କିଏ ଏହି ଅଂକ୍ଷୀ ଦାସ ? କାହିଁକି ସେ ପୋଲିସରେ କଲେ କେସ୍

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ, ୧୭|୦୮:   ଫେସବୁକ ଇଣ୍ଡିଆର ପବ୍ଲିକ ପଲିସି ଡାଇରେକ୍ଟର ଅଂକ୍ଷୀ ଦାସ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଅନଲାଇନ୍ ପୋଷ୍ଟିଂ ବା କଣ୍ଟେଣ୍ଟ୍ ଜରିଆରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ପୋଲିସ ଫେସବୁକର ଏହି ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଛାନଭୀନ୍ ଆରମ୍ଭ କରିଛି । ଆସନ୍ତୁ ଜାଣିବା କିଏ ଏହି ଅଂକ୍ଷୀ ଦାସ । କେଉଁ କାରଣରୁ ତାଙ୍କୁ ଲାଗାତାର ଭାବେ ଧମକ ମିଳୁଛି ।

ଆଂକ୍ଷୀ ଦାସ ମୂଳତଃ ପଶ୍ଚିମବଙ୍ଗରେ ରୁହନ୍ତି । ସେ ଭାରତ ସମେତ ଦକ୍ଷିଣ-କେନ୍ଦ୍ର ଏସିଆରେ ଫେସବୁକର ପବ୍ଲିକ ପଲିସି ଡାଇରେକ୍ଟର । ୨୦୧୧ରେ ସେ ଏହି ପୋଷ୍ଟରେ ରହିଛନ୍ତି । ତାଙ୍କ ପାଖରେ ଏହି କ୍ଷେତ୍ରରେ ପ୍ରାୟ ୧୫ ବର୍ଷର ଅନୁଭବ ରହିଛି ।

ଫେସବୁକ ପୂର୍ବରୁ ଆଂକ୍ଷୀ ପ୍ରଥମେ ମାଇକ୍ରୋସଫ୍ଟ ପାଇଁ କାମ କରୁଥିଲେ । ସେ ମାଇକ୍ରୋସଫ୍ଟ ଇଣ୍ଡିଆର ସାର୍ବଜନିକ ନୀତି, ନିୟମ ଓ କର୍ପୋରେଟ୍ ମାମଲାର ନିର୍ଦ୍ଦେଶିକା ଥିଲେ ।  ସେ କୋଲକାତା ବିଶ୍ୱବିଦ୍ୟାଳୟର ଲୋରେଟା କଲେଜରେ ସ୍ନାତକ ଶିକ୍ଷା ପରେ ଜେଏନୟୁରେ ଇଣ୍ଟରନ୍ୟାଶନାଲ ରିଲେସନ ଓ ପଲିଚିକାଲ ସାଇନ୍ସରେ ସ୍ନାତକତ୍ତୋର କିରଛନ୍ତି । ସେ ଫେସବୁକ ବ୍ୟତୀତ ଅନେକ ବ୍ଲଗ୍ ମଧ୍ୟ ଲେଖିଥାନ୍ତି ।

{"id":316051,"sizeSlug":"large"}

ଆଂକ୍ଷୀ ଦିଲ୍ଲୀ ପୋଲିସରେ ସେହି ସମୟରେ ଏଫଆଇଆର ଦେଇଛନ୍ତି ଯେତେବେଳେ ଫେସବୁକକୁ ନେଇ ବିବାଦ ଆରମ୍ଭ ହୋଇଛି । ଆମେରିକା ଖବର କାଗଜ ଓ୍ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଫେସବୁକ ହେଟ୍ ସ୍ପିଚ୍ ରୁଲସ୍ କୋଲାଇଡ୍ ଓ୍ୱିଥ୍ ଇଣ୍ଡିଆନ୍ ପଲିଟିକ୍ସ ନାମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହାପେର ରାଜନୀତି ସରଗରମ  ହୋଇ ଉଠିଛି  ।

ଖବର କାଗଜର ରିପୋର୍ଟରେ କୁହାଯାଇଚି ଯେ, ଫେସବୁକ ଭାରତରେ ବିଜେପି ଓ ଆରଏସଏସ ନେତାଙ୍କ ହେଟ୍ ସ୍ପିଚ୍ ନିୟମକୁ କୋହଳ କରୁଛି । ତେଲେଙ୍ଗାନାର ଜଣେ ବିଜେପି ନେତା ଟି ରାଜାଙ୍କ ହେଟ୍ ସ୍ପିଚ୍‌କୁ ନେଇ ଫେସବୁକ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ କହିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା  । ଟି ରାଜା ଫେସବୁକ ପୋଷ୍ଟରେ ମୁସଲିମଙ୍କ ବିରୋଧରେ ହିଂସାକୁ ସମର୍ଥନ କରି ଏକ ପୋଷ୍ଟ କରିଥିଲେ ।

ଏହି ରିପୋର୍ଟ ପରେ କଂଗ୍ରେସ ନେତା ଦିଗବିଜୟ ସିଂ ଫେସବୁକ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ଫେସବୁକର ନୀତି ନିୟମକୁ ମଧ୍ୟ ସମାଲୋଚନା କରିଛନ୍ତି । ଏହାସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଫେସବୁକ ଓ ହ୍ୱାଟସଆପ୍ ବିଜେପିର କବଜାରେ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.