Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କପିଳାଶ ଜାଗର ଯାତ୍ରା ପାଇଁ କଟକଣା, ଜିଲ୍ଲା ବାହାର ଭକ୍ତଙ୍କୁ ମନା, ଜିଲ୍ଲାବାସୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||

୧୦୫ ବର୍ଷ ବୟସ୍କା ଭାଗୀରଥି ଆମ୍ମା କିଏ? ‘ମନ କି ବାତ୍‌’ରେ ମୋଦିଙ୍କୁ ତୁଣ୍ଡରୁ ବାହାରିଲା ଆମ୍ମାଙ୍କ କଥା…

23/02/2020 at 5:14 PM

ନୂଆଦିଲ୍ଲୀ୨୩/୨: ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନ କି ବାତ କହିଥିଲେ। ଦେଶବାସୀଙ୍କୁ ମନ କି ବାତ କହିବାବେଳେ ୧୦୫ ବର୍ଷ ବୟସ୍କା ଭାଗୀରଥି ଆମ୍ମାଙ୍କ ସଂପର୍କରେ କହିଥିଲେ। ରାଜ୍ୟ ସ୍ବାକ୍ଷରତା ମିଶନ ଅଧିନରେ ୧୦୫ ବର୍ଷ ବୟସ୍କା ଆମ୍ମା ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଇଥିଲେ। ମାତ୍ର ୭୪.୪ ପ୍ରତିଶତ ମାର୍କ ରଖି ଭାଗୀରଥି ଆମ୍ମା ଉତ୍ତୀର୍ଣ୍ଣ ହୋଇଥିଲେ।

ସୂଚନାଯୋଗ୍ୟ ଯେ କେରଳର କୋଲ୍ଳମରେ ଭାଗୀରଥି ଆମ୍ମା ରହନ୍ତି। ପରିଣତ ବୟସରେ ଚତୁର୍ଥ ଶ୍ରେଣୀରେ ପରୀକ୍ଷା ଦେଇ ଆମ୍ମା ଗୋଟିଏ କଥାର ପ୍ରମାଣ ଦେଇଛନ୍ତି। ପାଠ ପଢ଼ିବା ପାଇଁ ବୟସର ଆବଶ୍ୟକତା ନାହିଁ। ଛୋଟ ବେଳେ ପାଠ ପଢ଼ିବା ଲାଗି ତାଙ୍କର ବହୁତ ଇଚ୍ଛା​‌ ଥିଲା। ହେଲେ ଅଭାବ ଓ ଅନଟନ ତାଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ଦେଇ ନ ଥିଲା।ମିଡିଆରେ ଖବର ପ୍ରସାରଣ ହେବା ପରେ ୧୦୫ ବର୍ଷ ବୟସ୍କା ଆମ୍ମାଙ୍କ କଥା ପ୍ରଘଟ ହୋଇ ଯାଇଥିଲା। ଛୋଟବେଳେ ଭାଗୀରଥିଙ୍କ ମାଆଙ୍କ ମୃତ୍ୟୁ ପରେ ଭାଇ ଓ ଭଉଣୀଙ୍କ ଦେଖାଶୁଣା କରିବାରେ ତାଙ୍କର ସମୟ ଅତିବାହିତ ହୋଇ ଯାଇଥିଲା।

ପୁଣି ୩୦ ବର୍ଷ ବୟସରେ ଭାଗୀରଥିଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ୬ଜଣ  ପିଲାଙ୍କୁ ଲାଳନ ପାଳନ, ମଣି​‌ଷ କରିବା ଭାଗୀରଥିଙ୍କ ପ​‌କ୍ଷେ କଷ୍ଟ ହୋଇପଡ଼ିଥିଲା।ଅତି କମ୍‌ ବୟସରେ ଘରର ସମସ୍ତ ବଢ଼ଣ ଭାଗିରଥି ନିଜର ମୁଣ୍ଡ ଉପରକୁ ନେଇଥିଲେ। ଜାତୀୟ ଗଣମାଧ୍ୟମ ଅନୁସାରେ ସ୍ବାକ୍ଷରତା ମିଶନର ନିର୍ଦ୍ଦେଶକ ପିଏସ୍ ଶ୍ରୀକଲା କହିଛନ୍ତି ଯେ କେରଳ ସ୍ବାକ୍ଷରତା ମିଶନ ଇତିହାସରେ ଭାଗୀରଥି ଇତିହାସ ସୃଷ୍ଟି କରିଛନ୍ତି। ସେ ସବୁଠାରୁ ଅଧିକ ବୃଦ୍ଧା ଥିଲେ। ଲେଖିବାରେ ଭାଗୀରଥିଙ୍କୁ ଅସୁବିଧା ହୋଇଥାଏ। ସେଥିପାଇଁ ପର୍ଯ୍ୟାବରଣ, ଗଣିତ ଓ ମାଲୟାଲମ ଭାଗିରଥୀ ତିନି ଦିନ ପର୍ଯ୍ୟନ୍ତ ଲେଖିଥିଲେ। ସେଥିରେ ତାଙ୍କ ଛୋଟ ଝିଅ ସାହାଯ୍ୟ କରିଥିଲେ। ଏବେ ଆମ୍ମା ପରୀକ୍ଷାରେ ପାସ୍‌ କରିଛନ୍ତି। ୯ ବର୍ଷରୁ ତୃତୀୟ ଶ୍ରେଣୀରୁ ଭାଗିରଥୀ ପାଠ ପଢ଼ା ଛାଡ଼ି ଦେଇଥିଲେ।

   Related Posts