କିଏ କେମିତି ନେତା ? ଦେବେଗୌଡା ବନାମ ଯୋଗୀ କାହାକୁ ପସନ୍ଦ କରିବେ ଜନତା ?
20/04/2020 at 9:26 PM

ନୂଆଦିଲ୍ଲୀ ୨୦।୦୪: ଜନତାଙ୍କୁ ରାଜନେତାଙ୍କ ନେତୃତ୍ବ ସହ ଦକ୍ଷତା ଓ ବ୍ୟକ୍ତିତ୍ବ ଆକର୍ଷୀତ କରିଥାଏ ବେଶି । ତାଙ୍କ କଥା ଆଉ କାମ ହିଁ ଜନ ମାନସରେ ଛାପ ରଖିଥାଏ, ପ୍ରଭାବିତ କରିଥାଏ । ଆମେ ଏପରି କହିବାର କାରଣ ହେଲା, ଦୁଇ ଜଣ ବିଶିଷ୍ଟ ରାଜନେତା ଏବେ ଖବରରେ । ଜଣେ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତାଦଳର ନେତା ଏଚଡି ଦେବେଗୌଡା, ଅନ୍ୟଜଣେ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦୁହେଁ ଏବେ ଖବରରେ । ତେବେ ଦେବେଗୌଡା ନିଜ ପାଇଁ ନୁହେଁ ତାଙ୍କ ନାତି ବାହାଘର ପାଇଁ ଚର୍ଚ୍ଚାରେ । ସିନିୟର ଦେବେଗୌଡାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ପୁଅଙ୍କ ବାହାଘର ଲକ୍ଡାଉନ ବେଳେ ବି କମ୍ ଆଡମ୍ବରରେ ହୋଇନି ।ଲକ୍ଡାଉନ ସତ୍ତ୍ବେ ବାହାଘରରେ ଅତିଥି ଥିଲେ ଅନେକ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଓ ଅନେକ ରାଜନେତା ବି ଆସିଥିଲେ ।ସୋସିଆଲ ଡିଷ୍ଟାନସିଂ କେବଳ ଧର୍ମକୁ ଆଖିଠାର ଭଳି ଥିଲା ।

ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏବେ ଏବେ ଜାରି ଚର୍ଚ୍ଚାର କାରଣ ଭିନ୍ନ । କାରଣ ସୋମବାର ତାଙ୍କ ପିତା ଆନନ୍ଦ ବିଷ୍ଟଙ୍କର ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି। କିନ୍ତୁ କରୋନା ଜନୀତ ପରିସ୍ଥିତିରେ ଯୋଗୀ ଆଦିତ୍ୟନାଥଙ୍କ ଲାଗି ମୁଖ୍ୟମନ୍ତ୍ରୀ ଦାୟୀତ୍ବ ଓ କର୍ତ୍ତବ୍ୟ ବଡ ରହିଛି । କାରଣ ପିତାଙ୍କ ନିଧନ ଖବର ମିଳିବା ପରେ ମଧ୍ୟ ଯୋଗୀ ଆଦିତ୍ୟନଥ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ଵ ପୂରା କରିଥିଲେ ଏବଂ ଚାଲିଥିବା ସରକାରୀ ବୈଠକ ଛାଡି ଯାଇନଥିଲେ।ସେହି ସମୟରେ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଥିଲେ। ସେ ନିଜର କୋର୍ ଟିମଙ୍କ ସହ ଲକ୍ଡାଉନ୍ରେ କୋହଳ ସ୍ଥିତି ଏବଂ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଆଲୋଚନା କରୁଥିଲେ। ସେ ପିତାଙ୍କ ଅନ୍ତିମ ଦର୍ଶନ ମଧ୍ୟ କରି ପାରିନଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ମହାମାରୀ ଲଢେଇର ଦାୟିତ୍ଵ ଆଗ କହି ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ସେ ନିଜର ମା ଓ ଅନ୍ୟ ପରିଜନଙ୍କୁ ଅପିଲ୍ କରିଛନ୍ତି ଯେ, ଏପ୍ରିଲ ୨୧ରେ ହରିଦ୍ଵାରରେ ହେବାକୁ ଥିବା ଅନ୍ତିମ ସଂସ୍କାରରେ ସାମଜିକ ଦୂତତ୍ଵର ପାଳନ କରି କମ ଲୋକଙ୍କୁ ସାମିଲ କରାଇବେ। ସେ ନିଜ ମାଙ୍କୁ ଲକ୍ଡାଉନ୍ ଶେଷ ହେବା ପରେ ଦେଖିବାକୁ ଯିବେ ବୋଲି କହିଛନ୍ତି।

ତାହାଲେ ଏଇଠି ପ୍ରଶ୍ନ, କେମିତି ନେତା ପସନ୍ଦ ? ବାହାଘର ପାଇଁ ଲକ୍ଡାଉନ ନିୟମ ମାନୁନଥିବା ନେତା ନା ବାପଙ୍କ ଶେଷ କୃତ୍ୟରେ ସାମିଲ ହୋଇପାରୁନଥିବା ନେତା ? ଯଦିଓ କୁମାରସ୍ୱାମୀ ତତା ଦେବେଗୌଡା ପରିବାର ସପକ୍ଷରେ ବାହାରିଛନ୍ତି ଅନ୍ୟତମ ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା । କିନ୍ତୁ କ’ଣ କୁହନ୍ତି ଜନତା ? ନିୟମ ଆଗରେ ନେତା – ଜନତା କ’ଣ ଭିନ୍ନ ?