକ୍ରମଣରୁ ସଂପୂର୍ଣ୍ଣ ସୁସ୍ଥ ଥିବା ରୋଗୀ ମଧ୍ୟ ସାଧାରଣ ଭାବେ ପ୍ରତିରୋଧୀ ହୋଇଥାନ୍ତି । ଏହି ରୋଗ ପ୍ରତିରୋଧକତା ମାସରୁ ବର୍ଷେ ପର୍ଯ୍ୟନ୍ତ ରହିପାରେ । ଏଭଳି ଜିନିଷକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଡାକ୍ତରଙ୍କ ପ୍ରତିକ୍ରିୟାର କିଛି ସମୟ ପରେ WHO ତାର ଟ୍ବିଟ୍ ଡିଲିଟ୍ କରିଦେଇଛି ।

ଡକ୍ଟର ୟୁନିସ କୋଭିଡ-୧୯ ରୋଗୀମାନେ ପୁଣି ପଜିଟିଭ ହେବାର ଦୁଇଟି କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ହୁଏତ ପୂର୍ବରୁ ହୋଇଥିବା ପରୀକ୍ଷା ଭୁଲ୍ ହୋଇପାରେ । ଏହା ମଧ୍ୟ ହୋଇପାରେ ଯେ ପରୀକ୍ଷଣରେ ମୃତ ଭାଇରାଲ୍ RNA ନିଆଯାଇଥାଇପାରେ ।

   Related Posts