କେଉଁ ବୟସର ଶିଶୁ ମାସ୍କ ପିନ୍ଧିବା ଜରୁରୀ ? ଗାଇଡଲାଇନ୍ ଜାରି କଲା WHO

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ,୨୩|୦୮: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧୁଛନ୍ତି । ତେବେ ମାସ୍କ ବେଶୀ ବୟସ୍କଙ୍କ ପାଇଁ ଜରୁରୀ ନା ଶିଶୁଙ୍କ ପାଇଁ ତାକୁ ନେଇ ପ୍ରଶ୍ନ ଉଠେ । ଏବେ ଶିଶୁଙ୍କ ମାସ୍କ ପିନ୍ଧିବାକୁ ନେଇ ଗାଇଡଲାଇନ୍ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ ।

ନୂଆ ଗାଇଡଲାଇନରେ ଡବ୍ଲ୍ୟୁଏଚଓ କହିଛି ଯେ, ୧୨ ବର୍ଷରୁ ଅଧିକ ବୟସର ଶିଶୁମାନେ ବୟସ୍କଙ୍କ ଭଳି ମାସ୍କ ପିନ୍ଧିବା ଉଚିତ । କାରଣ ବୟସ୍କଙ୍କ ଭଳି ସେମାନଙ୍କୁ ମଧ୍ୟ କରୋନାର ବିପଦ ବେଶୀ ରହିଛି । ଶିଶୁମାନେ ସେହି ସବୁ ସ୍ଥାନରେ ମାସ୍କକୁ ନିଶ୍ଚିତ ଭାବେ ବ୍ୟବହାର କରିବା ଆବଶ୍ୟକ ଯେଉଁଠାରେ ସାମାଜିକ ଦୂରତାକୁ ପାଳନ କରାଯାଉ ନାହିଁ । କରୋନା ସଂକ୍ରମଣ ଆଶଙ୍କା ଥିବା ସ୍ଥାନରେ ମଧ୍ୟ ମାସ୍କ ବ୍ୟବହାର କରିବା ଜରୁରୀ । କିନ୍ତୁ ୫ ବର୍ଷରୁ କମ୍ ବୟସର ଶିଶୁମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।

ତେବେ ଶିଶୁଙ୍କ ପାଇଁ କୋଭିଡ-୧୯ ଭାଇରସ କେତେ ଘାତକ ସାବ୍ୟସ୍ତ ହେବ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କିଛି କୁହାଯାଇ ନାହିଁ । ତେବେ ସଙ୍ଗଠନ କହିଛି ଯେ, ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ କରୋନା ହେବାର ସମ୍ଭାବନା କମ୍ । ୬ରୁ ୧୧ ବୟସର ଶିଶୁମାନେ ସଂକ୍ରମଣ ଆଶଙ୍କା ଥିବା ଓ ଗହଳି ସ୍ଥାନରେ ମାସ୍କ ପିନ୍ଧିବା ଉଚିତ ।

ଏଥତ୍ ବ୍ୟତୀତ ଖେଳିବା ସମୟରେ ଶିଶୁଙ୍କ ମାସ୍କ ଆବଶ୍ୟକ ନାହିଁ କିନ୍ତୁ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.