Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଧିକାଙ୍କୁ କିଏ ହେବ ଭରଷା ? ସ୍ବାମୀ ଆଉ ଭେଣ୍ଡିଆ ପୁଅର ଅକାଳ ମୃତ୍ୟୁ ପରେ…

24/08/2020 at 7:25 PM

ମହାକାଳପଡା୨୪/୮: ସ୍ବାମୀ ଆଉ ପୁଅ ଆରପାରିକୁ ଚାଲିଯିବା ପରେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି ରାଧିକା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବାରଡାଙ୍ଗ ଗ୍ରାମର ରାଧିକା ପ୍ରଧାନ, ତାଙ୍କ ବୟସ ୮୦ ବର୍ଷ। ସ୍ବାମୀ ଦନେଇ ପ୍ରଧାନ ଏବଂ ୩୫ ବର୍ଷର ଭେଣ୍ଡିଆ ପୁଅ ଅମର ପ୍ରଧାନଙ୍କ ମୃତ୍ୟୁ ପରେ ଭିକ୍ଷାବୃତ୍ତି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ରାଧିକା।

ସ୍ବାମୀ ଆଉ ପୁଅର ମୃତ୍ୟୁ ପରେ ବହୁ କଷ୍ଟରେ ଝିଅ ବାସନ୍ତିଙ୍କୁ ବିବାହ କରାଇ ଦେଇଥିଲେ। ହେଲେ କିଛି ପରେ ଝିଅ ବି ଆରପାରିକୁ ଚାଲିଗଲେ। ସ୍ବାମୀ- ପୁଅକୁ ହରାଇ ପରେ ଦିଗହରା ହୋଇ ଏଣେ ତେଣେ ବୁଲି ଭିକ୍ଷାବୃତ୍ତି କରି ଚଳୁଥିଲେ । ରହୁଥିବା ଘର ଚାଳ ଛପର ଘର ମରାମତି ଅଭାବରୁ ଭାଙ୍ଗିଗଲା। ପୁଣି ନିଜର ଥିବା କେଇ ଡିସିମିଲ ଜାଗା ଜବର ଦଖଲ କରି ନେଇଛନ୍ତି ପଡୋଶୀ। ଶେଷରେ ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ ରାଜସ୍ବ କାର୍ଯ୍ୟାଳୟ ଗୃହରେ ଆଶ୍ରୟ ନେଉଛନ୍ତି ରାଧିକା। 

ରାଧିକା ବୟସର ଅପରାହ୍ନରେ ଆଖିକୁ ଦେଖାଯାଉନି କି କାନକୁ ଭଲ କରି ଶୁଭୁନି, ହାତ ଗୋଡରେ ଆଉ ବଳ ନାହିଁ। ଏପରି ଦହନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ରାଧିକା। ସେମିତି ଅଣ୍ଡାଳି ଅଣ୍ଡାଳି ଖାଉଛନ୍ତି । ଦେହ ପା’ ଖରାପ ହେଲେ ଆଶ୍ରା ଖୋଜୁଥିବା ରାଧିକା ସେହିଭଳି ପଡି ରହନ୍ତି। ସରକାରଙ୍କ ତରଫରୁ ବିଧବା ଭତ୍ତା ମିଳୁଛି , ରାର୍ସନ କାର୍ଡରେ ଚାଉଳ ମିଳୁଛି , ମାତ୍ର ବାର୍ଦ୍ଧକ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ରାଧିକା ପାଇଁ ପରିହାସ ପାଲଟିଛି । ଆଖି ଆଗରେ ଯାହାକୁ ଆଶ୍ରା କରି ବଂଚିବା ପାଇଁ ସ୍ବପ୍ନ ଦେଖିଥିଲେ ରାଧିକା ସେ ମଧ୍ୟ ସବୁ ଅକାଳରେ ଝଡି ପଡିଲେ। ଭାଙ୍ଗି ପଡିଥିବା ରାଧିକା ନିଜେ ବଂଚିବା ପାଇଁ ସଂର୍ଘଷ କରି ଏବେ ବାର୍ଦ୍ଧକ୍ୟ ରେ ପଡି ଏବେ ଯନ୍ତ୍ରଣା ଭୋଗୁଛନ୍ତି। ଗ୍ରାମବାସୀ ନିବେଦନ କରିଛନ୍ତି ରାଧିକାକୁ କୌଣସି ଏକ ଜରା ନିବାସରେ ଆଶ୍ରୟ ଦେଲେ ବାକି ତକ ଜୀବନ ଟିକେ ଭଲରେ କଟିଯିବ।

   Related Posts