Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଶେଷରେ ମାନିଲା WHO, କରୋନା ଭାଇରସ୍ ବ୍ୟାପିବାରେ ଉହାନ ଦାୟୀ

8/05/2020 at 8:36 PM

ବେଜିଂ ୦୮।୦୫: କରୋନା ଭାଇରସ୍‌କୁ ନେଇ ସାରା ଦୁନିଆ ଚୀନ ଉପରେ ଦୋଷ ଲଦୁଛନ୍ତି। ଭାଇରସ୍‌କୁ ନିଜ ଦେଶରେ ଠିକ୍ ସମୟରେ ରୋକିବାରେ ଚୀନ ବିଫଳ ହେବା ସହିତ ଏହି ମହାମାରୀ ବିଷୟରେ ସମଗ୍ର ବିଶ୍ଵକୁ ଅନ୍ଧକାରରେ ରଖିଥିବା ଅଭିଯୋଗ ହେଉଛି। ଚୀନକୁ ସମର୍ଥନ କରୁଥିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ଉପରେ ମଧ୍ୟ ଆରୋପ ଲାଗିଛି। WHOର ଆଭିମୁଖ୍ୟକୁ ଦେଖି ଯେ କେହି ବି ଏହାର କାର୍ଯ୍ୟଶୈଳୀ ପ୍ରତି ଆଙ୍ଗୁଳି ଉଠାଇଛନ୍ତି। ଶେଷରେ ଏହି ସଂସ୍ଥା ମାନିଛି ଯେ, ଚୀନର ଉହାନ ବଜାର କରୋନା ଭାଇରସ୍‌ ସଂକ୍ରମଣରେ ବଡ ଭୂମିକା ରହିଛି। ଏହି ଦିଗରେ ଆହୁରି ଗବେଷଣା କରାଯିବାର ଆବଶ୍ୟକତା ଥିବା ଡବ୍ଲ୍ୟୁଏଚଓ କହିଛି।

ଡବ୍ଲ୍ୟୁଏଚଓର ଫୁଡ୍ ସେଫ୍‌ଟୀ ଜୁନାଟିକ ଭାଇରସ୍‌ର ବିଶେଷଜ୍ଞ ଡ. ପିଟର ବେନ୍ ଏମ୍ବରେକ୍ କହିଛନ୍ତି, ଉହାନ ବଜାରର କରୋନା ଭାଇରସ୍‌ ବ୍ୟାପିବାରେ ବଡ ଭୂମିକା ରହିଛି। ମାତ୍ର ସ୍ପଷ୍ଟ ହୋଇ ନାହିଁ ଯେ, କେମିତି ଏବଂ କିପରି ଭୂମିକା ରହିଛି। କଣ  ଉହାନ ବଜାର ଭାଇରସ୍‌ର ସ୍ରୋତ ଥିଲା। କିନ୍ତୁ ଚୀନ ଜାନୁଆରୀରେ ଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ଉହାନ ବଜାରକୁ ବନ୍ଦ କରି ଦେଇଥିଲା।

ପିଟର କହିଛନ୍ତି, ଏହା ସ୍ପଷ୍ଟ ନୁହେଁ ଯେ, ଜୀବନ୍ତ ପଶୁ କି ସଂକ୍ରମିତ ଦୋକାନୀ କି ସଂକ୍ରମିତ ଗ୍ରାହକ ଏମାନଙ୍କ ମଧ୍ୟରୁ କିଏ ପ୍ରଥମେ ଭାଇରସ୍‌କୁ ଏହି ବଜାରକୁ ଆଣିଥିଲା। ଏହା ଉପରେ ଯାଞ୍ଚର ଆବଶ୍ୟକତା ରହିଛି।  ପିଟର ଚୀନ ଉପରେ ଆମେରିକା ଲଗାଉଥିବା ଆରୋପ ଉପରେ କୌଣସି ଉତ୍ତର ଦେଇ ନାହାନ୍ତି। ପିଟର କହିଛନ୍ତି,  ମର୍ସ ଭାଇରସ୍‌ ଓଟରୁ ସୃଷ୍ଟି ହେଉଥିବା ଏହା ଜାଣିବା ଲାଗି ଗବେଷକଙ୍କୁ ବର୍ଷେ ସମୟ ଲାଗି ଯାଇଥିଲା। ଏବେ ମଧ୍ୟ କୌଣସି ବିଳମ୍ବ ଘଟିନାହିଁ। ମର୍ସ ଭାଇରସ୍‌ ୨୦୧୨ରେ ସାଉଦି ଆରବରୁ ସୃଷ୍ଟି ହୋଇଥିଲା ଏବଂ ମିଡିଲ୍ ଇଷ୍ଟକୁ ବ୍ୟାପି ଯାଇଥିଲା।

ପିଟର କହିଛନ୍ତି, ଏହାର ସମ୍ଭାବନା ଅଧିକ ଯେ, ଚୀନ ପାଖରେ ଯାଞ୍ଚ ପାଇଁ ସମସ୍ତ ପ୍ରକାରର ସାଧନ ରହିଛି ଏବଂ ବହୁତ ଯୋଗ୍ୟ ଗବେଷକ ମଧ୍ୟ ଅଛନ୍ତି। ସମଗ୍ର ବଜାରର ମାଂସ ବଜାରରେ ନିୟମ ପାଳନ କରିବା, ସଫା ସୁତୁରା ରଖିବା ଉପରେ ଜୋର ଦେଇଛନ୍ତି।

   Related Posts