ପରମାଣୁ ବୋମା ଛାଡିବା ବଟନ ଭାରତର କାହା ପାଖରେ ଥାଏ ଜାଣନ୍ତୁ...

Published By : Prameya-News7 Bureau | March 01, 2019 IST

ଦିଲ୍ଲୀ ୧/୩ : ସୁରକ୍ଷା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ଅସ୍ତ୍ର ତିଆରି କରି ସାଇତି ରଖିଛନ୍ତି | ଏମିତି ଅନେକ ଅସ୍ତ୍ର ତିଆରି ହୋଇଛି ଯାହା କ୍ଷଣକେ ଯେ କୌଣସି ଦେଶକୁ ଧ୍ବଂସ କରିଦେଇପାରେ | ବିଭନ୍ନ ପ୍ରକାର ବୋମା ଏବଂ ଅସ୍ତ୍ର ଭଳି ହାଇଡ୍ରୋଜେନ ବୋମା ଆବିଷ୍କାର ହୋଇଥିଲା | ହାଇଡ୍ରୋଜେନ ବୋମା ବା ପରମାଣୁ ବୋମା ଏକ ଥରମୋ ନ୍ୟୁକ୍ଲିୟର ବୋମା | ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟା ଦ୍ୱାରା ପରମାଣୁ ବୋମା ବିସ୍ଫୋରଣ କରାଯାଇଥାଏ |

{"id":89682}

କିନ୍ତୁ ଏହି ପରମାଣୁ ବୋମା ବ୍ୟବହାର କରିବାର ସଇଚ କାହା ପାଖରେ କିଏ ? ଏହାର ବଟନ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତିଙ୍କ ପାଖରେ ଥାଏ କି ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ |

ପରମାଣୁ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଟେବୁଲରେ କୌଣସି ପରମାଣୁ ବଟନ ନଥାଏ | ପ୍ରଧାନମନ୍ତ୍ରୀଙ୍କ ପାଖରେ ଏକ ସ୍ମାର୍ଟ କୋଡ଼ ଥାଏ | ଏହି ସ୍ମାର୍ଟ କୋଡା ବିନା ପରମାଣୁ ବୋମା ପ୍ରୟୋଗ କରା ଯାଇପାରିବନାହିଁ | କୌଣସି ଦେଶରେ ପରମାଣୁ ବୋମା ଛାଡିବା ପୂର୍ବରୁ ଏକ ପ୍ରକ୍ରିୟା ଦେଇ ଯିବାକୁ ପଡିଥାଏ | ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ପରମାଣୁ ବୋମା ଛଡା ଯାଇନଥାଏ |

{"id":89683,"width":570,"height":437}

ପରମାଣୁ ବୋମାର ବଟନ ପରମାଣୁ କମାଣ୍ଡର ସବୁଠାରୁ ତଳୁଆ ଟିମ ପାଖରେ ଥାଏ | ସେହି ଟିମକୁ ହିଁ ବଟନ ଦବାଇବାକୁ ପଡିଥାଏ |

{"id":89689,"width":581,"height":326}

କିନ୍ତୁ ଯଦି ଆମେ ଭାରତ ସମ୍ପର୍କରେ ଆଲୋଚନା କରିବା ତା'ହେଲେ ପରମାଣୁ ବୋମା ଛାଡିବା ନିର୍ଣ୍ଣୟ କେବଳ ପ୍ରଧାନମନ୍ତ୍ରୀଙ୍କ ପାଖରେ ହିଁ ଅଛି | କିନ୍ତୁ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଏକା ନେଇପାରିବେନାହିଁ | ତାଙ୍କୁ ନିଜ ସୁରକ୍ଷା କମିଟି ଏବଂ ରାଷ୍ଟ୍ରୀୟ ସୁରକ୍ଷା ବିଶେଷଜ୍ଞ, ଷ୍ଟାଫ ମୁଖ୍ୟ କମିଟି ଏବଂ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବାକୁ ପଡିଥାଏ |

{"id":89684,"width":575,"height":431}

ଆପଣ ଦେଖିଥିବେ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ସୁରକ୍ଷାକର୍ମୀ ରହିଥାନ୍ତି | ଏହି ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣକ ପାଖରେ ଏକ କଳା ସୁଟକେଶ ଥାଏ | ଏହି ସୁଟକେଶକୁ ପରମାଣୁ ସୁଟକେଶ କୁହାଯାଏ | ଏହାର ଓଜନ ପାଖାପାଖି ୨୦ କିଲୋ : ଏଥିରେ କମ୍ପ୍ୟୁଟର ଏବଂ ରେଡ଼ିଓ ଟ୍ରାନ୍ସମିଶନ ଉପକରଣ ଆଦି ଥାଏ | ଏହି ସୁଟକେଶ ବୁଲେଟ ପ୍ରୁଫ ହୋଇଥାଏ | ଏହି ସୁଟକେଶରେ ସେହି ସବୁ ଜାଗର ଠିକଣା ଥାଏ ଯେଉଁଠାରେ ପରମାଣୁ ହମଲା କରିବାକୁ ଥାଏ | ଭାତ ପାଖରେ ଏ ପର୍ଯ୍ୟନ୍ତ ପାଖାପାଖି ୫୦୦୦ ଠିକଣା ରହିଛି | ମଝି ମଝିରେ ଏହି ସବୁ ଠିକଣାର ସମୀକ୍ଷା କରି ଏଥିରେ ନୂଆ ଠିକଣା ଯୋଡ଼ା ଯାଇଥାଏ |

{"id":89686,"width":568,"height":508}

ପ୍ରଧାନମନ୍ତ୍ରୀଙ୍କ ପାଖରେ ଯେଉଁ ସ୍ମାର୍ଟ କୋଡ଼ ଥାଏ,  ତାହା ଭେରିଫିକେସନ କୋଡ଼ ଭାବେ ପରମାଣୁ କମାଣ୍ଡଙ୍କ ପାଖକୁ ପଠାଯାଇଥାଏ | ଭାରତରେ କେବଳ ପ୍ରଧାନମନ୍ତ୍ରୀଙ୍କର ହିଁ ଅଧିକାର ରହିଛି ଯେ ସେ କୋଡ଼ର ନାଁ ନିଜ ଇଛା ଅନୁସାରେ ଦେବେ | ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ କୋଡ଼ ଛଡା ଆଉ ୨ଟି କୋଡ଼ ମଧ୍ୟ ରହିଛି | ଏହି ୨ଟି କୋଡ଼ ଏକା ପ୍ରକାର ଲକରରେ ବନ୍ଦ ହୋଇରହିଥାଏ | ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ କୋଡ଼ ମିଳିବା ପରେ କାମାଣ୍ଡିଙ୍ଗ ଅଫିସର ୨ ସହଯୋଗୀ ଅଧିକାରୀଙ୍କୁ ଏହି କୋଡ଼ ଦେଇଥାନ୍ତି | ଏମାନେ ନିଜ ନିଜ ସୁରକ୍ଷା କୋଡ଼ ଦେଇ ଖୋଲି ଏହାକୁ ମ୍ୟାଚ କରିଥାନ୍ତି | ୩ଟି ଯାକ କୋଡ଼ ଠିକ ଥିଲେ ପରମାଣୁ ହମଲା କରାଯାଇଥାଏ |

{"id":89688,"width":570,"height":298}

ପ୍ରଧାନମନ୍ତ୍ରୀଙ୍କ ସ୍ମାର୍ଟ କୋଡ଼ ମିଳିବ ପରେ ମଧ୍ୟ ତୁରନ୍ତ ହମଲା କରାଯାଇନଥାଏ | କାରଣ ବାୟୁସେନାର ଆକ୍ରମଣ ପାଇଁ ଯୁଦ୍ଧ ବିମାନ ପ୍ରସ୍ତୁତ କରାଯାଇଥାଏ | ସ୍ଥଳ ସେନା ପାଇଁ ବ୍ୟାଟେରୀ ଏବଂ ନୌସେନା ଦ୍ୱାରା ମିସାଇଲ ଛାଡିବା ପ୍ରସ୍ତୁତି ପାଇଁ ୩୫ ରୁ ୪୦ ମିନିଟ ସମୟ ଲାଗିଥାଏ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.