Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳିରୁ କେଉଁ ଦଳରୁ କିଏ ପାଇବ ଟିକେଟ୍… ଜାଣନ୍ତୁ

14/02/2019 at 5:06 PM

ବଲାଙ୍ଗିର ୧୪|୨: ଆଉ ବିଦେଶୀ ନୁହଁ, ଏଥର ଦେଶୀ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନମଣ୍ଡଳିରେ ଏ ନାରା ଏବେ ଜୋର ଧରିଛି । ଏହାର ଅର୍ଥ ହେଉଛି- ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଜଣେ ନେତାଙ୍କୁ ବିଧାୟକ ଭାବେ ଏଥର ଦେଖିବାକୁ ଚାହାଁନ୍ତି ଭୋଟର । ଇଏ ସିନା ଭୋଟରଙ୍କ ମୁଡ୍- ତିନି ପ୍ରମୁଖ ଦଳ କିନ୍ତୁ ଲୋଇସିଂହାରେ ନୂଆ ମୁହଁ ଦେଇ ଚକ୍‌ମା ଦେବା ଯୋଜନାରେ ଅଛନ୍ତି ।

ଲୋଇସିଂହା ନିର୍ବାଚନମଣ୍ଡଳିରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ?  କିଏ କେଉଁ ଦଳରୁ ଲଢିଲେ କାହାକୁ ଟକ୍କର ଦେବ ?  ଏ ଚର୍ଚ୍ଚା ଏବେ ଜୋର ଧରିଛି । ଚର୍ଚ୍ଚାକୁ ବଳ ଦେଇଛି ନୂଆ ନୂଆ ନେତାଙ୍କ ସଭା ସମିତି, ସମ୍ମିଳନୀ । ବିଜେଡି ଏଥର ଯୋଗେନ୍ଦ୍ର ବେହେରାଙ୍କ ବଦଳରେ ତାଙ୍କ ପୁଅ ନିହାରଙ୍କୁ ଟିକେଟ୍ ଦେବା ଯୋଜନାରେ ଥିବା ଶୁଣିବାକୁ ମିଳୁଛି । ବିଜେପି ଟିକେଟ୍ ରେସ୍‌ରେ ଯୁବ ବୈଜ୍ଞାନିକ ମୁକେଶ ମହାଲିଙ୍ଗ ଆଗରେ । ସେହିପରି କଂଗ୍ରେସରେ ରମାକାନ୍ତ ସେଠ୍ ଙ୍କ ନାଁକୁ ନେଇ ଚର୍ଚ୍ଚା । ପ୍ରାର୍ଥୀ ଚୟନକୁ ନେଇ ତିନି ପ୍ରମୁଖ ଦଳ କସରତ ଚଳାଇଥିବା ବେଳେ ଭୋଟର କିନ୍ତୁ ଚାହୁଁଛନ୍ତି ଦେଶୀ ମୁହଁ । ଯାହାକୁ ନେଇ ବୁଲେଇ ବଙ୍କେଇ ଉତ୍ତର ରଖିଛନ୍ତି ଆଶାୟୀ ।ବିଜେଡିର ଆଶାୟୀ ପ୍ରାର୍ଥୀ  ନିହାର ରଞ୍ଜନ ବେହେରା ଏବଂ ବିଜେପିର ଆଶାୟୀ ପ୍ରର୍ଥୀ ମୁକେଶ ମହାଲିଙ୍ଗ ।

୧୯୫୭ ରୁ ଏଯାଏ ୧୪ ଜଣ ବିଧାୟକଙ୍କୁ ଦେଖିଛି ଲୋଇସିଂହା ନିର୍ବାଚନମଣ୍ଡଳି । କେବଳ ରମାକାନ୍ତ ସେଠ୍‌ ଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନିର୍ବାଚନ ମଣ୍ଡଳି ବାହାରର । ୨୦୦୯ରେ ରମାକାନ୍ତ ବିଜେଡି ଟିକେଟ୍ ରେ ଜିତିଥିଲେ । ଏବେ ଦଳ ବଦଳ କରି କଂଗ୍ରେସରେ । ୨୦୦୪ ଓ ୧୯୯୦, ଦୁଇ ଥର ଏହି ନିର୍ବାଚନ ମଣ୍ଡଳିରୁ ପ୍ରତିନିଧିତ୍ବ କରିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର । ଗତଥର ଯୋଗେନ୍ଦ୍ର ସିଂହ ଏଠାରୁ ଜିତି ମନ୍ତ୍ରୀ ହୋଇଥିଲେ । କେହି କିନ୍ତୁ ଲୋଇସିଂହା ଅଞ୍ଚଳର ନୁହଁନ୍ତି । ବାହାର ନେତାଙ୍କୁ ଏଠି ବେଶୀ ଗୁରୁତ୍ବ ଦିଆଯାଇଛି । ଏଥର କିନ୍ତୁ ଭୋଟର ଏହାକୁ ଆଉ ଗ୍ରହଣ କରିବା ମୁଡ୍ ରେ ନାହାନ୍ତି । ଆଉ ବିଦେଶୀ ନୁହେଁ, ଏଥର ଦେଶୀ ବୋଲି ନାରା ଶୁଭିଲାଣି ।  

ଦେଶୀ ନା ବିଦେଶୀ, କାହାକୁ ଭରସା କରିବେ ପ୍ରମୁଖ ଦଳ-  ଆଉ କାହାମୁଣ୍ଡରେ ସୁନା କଳସ ଢାଳିବେ ଜନତା ଜନାର୍ଦ୍ଦନ- ତାକୁ ଦେଖିବାକୁ ବାକି ରହିଲା ।

   Related Posts