Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଟ୍ରମ୍ପଙ୍କ କଡା ଆଭିମୁଖ୍ୟର ପ୍ରଭାବ, କରୋନା ମୁକାବିଲାରେ WHO ଭୂମିକାର ହେବ ଯାଞ୍ଚ

19/05/2020 at 10:12 PM

ନୂଆଦିଲ୍ଲୀ ୧୯।୦୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ଆଭିମୁଖ୍ୟ ପରେ କରୋନା ଭୂତାଣୁ ସଂକ୍ରମଣ ମହାମାରୀ ମୁକାବିଲାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଭୂମିକାର ଯାଞ୍ଚ ହେବ। ଡବ୍ଲ୍ୟୁଏଚଓର ସଦସ୍ୟ ଦେଶ ଏହି  ବିଶ୍ଵ ସଙ୍କଟ ସମୟରେ ମିଳିତ ଜାତି ସଂଘର ଏହି ଏଜେନ୍ସିର ରହିଥିବା ଭୂମିକା ଉପରେ ଯାଞ୍ଚ କରିବାକୁ ସହମତି ପ୍ରକାଶ କରିଛନ୍ତି। ଡବ୍ଲ୍ୟୁଏଚଓର ବାର୍ଷିକ ସଭାରେ ଯୋଗ ଦେଉଥିବା ଦେଶ ଏହି ସଙ୍କଟ ସମୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ୍ କରି ସାଧାରଣ ସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ କରିଛନ୍ତି।

ୟୁରୋପିୟନ ୟୁନିୟନ ଦ୍ଵାରା ଉପସ୍ଥାପିତ ପ୍ରସ୍ତାବରେ ମହାମାରୀର ଅନ୍ତରାଷ୍ଟ୍ରୀୟସ୍ତରରେ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ କରିବା ଏବଂ ଯାଞ୍ଚ କରିବାକୁ ଦାବି କରାଯାଇଛି। ସମଗ୍ର ଦୁନିଆରେ କରୋନା ଭୂତାଣୁ ମହାମାରୀରେ ୪୮ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ  ହୋଇଥିବା ବେଳେ ୩ ଲକ୍ଷ ୧୮ ହଜାରରୁ ଅଧିକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି।

ପ୍ରସ୍ତାବରେ ଆମେରିକା ସାମିଲ

ପ୍ରସ୍ତାବରେ କୁହାଯାଇଛି, ଯାଞ୍ଚରେ ଏହା ସାମିଲ କରାଯାଉ ଯେ, କରୋନା ଭାଇରସ୍‌ ମହାମାରୀ ସମ୍ବନ୍ଧରେ ଡବ୍ଲ୍ୟୁଏଚଓ କେବ, କେଉଁ ସମୟରେ ପଦକ୍ଷେପ ନେଇଛି। ଆମେରିକା ଏହି ସହମତିରେ ନିଜକୁ ସାମିଲ କରାଇଛି। କିଛି ଦେଶ ଆଶଙ୍କା ପ୍ରକାଶ କରିଥିଲେ ଯେ, ଆମେରିକା ଏଥିରୁ ନିଜକୁ ଅଲଗା କରି ଦେବ।

ଆମେରିକା ସୋମବାର ଏହି ସଭାର ପ୍ରଥମ ଦିନରେ ଡବ୍ଲ୍ୟୁଏଚଓକୁ ତାଗିଦ୍ କରିଥିଲା ଏବଂ ଏହାକୁ ଚୀନର ଶୁଆ ବୋଲି କହିଥିଲା। ମଙ୍ଗଳବାର ପ୍ରସ୍ତାବରେ ସଦସ୍ୟ ଦେଶ କୋଭିଡ୍-୧୯ ବିରୋଧୀ କୌଣସି ଉପଚାର, ସାମଗ୍ରୀ ଓ ଉପକରଣ ନିର୍ଦ୍ଧାରିତ ସମୟରେ ପହଞ୍ଚାଇବା ସୁନିଶ୍ଚିତ କରିବାକୁ ଆହ୍ଵାନ କରିଛନ୍ତି।

ଭାଇରସ୍‌ର ଉତ୍ସ  କେଉଁଠି ରହିଛି ତାର ହେବ ଯାଞ୍ଚ

ପ୍ରସ୍ତାବରେ ଏହି ଭୂତାଣୁ କେଉଁଠୁ ଉତ୍ପନ ହୋଇଛି ଏହି ବିବାଦୀୟ ପ୍ରସଙ୍ଗ ମଧ୍ୟ ସାମିଲ ରହିଛି। ଏହି ସମ୍ବନ୍ଧରେ ଡବ୍ଲ୍ୟୁଏଚଓ କଣ କଣ ସୂଚନା ଦେଇଛି ତାର ଯାଞ୍ଚ କରିବାକୁ ଦାବି ଅପିଲ୍ କରାଯାଇଛି।

   Related Posts