Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ପ୍ରଥମେ କିଏ ରିସିଭ୍‌ କରିଥିଲା ବିନୋଦଙ୍କ ଫୋନ୍ ? ନିଖୋଜ ଯୁବକଙ୍କୁ ଖୋଜିବାରେ ବିଫଳ କିଶନ ନଗର ପୋଲିସ୍

4/06/2020 at 3:57 PM

କଟକ୪/୬: ନୂଆ କରି ବାହା ହୋଇଥିବା ନିଖୋଜ ଯୁବକଙ୍କୁ ଖୋଜିବାରେ ବିଫଳ ହୋଇଛି କିଶନ ନଗର ପୋଲିସ୍। କଟକ ଜିଲ୍ଲା କିଶନ ନଗର ଅଞ୍ଚଳର ଯୁବକ ନିଖୋଜ ବା ଅପହରଣ ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପ୍ରକୃତ ଅପରାଧୀକୁ ଧରିବାରେ ବିଫଳ ହୋଇଛି ପୋଲିସ୍। ନିଖୋଜ ଯୁବଜ ହେଲେ କିଶନ ନଗର ଅଞ୍ଚଳର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ କୁମାର ମଣ୍ଡଳ। ବିନୋଦ କିଶନ ନଗର କଲେଜରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରନ୍ତି। ବିନୋଦ ଗତ ମାସ ୨୬ ତାରିଖ ଦିନ ୯ ଟାରେ ସାଲେପୁର ଦେଇ କଟକ ବୋର୍ଡ କାର୍ଯ୍ୟାଳୟକୁ ଯିବେ ବୋଲି ଘରେ କହି ନିଜ ହିରୋହୁଣ୍ଡା ମଟର ସାଇକେଲରେ ବାହାରିଥିଲେ।

ଏପଟେ ନବ ବିବାହିତା ପତ୍ନୀ ଏବଂ ବାପା- ମାଆଙ୍କ ଆଖିରୁ ଶୁଖି ନାହିଁ ଲୁହ। ଲିଖିତ ଅଭିଯୋଗକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରକୃତ ଅପରାଧୀଙ୍କୁ ଧରିବାରେ ଅସକ୍ଷମ ହୋଇଛି। ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ  ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ବେଳେ ପ୍ରକୃତ ଅପରାଧୀ ପାଖରେ ପହଁଞ୍ଚି ପାରି ନାହିଁ। ଗତକାଲି କଟକ ଗ୍ରାମାଞ୍ଚଳ ଏସ୍‌ପି ପି. କେ ଜେନା ସାଲେପୁର ଏସଡିପିଓ ନିମାଇଁ ଚରଣ ସେଠୀ କିଶନନଗର ଥାନାରେ ଅଟକ ଯୁବକଙ୍କୁ ପଚରାଉଚରା କରିଥିଲେ। ଏହାସହ ବିନୋଦ ମଣ୍ଡଳଙ୍କ ପତ୍ନୀ, ବାପାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ହେଲେ ଏହି ଘଟଣାରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ, ବାପା ବିଜୟ କୁମାର ମଣ୍ଡଳ ବାରମ୍ବାର ଫୋନ୍‌ରେ ପୁଅ ସହ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ। ବିନୋଦଙ୍କ ଫୋନ୍‌କୁ ପ୍ରଥମେ କିଏ ଜଣେ ନିଜକୁ ବୋର୍ଡ ସିକ୍ୟୁରିଟି ଗାର୍ଡର ପରିଚୟ ଉଠାଇ ଥିଲେ। ପୁର୍ନବାର ମଧ୍ୟ ବିନୋଦଙ୍କ ବାପା ଫୋନ୍ କରିଥିଲେ। ପୁଣି ମଧ୍ୟ ତାଙ୍କ ବାପାଙ୍କୁ ସମାନ ମିଳିଥିଲା।

ହେଲେ ସନ୍ଧ୍ୟା ପରେ ବିନୋଦଙ୍କ ଫୋନ୍‌ଟି ସୁଇଜ ଅଫ୍ ହୋଇଯାଇଥିବା ତାଙ୍କ ବାପା କହିଛନ୍ତି। ଶେଷରେ ବିନୋଦଙ୍କ ବାପା ସନ୍ଦେହ କରି ପୁଅକୁ ଖୋଜାଖୋଜି କରିଥିଲେ। ପରେ କିଶନ ନଗର ଥାନାରେ ପୁଅର ଅଭିଯୋଗ ହୋଇଥିବା ନେଇ ଏକ ଏତଲା ଦେଇଥିଲେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି, ପ୍ରଥମେ ବିନୋଦଙ୍କ ପୁଅ କିଏ ଉଠାଇଥିଲା ?  ଯିଏ ନିଜକୁ ବୋର୍ଡ ଅଫିସ୍‌ର ସିକ୍ୟୁରିଟି ବୋଲି କହି ପରିଚୟ ଦେଇଥିଲେ। ସିଏ କଣ ସତରେ ସିକ୍ୟୁରିଟି ଗାର୍ଡ ନା ଆଉ କିଏ ? ଯଦି ନା ତେବେ ସେହି ବ୍ୟକ୍ତି କିଏ, ଯିଏ ବିନୋଦଙ୍କ ଫୋନ୍ ରିସିଭ୍‌ କରିଥିଲେ। ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ପୁଅକୁ ନପାଇବାରୁ କିଶନ ନଗର ଥାନାରେ କେହି ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ।

   Related Posts