କଂଗ୍ରେସ ଭବନରେ କିଏ ପୁରାଇଲା ବାଉନ୍ସର ? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା

Published By : Prameya-News7 Bureau | January 18, 2020 IST

ଭୁବନେଶ୍ୱର ୧୮।୦୧ - କଂଗ୍ରେସ ଭବନରେ ବାଉନସର ପଶିବାକୁ ନେଇ ଜୋର ଧରିଛି ଚର୍ଚ୍ଚା। କାହା ଇଙ୍ଗିତରେ କଂଗ୍ରେସ ଭବନକୁ ବାଉନ୍ସର ମାନେ ଜଗିଲେ ତାକୁ ନେଇ ଉଠିଛି ପ୍ରଶ୍ନ। ପିସିସି ସଭାପତି ଓ ପ୍ରଭାରୀ ଜିତେନ୍ଦ୍ର ସିଂ ଥିବାବେଳେ ବାଉନ୍ସର ପଶିଲେ। ହେଲେ ନିରଞ୍ଜନ କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠିଛି ? ଏପଟେ ବରିଷ୍ଠ ନେତା କାହ୍ନୁ ଲେଙ୍କାଙ୍କର ବୟାନ ଏହି ଘଟଣାରେ ଟ୍ବିଷ୍ଟ ଆଣିଛି ।…

{"id":213101,"sizeSlug":"large"}

କଂଗ୍ରେସ ଭବନରେ କିଏ ପୁରାଇଲା ବାଉନ୍ସର ? କାହା ଇଙ୍ଗିତରେ କଂଗ୍ରେସ ଭବନରେ ଜଗିଲେ ବାଉନ୍ସର ? କିଏ ନିଜ ସୁରକ୍ଷା ପାଇଁ ବାଉନ୍ସର ଆଣିଲା ? ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବରିଷ୍ଠଙ୍କ ଠାରୁ କନିଷ୍ଠ ସମସ୍ତେ ଏ ଘଟଣାକୁ ନିନ୍ଦା କରୁଛନ୍ତି।

{"id":213102,"sizeSlug":"large"}

ସେପଟେ କିନ୍ତୁ ବରିଷ୍ଠ ନେତା କାହ୍ନୁ ଲେଙ୍କାଙ୍କ ଏକ ବୟାନ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। କାହ୍ନୁ ଲେଙ୍କା କହିଛନ୍ତି ଯେ ସେ ବର୍ଷେ ହେଲା କଂଗ୍ରେସ ଭବନ ଯାଉନାହାନ୍ତି ।କାରଣ ପୂର୍ବରୁ କଂଗ୍ରେସର ଏକ ବୈଠକ ରାଜଧାନୀର ଏକ ଘରୋଇ ହୋଟେଲ୍‌ରେ ଚାଲୁଥିବା ବେଳେ ହୋଟେଲରେ କାହିଁକି ବୈଠକ ହେଉଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ ।

{"id":213103,"sizeSlug":"large"}

ଆଉ ଏଥିପାଇଁ ସେତେବେଳେ ତାଙ୍କୁ କେତେକ ଧଳା ଡ୍ରେସ୍‌ ପିନ୍ଧା କେତେକ ଗୁଣ୍ଡା ମାଡ଼ ମାରିଥିଲେ ଏଥିଯୋଗୁଁ ସେ ବର୍ଷେ ହେଲା କଂଗ୍ରେସ ଭବନକୁ ଯାଉନାହାନ୍ତି ।ବାଉନ୍ସର ପଶିବା ନେଇ ଅମର ପ୍ରଧାନଙ୍କ କହିବା ହେଲା ଯିଏ ନିଜକୁ ଦୁର୍ବଳ ଭାବିଥାଏ ସିଏ ଏପରି କରିଥାଏ ।ଆଉ ସୁର ରାଉତରାୟ କହିଛନ୍ତି ବରିଷ୍ଠ ନେତା ଡାଇରେକ୍ଟର ହୁଅନ୍ତୁ ଏବଂ ନୂଆ ଟୋକା ହିରୋ ହୁଅନ୍ତୁ ।…

{"id":213107,"sizeSlug":"large"}

କଂଗ୍ରେସ ଭବନରେ ସମୀକ୍ଷା ଚାଲୁଥିବା ବେଳେ ଖୋଦ୍‌ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ କେଉଁଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ନିୟନ୍ତ୍ରଣ ପାଇଁ ବାଉନ୍ସର ନିୟୋଜିତ ହେଲେ। ସେପଟେ ପିସିସି ସଭାପତି କହିଛନ୍ତି ବାଉନ୍ସର କିଏ ଆଣିଥିଲା ସେ ଜାଣିନାହାନ୍ତି।

{"id":213105,"sizeSlug":"large"}

ଆଉ ଯଦି ପିସିସି ସଭାପତି ଜାଣିନାହାନ୍ତି ତା ହେଲେ କଂଗ୍ରେସ ଭବନକୁ ବାଉନ୍ସର ଆସିଲେ କେମିତି? ଯଦି ନିରଞ୍ଜନଙ୍କ ସୁରକ୍ଷା ପାଇଁ ବାଉନ୍ସର ଆସିଥିଲେ ତାହେଲେ  କିଏ ସେହି ସମର୍ଥକ ଯାହା ପାଇଁ ଏତେ ସଫେଇ ଦେଉଛନ୍ତି ଦଳୀୟ ନେତା। …

କଂଗ୍ରେସ ଭବନରେ ବାଉନ୍ସର ପଶିବା ନେଇ ଦୋଷ ଠେଲାଠେଲି ହେଉଛନ୍ତି ନେତାଏ । ବିଜେଡି ଓ ବିଜେପି ଘର ସଜାଡୁ ଥିବାବେଳେ କଂଗ୍ରେସ କିନ୍ତୁ ଗୋଷ୍ଠୀ କନ୍ଦଳରେ ବୁଡ଼ି ରହିଛି।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.