ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ଡିଏମକେ ସୁପ୍ରିମୋ ପଦକୁ ନେଇ ଟଣାଓଟରା

14/08/2018 at 6:23 AM

ତାମିଲନାଡୁ ୧୪/୮ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ କରୁଣାନିଧିଙ୍କ ଦେହାନ୍ତର ମାତ୍ର କିଛି ଦିନ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ପାରିବାରିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । କରୁଣାନିଧିଙ୍କ ବଡ଼ ପୁଅ ଏମ୍ କେ ଆଜାଗିରି ଓ ସାନ ପୁଅ ଏମ୍ କେ ଷ୍ଟାଲିନ୍ ଙ୍କ ମଧ୍ୟରେ ଡିଏମକେ ସୁପ୍ରିମୋ ପଦକୁ ନେଇ ଟଣାଓଟରା ଲାଗିଛି । ଆଜାଗିରି କରୁଣାନିଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଏମିତି କିଛି କଥା କହିଛନ୍ତି, ଯାହା ତାମିଲନାଡ଼ୁ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି ଡିଏମକେର ପ୍ରକୃତ କ୍ୟାଡର୍ ତଥା କରୁଣାନିଧିଙ୍କ ଅନୁଗାମୀମାନେ ମୋ ସହ ଅଛନ୍ତି । ସମସ୍ତେ ମୋତେ ସମର୍ଥନ କରନ୍ତି। ଆଜାଗିରିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୦୧୪ରେ ଡିଏମକେରୁ ନିଲମ୍ବନ କରାଯାଇଥିଲା । ସେବେଠାରୁ ସେ ଦଳର ରାଜନୀତିକ ବ୍ୟାପାରରୁ ଦୂରେଇ ରହୁଥିଲେ । କରୁଣାନିଧିଙ୍କ ଅସୁସ୍ଥତା ପରେ ଷ୍ଟାଲିନ୍ ଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଥିଲା । କରୁଣାନିଧିଙ୍କ ମୃତ୍ୟୁ ପରେ ଆଜାଗିରି ଦଳ ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

   Related Posts