Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଖୁସି ଖବର : ଫାଇଜର୍ ଟିକାକୁ ମଞ୍ଜୁରୀ ପ୍ରଦାନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

1/01/2021 at 10:37 AM

ନୂଆଦିଲ୍ଲୀ,୦୧/୦୧: ଫାଇଜର୍ ଓ ବାୟୋଏନଟେକର କରୋନା ଭାକସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଞ୍ଜୁରୀ ପ୍ରଦାନ କରିଛି । ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ସେହିପରି ଭାରତରେ ମଧ୍ୟ ଶୁକ୍ରବାର ଅକ୍ସଫୋର୍ଡ ଭାକସିନକୁ ମଞ୍ଜୁରୀ ମିଳିପାରେ । ଏନେଇ ଶୁକ୍ରବାର ଏକ ବୈଠକ ବସିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ ପରେ ଫାଇଜର ଭାକସିନର ବ୍ୟବହାର ରାସ୍ତା ଖୋଲିଯାଇଛି । ଏହାସହ ଗରିବ ଦେଶ କିପରି ଭାବେ ଭାକସିନ୍ ପାଇପାରିବେ ସେନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ୟୁଏନର ସ୍ୱାସ୍ଥ୍ୟ ଏଜେନ୍ସି ଭାକସିନର ସମୀକ୍ଷା ପରେ କହିଛି ଯେ, ଏଥିରେ ସୁରକ୍ଷା ଓ ପ୍ରଭାବର ସମସ୍ତ ମାପଦଣ୍ଡ ପୂରଣ କରାଯାଇଛି । ଏହାକୁ ପୂର୍ବରୁ ଆମେରିକା, ବ୍ରିଟେନ, ୟୁରୋପୀୟ ସଙ୍ଘ ସହ ଅନେକ ଦେଶ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଫାଇଜରକୁ ସର୍ବପ୍ରଥମେ ବ୍ରିଟେନ ହିଁ ଅନୁମତି ପ୍ରଦାନ କରିଥିଲା । ଏହାପରେ ଆମେରିକା ଏହି ଭାକସିନକୁ ଅନୁମତି ଦେଇଥିଲା ।

   Related Posts