Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିଏ ଭାଙ୍ଗୁଛି ସାମାଜିକ ଦୂରତା ନିୟମ ?

5/07/2020 at 8:23 PM

ଭୁବନେଶ୍ବର୫/୭: ନେତାଙ୍କ ନାଁରେ ସାମାଜିକ ଦୂରତା ନିୟମ ଭଙ୍ଗ ଅଭିଯୋଗ । ଆଉ ଏହାକୁ ନେଇ ବଢୁଛି ରାଜଧାନୀ ରାଜନୀତି  । କୋଭିଡ କଟକଣା  ନିୟମ ଭଙ୍ଗ ଅଭିଯୋଗରେ  ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାଁରେ ମାମଲା ରୁଜ୍ଜୁ କରିଛନ୍ତି ଦୁଇଟି ସଂଗଠନ । କମିଶନରେଟ ପୋଲିସକୁ ସାଂସଦଙ୍କ  ବିରୋଧରେ ଆକସନ ଟେକେନ ରିପୋର୍ଟ ମାଗିଛି ବିଏମସି  । ସେପଟେ ବିଜେପି ଜିଲ୍ଲା ସଭାପତି ବାବୁ ସିଂହଙ୍କ ନାଁରେ ବି ସମାନ ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ବଡ଼ଗଡ ପୋଲିସ । ଘଟଣାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ବିଧାୟକଙ୍କ ନାଁରେ ପାଲଟା  ସାମାଜିକ ଦୂରତା ନିୟମ ଭଙ୍ଗ ଅଭିଯୋଗ ଆଣିଛି ବିଜେପି । ଆଉ ଏହି ପ୍ରସଙ୍ଗରେ ବିଜେପି ଓ ବିଜେଡି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ ।

କିଏ ଭାଙ୍ଗୁଛି  ସାମାଜିକ ଦୂରତା ନିୟମ । କୋଭିଡ କଟକଣା ଭଙ୍ଗ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ମୁହାଁ ମୁହିଁ  ହୋଇଛନ୍ତି ବିଜେଡି- ବିଜେପି । ଅଭିଯୋଗ ଥାନାରେ ପହଁଚିଛି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଗୋଟିଏ ପରେ ଗୋଟିଏ ମାମଲା  ରୁଜୁ ହେବାରେ ଲାଗିଛି । ଯାହାର ଆକ୍ସନ ଟେକେନ ରିପୋର୍ଟ  କମିଶନରେଟ ପୋଲିସକୁ ମାଗିଛି ବିଏମସି । ସେପଟେ ଅପରାଜିତା ଅଭିଯୋଗ କରିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ ଟାର୍ଗେଟ କରାଯାଉଛି ।

ସେପଟେ ବିଜେପି ଜିଲ୍ଲା ସଭାପତି ବାବୁ ସିଂହଙ୍କ ନାଁରେ ବି ସାମାଜିକ ଦୂରତା ଭଙ୍ଗ ଅଭିଯୋଗରେ ମାମଲା ରୁଜୁ ହୋଇଛି।  ତେଣୁ  ପାଲଟା ଅଭିଯୋଗ ଆଣିଛନ୍ତି ବାବୁ ସିଂହ । ବିଜେପି ନେତାଙ୍କୁ ଟାର୍ଗେଟ କରି ମାମଲାରେ ଫସା ଯାଉଥିବା ଅଭିଯୋଗ କରିଛନ୍ତି। ଏହା ସହିତ ଫଟୋ ପ୍ରମାଣ ଦେଇ  ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁରେ ସମାନ ଆକ୍ଷେପ କରିଛନ୍ତି । ଯଦି ଆମ ନାଁ ରେ ମାମଲା ହେଲା ତେବେ ସେମାନଙ୍କ ନାଁ ରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ସହିତ ତାଳ ମିଳାଇଛି କଂଗ୍ରେସ।  ପିସିସି ସଭାପତିଙ୍କ ସମେତ କଂଗ୍ରେସର କିଛି ନେତାଙ୍କ ଠାରୁ ଫାଇନ ଆଦାୟ ହେଇଥିବାରୁ କଂଗ୍ରେସ ଏହାକୁ ସମାନ ଢଙ୍ଗରେ ବିଜେଡିକୁ ଆକ୍ଷେପ କରିଛି।

ସେପଟେ ବିଜେଡି ପାଲଟା ବାଣ ମାରିଛି। ସାଂସଦ ସେତୁ ଶୁଭ ଦେଲେ,ଅନୁମତି ନ ଥିଲା। ଭୁବନେଶ୍ୱର ର 3 ବିଧାୟକ ଙ୍କୁ ଡାକି ନ ଥିଲେ। ବିଧି ପାଳନ କରି ନ ଥିଲେ। ସେହିପରି ବାବୁ ସିଂ ମଧ୍ୟ ବିନା ଅନୁମତିରେ ଆନ୍ଦୋଳନ ବିକ୍ଷୋଭ କରିଥିଲେ ଏବଂ ସାମାଜିକ ଦୂରତା ପାଳନ କରିନଥିଲେ, ତେଣୁ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ବୋଲି ବିଜେଡି କହିଛି। ଗୋଟିଏ ପଟେ କୋଭିଡ ନିୟମ କଡ଼ାକଡ଼ା କରିବା ଲାଗି ରାଜ୍ୟଠାରୁ କେନ୍ଦ୍ର ସରକାର ଉଭୟ ଗୁରୁତ୍ବ ଦେଉଛନ୍ତି। ଏଣେ କିନ୍ତୁ ନିୟମ ପାଳନ ଏବଂ କାର୍ଯ୍ୟାନୁଷ୍ଠାନରେ ରାଜନୀତି  ବଢ଼ିବାରେ ଲାଗିଛି।  

   Related Posts