Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କଂଗ୍ରେସ ଭବନରେ ବାଉନସର୍‌- କିଏ ଆଣିଲା ପ୍ରଶ୍ନ କଲେ ବରିଷ୍ଠ ନେତା

19/01/2020 at 9:16 PM

ଭୁବନେଶ୍ୱର ୧୯।୦୧ – ବାଉନସରକୁ ନେଇ କଂଗ୍ରେସରେ ଏବେ ଥମୁନି ଚର୍ଚ୍ଚ। । ପିସିସି ସଭାପତି ମନା କରିବାପରେ ଘଟଣା ଏବେ ନୂଆ ମୋଡ ନେଇଛି । କଂଗ୍ରେସ ଭବନରେ ବାଉନସର ପିଶିଥିବାରୁ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି କିଛି ବରିଷ୍ଠ ନେତା । ଯେହେତୁ ପିସିସି ସଭାପତି ଓ ପ୍ରଭାରୀ ଉପସ୍ଥିତିରେ ଏ ଘଟଣା ଘଟିଛି ସେଥିପାଇଁ ଏଆଇସିସିର ଏକ ଟିମ ଆସି ତଦନ୍ତ କରୁ ବୋଲି ଦାବି କରିଛନ୍ତି ଶରତ ରାଉତ । ଏପଟେ କଂଗ୍ରେସରୁ ରିଟାର୍ଡ ହଟ୍‌ଙ୍କୁ  ତଡିବା ପାଇଁ ଚାଲିଛି ରଣନୀତି । …

କଂଗ୍ରେସ ଭବନରେ କିଏ ପୁରାଇଲା ବାଉନସର । କାହାର ଇସାରାରେ ଆସିଥିଲେ। କାହାର ସୁରକ୍ଷା ପାଇଁ ଆସିଥିଲେ। ଆଉ କାହାଠାରୁ ସୁରକ୍ଷା ଦେଉଥିଲେ। ଥମୁନାହିଁ କଂଗ୍ରେସର ଭିତିରିଆ ରାଜନୀତି।  ପିସିସି ସଭାପତି ଓ ପ୍ରଭାରୀ କଂଗ୍ରେସ ଭବନରେ ଉପସ୍ଥିତ ଥିବା ବେଳେ ଏଭଳି ଗୁଣ୍ତାରାଜ କରବାକୁ କିଏ  ସାହାସ କଲା ବୋଲି ପ୍ରଶ୍ନ କରିଛି କିଛି ବରିଷ୍ଠ ନେତା । ଯଦି ସଭାପତି ଜାଣିନାହାନ୍ତି ତାହେଲେ ଏଆଇସିସି ପକ୍ଷରୁ ଏକ ଟିମ ପଠାଯାଇ ଘଟଣାର ତଦନ୍ତ କରାଯାଉ । ଯେଉଁଥିରୁ କିଏ ସେ ବାଉନ୍‌ସରଙ୍କ ସର୍ଦ୍ଦାର କିଏ ତାହା ସ୍ପଷ୍ଟ ହୋଇଯିବ। ।

ସେପଟେ ପିସିସି ପୁନର୍ଗଠନ ପ୍ରକ୍ରିୟା ବି ଚାଲିଛି। ଏଣିକି କଂଗ୍ରେସର ବିଭିନ୍ନ ପଦପଦବୀ ପାଇଁ ୪୦ରୁ ୪୫ ବର୍ଷ ବ୍ୟକ୍ତିଙ୍କୁ ପ୍ରଧାନ୍ୟ ଦିଆଯିବ। ବର୍ତ୍ତମାନ ସଙ୍ଗଠନକୁ  ୭୦ ବର୍ଷରୁ ଅଧିକ ବୟସ ହୋଇଥିବା ନେତା ମାଡି ବସିଛନ୍ତି। ତେଣୁ ସେମାନଙ୍କ ସ୍ଥାନରେ ଯୁବକଙ୍କୁ ସଂଙ୍ଗଠନରେ ସାମିଲ କରିବାକୁ ଦାବି ହେଉଛି ।

କଂଗ୍ରେସ  ସଙ୍ଗଠନ ମଜବୁତ କରିବା ପାଇଁ ଜୋରଦାର ପ୍ରୟାୟ କରୁଛି। କିନ୍ତୁ ଦୀର୍ଘ ଦିନ ଧରି କ୍ଷମତାରୁ ଦୂରେଇ ରହିଥିବା ଦଳ ପାଇଁ ଧିରେ ଧିରେ ଅନ୍ତର୍ଦ୍ବନ୍ଦ୍ବ ହିଁ ବଡ଼ ଚ୍ୟାଲେଞ୍ଜ ହେବାରେ ଲାଗିଲାଣି।

   Related Posts