କିଏ ଏହି ମାହିରା ‘ଇରଫାନ୍’? ଗୋଟିଏ ଅପିଲରେ ତରଳିଯାଇଥିଲା ପ୍ରଶାସନର ହୃଦୟ, କମାଯାଇଥିଲା ଅନଲାଇନ୍ କ୍ଲାସର ସମୟସୀମା

Published By : Prameya-News7 Bureau | June 02, 2021 IST

ଜାମ୍ମୁ କାଶ୍ମୀର ୨/୬: ଏବେ ସବୁଠି ମାହିରାଙ୍କୁ ନେଇ ଚର୍ଚ୍ଚା । ମାହିରାଙ୍କ ଗୋଟିଏ ଅପିଲରେ ବଦଳିଯାଇଛି ଅନଲାଇନ କ୍ଲାସର ସମୟସୀମା । ହୋମଓ୍ୱାର୍କରୁ ଚିନ୍ତିତ ହୋଇ କୁନି ଝିଅଟି ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିଲେ ଗୁହାରୀ । ଝିଅଟିର ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । ଆଉ ଜାମ୍ମୁ କାଶ୍ମୀର ଏହି ଝିଅ କଥାରେ ତରଳିଯାଇଥିଲା ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ହୃଦୟ । ଛୁଆର କଥା ମାନି ଉପରାଜ୍ୟପାଳ ଘଟଣାର ଯାଞ୍ଚ ବି କରିଥିଲେ ।

wp:gallery {"ids":[460212],"linkTo":"none"} /wp:gallery

ଶ୍ରୀନଗରର ବାଟମାଲୁରେ ରହୁଥିବା ୬ ବର୍ଷର ଝିଅ ମାହିରା ଇରଫାନ୍ ତାଙ୍କ ଭାଇରାଲ୍ ଭିଡିଓରେ କହିଛନ୍ତି ଯେ ତାଙ୍କୁ ବହୁତ ହୋମଓ୍ୱାର୍କ ପାଉଥିବାରୁ ଏପରି ଭିଡିଓ ବନାଇବାକୁ ବାଧ୍ୟ ହୋଇଥିଲେ । ମାହିରା କହିଥିଲେ 'ଆମର ଅନଲାଇନ୍ କ୍ଲାସ୍ ସକାଳ ୧୦ ଟାରୁ ଆରମ୍ଭ ହୋଇ ୨ଟା ଯାଏଁ ଚାଲୁଛି । ଯେଉଁଥିରେ ଜଣେ ଇଂରାଜୀ, ଗଣିତ, ଉର୍ଦ୍ଦୁ ଏବଂ ଇଭିଏସ୍ ଅଧ୍ୟୟନ କରିବାକୁ ପଡୁଛି ।

ମୋଦୀ ସାହେବ ପିଲାମାନଙ୍କୁ ଏତେ କାମ କାହିଁକି କରାଯାଉଛି ବୋଲି କହି ଭିଡଓରେ ପ୍ରଶ୍ନ କରିଥିଲେ । ତେବେ ପ୍ରାଧନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ଭିଡଓଟି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସଂଗେ ସଂଗେ ଆକ୍ସନ ବି ନେଇଥିଲେ। ଉପରାଜ୍ୟପାଳ ମନୋଜ ସିହ୍ନା ଟ୍ୱିଟ୍ କରି କହିଛନ୍ତି, ସ୍କୁଲ ଶିକ୍ଷା ବିଭାଗ ଅନଲାଇନ କାଲ୍ସକୁ ୨ ଭାଗରେ ବିଭକ୍ତ କରିବେ । ଅର୍ଥାତ ସେମାନଙ୍କ ସମୟ ସୀମାରେ ପରିବର୍ତ୍ତନ କରାଯିବ ।

wp:gallery {"ids":[460211],"linkTo":"none"} /wp:gallery

'ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଦେଢ ଘଣ୍ଟା କରାଯିବ । ସେହିଭଳି ନବମରୁ ଦ୍ୱାଦଶ ଶ୍ରେଣୀ କ୍ସାସ ପ୍ରତିଦିନ ୩ ଘଣ୍ଟା କରାଯିବ । ଏହା ପୂର୍ବରୁ ମନୋଜ ସିହ୍ନା ପିଲାଟିର ଗୁହାରୀ ଶୁଣି କହିଥିଲେ ଏହା ବହୁତ ଭଲ ଅପିଲ୍ । ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରିବାକୁ ୪୮ ଘଣ୍ଟା ମଧ୍ୟରେ ଏକ ନୀତି ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଛୋଟପିଲାଙ୍କ ପିଲାଳିଆମି ହେଉଛି ଭଗବାନଙ୍କ ଆଶିର୍ବାଦ । ଆଉ ସେମାନଙ୍କ ଦିନ ଆନନ୍ଦ ଏବଂ ସୁଖରେ ପରିପୂର୍ଣ୍ଣ ହେବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.