Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଶବାଗାରକୁ ଯାଇ ସୁଶାନ୍ତଙ୍କ ମୃତଦେହ ଦେଖିବାକୁ ରିୟାଙ୍କୁ ଅନୁମତି ଦେଲା କିଏ? ଜାଣି ନ ଥିଲେ ଡାକ୍ତରଖାନା ଡିନ୍-ଏଚ୍ଓଡି

1/09/2020 at 2:14 PM

ମୁମ୍ବାଇ ତା ୦୧/୦୯- ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାର ଖିଅ ଖୋଜିବା ପାଇଁ ସିବିଅାଇ ସୁଶାନ୍ତଙ୍କ ପ୍ରେମିକା ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କୁ କ୍ରମାଗତ ଚାରି ଦିନ ଜେରା କରିଛି। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୌଭିକ୍ ତଥା ରୋଷେୟା ନୀରଜଙ୍କୁ ମଧ୍ୟ ପଚରାଉଚରା କରୁଛି। ଏ ସବୁ ଭିତରେ ମହାରାଷ୍ଟ୍ର ମାନବାଧିକାର ଅାୟୋଗ କୁପର୍ ହସପିଟାଲର ଡିନ୍ ଏବଂ ଏଚ୍ଓଡିଙ୍କୁ ପଚରାଉଚରା କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ତାଙ୍କ ଶବ ଦେଖିବା ପାଇଁ କୁପର୍ ହସପିଟାଲର ଶବଗୃହକୁ କାହିଁକି ଓ କିପରି ଯାଇଥିଲେ ସେ ନେଇ ପଚରାଉଚରା କରିଛି ସିବିଅାଇ ଟିମ୍।
ଜେରା ବେଳେ ହସ୍ପିଟାଲର ଡିନ୍ କହିଛନ୍ତି, ହସ୍ପିଟାଲକୁ ଏ ବିଷୟରେ କିଛି ଜଣା ନାହିଁ ଯେ ରିୟା ଜୁନ୍ ୧୫ରେ ଶବଗୃହକୁ ଯାଇଥିଲେ। ଡିନ୍ ପିନାକିନ୍ ଗୁଜ୍ଜର କୌଣସି ‘ଭୁଲ୍ କାମ’ କରିବା ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି। ହସ୍ପିଟାଲ୍ ପ୍ରଶାସନ ରିୟାଙ୍କୁ ଶବଗୃହକୁ ଯିବା ପାଇଁ କୌଣସି ଅନୁମତି ଦେଇ ନ ଥିଲେ। ଏପରିକି ହସ୍ପିଟାଲ୍ ଏଚ୍ଓଡି ମଧ୍ୟ ଜୁନ୍ ୧୫ରେ ରିୟା ଶବାଗୃହକୁ ଯାଇଥିବା ବାବଦରେ ଜାଣି ନ ଥିବା କହିଛନ୍ତି। ତେବେ ଅାୟୋଗ ଏ ଦୁହିଁଙ୍କ ଉତ୍ତରରେ ଅାଦୌ ସନ୍ତୁଷ୍ଟ ହୋଇ ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ରିୟା ସେଦିନ ଶବଗୃହରେ ପହଞ୍ଚିଲେ କେମିତି? କ’ଣ ତାଙ୍କୁ ମୁମ୍ବାଇ ପୋଲିସ୍ ସହଯୋଗ କରିଥିଲା?


ଏବେ ଏ ମାମଲାରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଅାୟୋଗର ଅଧ୍ୟକ୍ଷ ଏମଏ ସଇଦ୍ ଗୁଜ୍ଜରଙ୍କୁ ସେପ୍ଟେମ୍ବର ସାତ ସୁଦ୍ଧା ଲିଖିତ ଅାକାରରେ ପୂରା ବୟାନ ଦେବାକୁ କହିଛନ୍ତି। ଅନ୍ୟପକ୍ଷେ ପିନାକିନ୍ ଗୁଜ୍ଜର ଏ ଘଟଣା ପାଇଁ ମୁମ୍ବାଇ ପୋଲିସକୁ ଦାୟୀ କରିଛନ୍ତି।
ସିବିଅାଇ ସୋମବାର ପଚରାଉଚରା ପାଇଁ ସୁଶାନ୍ତ ଭଉଣୀ ମିତୁ ସିଂହଙ୍କୁ ଡାକିଥିଲେ। ଏମିତି ବି ଅାଶା କରାଯାଉଛି ସିବିଅାଇ ସୁଶାନ୍ତଙ୍କ ଦ୍ବିତୀୟ ଭଉଣୀ ପ୍ରିୟଙ୍କା ସିଂହ ଓ ତାଙ୍କ ସ୍ବାମୀ ସିଦ୍ଧାର୍ଥଙ୍କୁ ପଚରାଉଚରା କରିବା ପାଇଁ ଡାକିପାରେ।


କ’ଣ ଜୁନ୍ ୧୨ରେ ସୁଶାନ୍ତଙ୍କ ଘରେ ଥିଲେ ରିୟା? ଫଟୋରୁ ଉଠିଲା ପ୍ରଶ୍ନ
ସୁଶାନ୍ତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀ ମୁମ୍ବାଇ ପୋଲିସ୍, ଇଡି, ସିବିଅାଇକୁ ନିଜ ବୟାନରେ କହିଥିଲେ ଜୁନ୍ ୮ରେ ସେ ସୁଶାନ୍ତଙ୍କ ଘରୁ ଚାଲିଯାଇଥିଲେ। ରିୟା ଏକ ସାକ୍ଷାତକାରରେ ଏକଥା ବି କହିଥିଲେ ଏହା ପରେ ତାଙ୍କର ସୁଶାନ୍ତଙ୍କ ସହ କୌଣସି କଥାବାର୍ତା ହୋଇ ନ ଥିଲା କାରଣ ସେ ରାଗରେ ସୁଶାନ୍ତଙ୍କ ନମ୍ବର ବ୍ଲକ୍ କରି ଦେଇ ଥିଲେ। ଏବେ କିନ୍ତୁ ସାମାଜିକ ଗଣମାଧ୍ୟମରେ କିଛି ଫଟୋ ସାମ୍ନାକୁ ଅାସିଛି ଯାହା ରିୟାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ହେଉଛି ଜୁନ୍ ୧୨ରେ ରିୟା କ’ଣ ସୁଶାନ୍ତଙ୍କ ଘରେ ଥିଲେ ? ଏମିତି ବି ହୋଇପାରେ ଏ ସବୁ ଫଟୋ ପୁରୁଣା ହୋଇଥାଇପାରେ ଓ ଜୁନ୍ ୧୨ରେ ପୋଷ୍ଟ କରାଯାଇଛି।


ରିୟାଙ୍କ କିଛି ଫଟୋକୁ ଗୋଟିଏ କେକ୍ ସପ୍ ତା’ ଇନଷ୍ଟାଗ୍ରାମ୍ରେ ସେୟାର୍ କରିଛି। ଏ ସବୁ ଫଟୋ ଜୁନ୍ ୧୨ ତାରିଖର। କେକ୍ ସପ୍ କହିଛି ରିୟା ନିଜ ଇନଷ୍ଟା ଷ୍ଟୋରିରେ ବିଏସବୁ ସେୟାର୍ କରିଥିଲେ। ଫଟୋ ସହିତ ରିୟା କେକ୍ ସପ୍କୁ ଧନ୍ୟବାଦ ଜଣାଇବା ସହ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର୍ ଶ୍ରୁତି ମୋଦିଙ୍କ ନାଁ ମଧ୍ୟ ନେଇଥିଲେ।
ଏବେ ପ୍ରଶ୍ନ ଉଠୁଛି ଜୁନ୍ ୧୨ରେ ସେ କାହା ପାଇଁ କେକ୍ ଅର୍ଡର କରିଥିଲେ। ତେବେ ରିୟାଙ୍କ ଠିକ୍ ପଛରେ ଯେଉଁ ଜାଗା ଦେଖାଯାଉଛି ତାହା ସୁଶାନ୍ତଙ୍କ ଲିଭିଂ ରୁମ୍ର। ଘରର ଗୋଟିଏ ଫ୍ରେମ୍ରେ ଜଣେ ମହାକାଶଚାରୀଙ୍କ ଫଟୋ ଲାଗିଛି। ଏମିତି ବି କୁହାଯାଉଛି ଫଟୋ ପୁରୁଣା ହୋଇପାରେ। ଫଟୋ କେକ୍ ସପ୍ର ପ୍ରମୋଶନ ପାଇଁ ହୋଇଥାଇପାରେ।

   Related Posts