କିଏ ଏହି ଦୀପ୍ ସିଦ୍ଧୁ ? ଯାହାଙ୍କ ନାଁରେ କୃଷକ ଓ ହିଂସାକୁ ଉସକାଇବାର ଅଭିଯୋଗ ଆସିଛି…
27/01/2021 at 11:33 AM

ନୂଆଦିଲ୍ଲୀ ୨୭।୦୧: ଗଣତନ୍ତ୍ର ଦିବସରେ କୃଷକଙ୍କ ପକ୍ଷରୁ କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ହିଂସା ଘଟଣା । ଦିଲ୍ଲୀ କୃଷକମାନେ ଉଗ୍ରରୂପ ଧାରଣ କରି ଖୁବ୍ ହଙ୍ଗାମା କରିଥିଲେ । କୃଷକ ସଂଗଠନର ଗୋଟିଏ ପକ୍ଷ ଏହି ହିଂସା କୁ ବିରୋଧ କରିଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଦୀପ୍ ସିଦ୍ଧୁ ହିଂସା ଉସାଉଥିବାର କୃଷକନେତାମାନେ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ପରେ ଦୀପ୍ ସିଦ୍ଧୁ ସୋସିଆଲ୍ ମିଡିଆ ଜରିଆରେ କହିଛନ୍ତି ଯେ, ଲୋକତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯାଇଛି । ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିଛୁ , କିନ୍ତୁ ଜାତୀୟ ପତାକାକୁ ହଟାଇନାନୁ ।
ଅପରପକ୍ଷେ କୃଷକ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଦୀପ୍ ସିଦ୍ଧୁ ଓ ଗ୍ୟାଙ୍ଗଷ୍ଟାରରୁ ନେତା ବନିଥିବା ଲଖା ସିଦ୍ଧାନା ଗତରାତିରେ ସିନ୍ଧୁ ସୀମାରେ କୃଷକଙ୍କୁ ଉସକାଉଥିବା ପାଇଁ ଉଦ୍ୟମ କରୁଥିଲେ । ଏହି ଘଟଣାର ଯାଞ୍ଚ ହେବା ଦରକାର । ଦୀପ୍ ସିଦ୍ଧୁ କିପରି ଭାବେ ଏକ ମାଇକ୍ ନେଇ ଲାଲ୍ କିଲ୍ଲାରେ ପହଞ୍ଚିଥିଲେ । ଅନ୍ୟପଟେ ଭାରତୀୟ କୃଷନ ୟୁନିୟନର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଦୀପ୍ ସିଦ୍ଧୁଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଦୀପ୍ ସିଦ୍ଧୁ କୃଷକମାନଙ୍କୁ ଉସକାଇବାର ଓ ଭୁଲ୍ ରାସ୍ତା ଚୟନ କରିବା ପାଇଁ କହିଥିଲେ ବୋଲି କହିଛନ୍ତି ।
ଦୀପ୍ ସିଦ୍ଧୁ କିଏ ?
୧୯୮୪ମସିହାରେ ଦୀପ୍ ସିଦ୍ଧୁଙ୍କ ଜନ୍ମ । ପଞ୍ଜାବର ମୁକ୍ତସର ଜିଲ୍ଲାରେ ଦୀପ୍ଙ୍କ ଜନ୍ମ । ଆଇନ୍ ବିଭାଗରେ ପାଠ ପଢିଛନ୍ତି ଦୀପ୍ । କିଙ୍ଗଫିସର ମଡେଲ ହଟ୍ ଆଓ୍ୱାର୍ଡ ଜିତିବା ପୂର୍ବରୁ କିଛି ଦିନ ପାଇଁ ବାର୍ର ସଦସ୍ୟ ବି ଥିଲେ । ୨୦୧୫ରେ ଦୀପ୍ ସିଦ୍ଧୁ ପଞ୍ଜାବୀ ଫିଲ୍ମ ରମତା ଯୋଗୀରେ ଅଭିନୟ କରିଥିଲେ , ଏହା ତାଙ୍କର ପ୍ରଥମ ପଞ୍ଜାବୀ ଫିଲ୍ମ ଥିଲା । ୨୦୧୮ ମସିହାରେ ଆସିଥିବା ଫିଲ୍ମ ଜୋରା ଦାସ୍ ମୁବାରିଆ ତାଙ୍କୁ ଢେର୍ ସଫଳତା ଦେଇଥିଲା । ଏହି ଫିଲ୍ମରେ ଦୀପ୍ ଗ୍ୟାଙ୍ଗଷ୍ଟାର୍ ଭୂମିକାରେ ଅଭିନୟ କରିଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କି ୨୦୧୯ରେ ଅଭିନେତା ସନି ଦେଓଲ ଗୁରୁଦାସପୁର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ । ତେବେ ସନି ଦେଓଲଙ୍କ ନିର୍ବାଚନୀ ରାଲିରେ ଦୀପ୍ ସିଦ୍ଧୁଙ୍କ ଦେଖିବାକୁ ମିଳିଥିଲା । ଏମିତିକି ତାଙ୍କ ନିର୍ବାଚନ କ୍ୟାମ୍ପେନରେ ଦୀପ୍ ସିଦ୍ଧୁଙ୍କ ନାମ ମଧ୍ୟ ରହିଥିଲା । କିନ୍ତୁ ଗଣତନ୍ତ୍ର ଦିବସରେ ଲାଲ୍କିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ପର ସନି ଦିଓଲ ନିଜ ଟ୍ୱିଟ୍ କରି କହିଛନ୍ତି ଯେ, ମୋ କିମ୍ବା ମୋ ପରିବାର ସହିତ ସିଦ୍ଧୁଙ୍କର କୌଣସି ସଂପର୍କ ନାହିଁ ।
आज लाल क़िले पर जो हुआ उसे देख कर मन बहुत दुखी हुआ है, मैं पहले भी, 6 December को ,Twitter के माध्यम से यह साफ कर चुका हूँ कि मेरा या मेरे परिवार का दीप सिद्धू के साथ कोई संबंध नही है।
— Sunny Deol (@iamsunnydeol) January 26, 2021
जय हिन्द
ତେବେ କୃଷକ ଆନ୍ଦୋଳନରେ କିପରି ପହଞ୍ଚିଲେ ଦୀପ୍ ସିଦ୍ଧୁ-
କୃଷକଙ୍କ ଆନ୍ଦୋଳନକୁ କିଛି ସ୍ୱେଚ୍ଛାସେବୀ ଓ ଅଭିନେତା ସମର୍ଥନ ଜଣାଇଥିଲେ । ଦୀପ୍ ସିଦ୍ଧୁ ମଧ୍ୟ ସେହି ଅଭିନେତାଙ୍କ ମଧ୍ୟରେ ଜଣେ ଥିଲେ, ଯେଉଁମାନେ ସମର୍ଥନ ଦେବାକୁ ଘୋଷଣା କରିଥିଲେ । ଏହାପରେ ସେ ସ୍ଥାୟୀ ଭାବରେ କୃଷକଙ୍କ ଆନ୍ଦୋଳନରେ ଯୋଗଦେଇଥିଲେ । ଦୀପ୍ ସିଦ୍ଧୁ ନିଜ ସୋସିଆଲ୍ ମିଡିଆ ଜରିଆରେ ପ୍ରଂଶସକମାନଙ୍କୁ କୃଷକଙ୍କ ସହିତ ଜଡିତ ହେବାକୁ ଅନୁରୋଧ କରିଥିଲେ ।
ଯୋଗେନ୍ଦ୍ର ଯାଦବ ପ୍ରଶ୍ନ ଉଠାଇଥିଲେ…
ଏଥି ସହିତ କୃଷି ଆଇନ ତଥା ସ୍ୱରାଜ ଅଭିଯାନଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ଅନ୍ୟତମ ନେତା ଯୋଗେନ୍ଦ୍ର ଯାଦବ ଦୀପ୍ ସିଦ୍ଧୁଙ୍କୁ ବିରୋଧ କରିଥିଲେ । ଦୀପ୍ ସିଦ୍ଧୁଙ୍କୁ ଧାରଣାସ୍ଥଳରୁ ହଟାବାକୁ ଅନୁରୋଧ କରିଥିଲେ । ସେହିପରି ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଇଟ କହିଛନ୍ତି ଯେ, ମଙ୍ଗଳବାର ଦିନ ଜାତୀୟ ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ପଛରେ କିଛି ଲୋକଙ୍କ ହାତ ରହିଛି । ଯାହାର ତଦନ୍ତ ହେବା ଦରକାର ।