ରୋହିତଙ୍କ ନଜରରେ କିଏ ଶ୍ରେଷ୍ଠ ୫ ଭାରତୀୟ ବ୍ୟାଟସମ୍ୟାନ? ତାଲିକାରୁ ବାଦ ପଡିଲେ ଏହି ମହାନ ଖେଳାଳି

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ, ୨୫|୦୪:  ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନ ସମୟରେ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ କଥା କହିଲେ ପ୍ରଥମେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନାଁ ଆସିଥାଏ ।ଉଭୟ ଦିନିକିଆ ଓ ଟି୨୦ ଏପରିକି ଟେଷ୍ଟ୍ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରି ଆସୁଛନ୍ତି । କିନ୍ତୁ ଭାରତୀୟ କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଟ ବ୍ୟାଟସମ୍ୟାନଙ୍କ କଥା ଆଲୋଚନା କଲେ ଏହି ମୁକାବିଲା କଡା ହୋଇପାରେ । କାରଣ ସମସ୍ତଙ୍କର ପସନ୍ଦ ଭିନ୍ନ ଅଟେ ।

ଇନଷ୍ଟାଗ୍ରାମ ଚାଟରେ ହରଭଜନ ସିଂ ବିସ୍ଫୋରକ ବ୍ୟାଟସମ୍ୟାନ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ ଇତିହାସରେ ଶ୍ରେଷ୍ଠ  ବ୍ୟାଟସମ୍ୟାନଙ୍କ କଥା ପଚାରିଥିଲେ । ଏହାର ଜବାବରେ ରୋହିତ ୫ଜଣ ବ୍ୟାଟସମ୍ୟାନଙ୍କ ନାମ ନେଇଥିଲେ । ଯେଉଁ ବ୍ୟାଟସମ୍ୟାନଙ୍କ ସହ ରୋହିତ ଖେଳି ସାରିଛନ୍ତି । ତେଣୁ ଏହି ତାଲିକାରୁ ସୁନିଲ ଗାଭାସ୍କର ବାଦ ପଡିଥିଲେ । ସେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହ୍ୱାଗ, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ଣଣଙ୍କ ନାମ ପ୍ରକାଶ କରିଥିଲେ ।

{"id":259822,"width":685,"height":514,"sizeSlug":"large"}

ସେ କହିଥିଲେ ଯେ, ଯୁବାବସ୍ଥାରେ ସଚିନଙ୍କ ବ୍ୟତୀତ ଆଉ କାହାକୁ ଦେଖି ନଥିଲେ । ପରେ ସେ ଅନ୍ୟ କ୍ରିକେଟରଙ୍କୁ ଫଲୋ କରିବା ଆରମ୍ଭ କରିଥିଲେ । ସେ ୨୦୦୨ରେ ରାହୁଲ ଦ୍ରାବିଡଙ୍କୁ ଇଂଲଣ୍ଡ ସିରିଜରେ ଶତକ ଲଗାଇଥିବା ଦେଖିଥିଲେ । ଏହି ସିରିଜରେ ଦ୍ରାବିଡ ଅନେକ ଭଲ ଇନିଂସ ଖେଳିଥିଲେ । ଆଗମୀ ତିନୋଟି ବିଶ୍ୱକପ ଜିତିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ରୋହିତଙ୍କ ତାଲିକାରୁ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ବାଦ ପଡିଛନ୍ତି । ଏବେ ବିରାଟ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ । ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ୱକପ, ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ହୋଇଥିଲା । କିନ୍ତୁ ବିରାଟଙ୍କ ନେତୃତ୍ୱରେ ଦଳ ସେମିଫାଇନାଲରେ ପରାସ୍ତ ହୋଇଥିଲା ।

{"id":259821,"width":700,"height":466,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.