କୋଭିଡ-୧୯ର ଲମ୍ବଡା ଭାରିଏଣ୍ଟ ନେଇ ସତର୍କ କଲେ WHO, ପହଞ୍ଚିଲାଣି ୨୯ ଦେଶରେ

Published By : Prameya-News7 Bureau | June 18, 2021 IST

ନୂଆଦିଲ୍ଲୀ ୧୮।୬: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ( ଡବ୍ଲୁଏଚଓ) ପୃଥିବୀରେ ଆଉ ଏକ କୋଭିଡ-୧୯ ଭୂତାଣୁ  ‘ଲମ୍ବଡା’ର ଅବସ୍ଥିତି ନେଇ ଅବଗତ କରିଛନ୍ତି। ଅଗଷ୍ଟ ୨୦୨୦ରେ ଏହା ପେରୁରେ ପ୍ରଥମେ ଚିହ୍ନଟ ହୋଇଥିଲା। ତେବେ ଏହା ଏବେ ଭିନ୍ନ ଭିନ୍ନ ୨୯ଟି ଦେଶକୁ ପହଞ୍ଚିଥିବାର  ଡବ୍ଲୁଏଚଓ ସୂଚିତ କରିଛନ୍ତି। ଏହା ବିଶେଷ କରି ଲାଟିନ ଆମେରିକୀୟ ଦେଶଙ୍କ ସମେତ ଆର୍ଜେଣ୍ଟିନା ଓ ଚିଲ୍ଲିରେ ଦେଖିବାକୁ ମିଳୁଥିବା ଡବ୍ଲୁଏଚଓ ସତର୍କ କରିଛନ୍ତି।

ଏହି ଭୂତାଣୁ ପ୍ରକାରକୁ ଡବ୍ଲୁଏଚଓ ଆଲଫା, ବିଟା, ଗାମା ଓ ଡେଲ୍ଟା ଭଳି ଚିନ୍ତାଜନକ ଭେରିଏଣ୍ଟ ସୂଚୀରେ ସ୍ଥାନିତ କରିନାହାନ୍ତି। ତେବେ ଏହା ଏବେବି ଭେରଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଶ୍ରେଣୀରେ ରଖିବା ସହ ନାମକରଣ କରିଛନ୍ତି। ସଂକ୍ରମଣ କ୍ଷମତା ଦୃଷ୍ଟିରୁ ଲମ୍ବଡା ମଧ୍ୟ ଆଲଫା, ବିଟା, ଗାମା ଓ ଡେଲ୍ଟା ଭଳି ହୋଇପାରେ। ପେରୁରେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ପ୍ରକାର ହୁଏତ ଆଗକୁ ବିଶ୍ୱବ୍ୟାପି ଭେରିଏଣ୍ଟ ହୋଇପାରେ ବୋଲି ଡବ୍ଲୁଏଚଓ  ସୋମବାର ଜାରି ସାପ୍ତାହିକ ବୁଲେଟିନ୍‌ରେ ସୂଚିତ କରିଛନ୍ତି।

{"id":467933,"sizeSlug":"large","linkDestination":"none"}

କୋଭିଡ-୧୯ ଭୂତାଣୁକୁ ଏପର୍ଯ୍ୟନ୍ତ ୨ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଏଥିରୁ ଗୋଟିଏ ଯାହା ସଂକ୍ରାମକ ଓ ମହାମାରୀ ଜନିତ ପରିସ୍ଥିତିର କାରଣ ହୋଇପାରେ ଓ ଅନ୍ୟଟି  ସଂକ୍ରମଣ ଲାଗି ଏତେ ଚିନ୍ତାଜନକ ନୁହେଁ, ତଥାପି ଏହା ଉପରେ ସତର୍କ ନଜର ରଖାଯାଏ।  ଭୂତାଣୁ ପ୍ରକାରର ଆଚରଣ ଗହନ ଅଧ୍ୟୟନ ପରେ ଏଥିରୁ କେତେକ ଉଚ୍ଚ ସଂକ୍ରମଣ କ୍ଷମତା ରଖୁଥିବା ବେଳେ ଆଣ୍ଟିବଡି ନିଓଟ୍ରଲାଇଜ କ୍ଷମ ବୋଲି ଦେଖାଯାଇଛନ୍ତି। ଯେପରି ବ୍ରାଜିଲ ଓ ବ୍ରିଟେନ ଭେରିଆଣ୍ଟ ଗାମା ଓ ଆଲଫା ବୋଲି କୁହାଯାଇଛି।

ବିଶ୍ୱରେ ଗଣମାଧ୍ୟମ ସିରୋନାମା ପାଲଟିଥିବା ଭେରିଆଣ୍ଟ ଅଫ କନସର୍ଣ୍ଣ ଭଳି ଯଦିଓ ଭେରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ସମାନ ନୁହେଁ, ତଥାପି ସାର୍ବଜନିକ ସ୍ୱାସ୍ଥ୍ୟ ଲାଗି ଏହା ଗୁରୁତର କି ନୁହେଁ ତାହା ଏବେ ପ୍ରମାଣ ସାପେକ୍ଷ ବୋଲି କହିଛନ୍ତି। ଡେଲ୍ଟା ଭାରିଏଣ୍ଟ ହେଉଛି ଏହାର ସଦ୍ୟତମ  ଉଦାହରଣ। ଏହା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ଓ ୧୧ ମେ ୨୦୨୧ ପର୍ଯ୍ୟନ୍ତ ଭେରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଶ୍ରେଣୀଭୁକ୍ତ ଥିଲା। ତେବେ ତା ପରେ ଏହା ଭେରିଏଣ୍ଟ ଅଫ କନସର୍ଣ୍ଣରେ ପରିଣତ ହୋଇଛି ବୋଲି ଡବ୍ଲୁଏଚଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.