କିଏ କଲା ଅପହରଣ…? ସ୍ତ୍ରୀଙ୍କ କଥା ଶୁଣି ଦୋଛକିରେ ପୋଲିସ୍
3/06/2020 at 6:57 PM

କିଶନନଗର୩/୬: ପୁଅକୁ କିଏ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କଲେ ବାପା। ନିଖୋଜ ଯୁବକ ହେଲେ କିଶନ ନଗର ଅଞ୍ଚଳର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ କୁମାର ମଣ୍ଡଳ। କିଶନ ନଗର କଲେଜରେ ଅଧ୍ୟାପକ ଅଛନ୍ତି ବିନୋଦ। ଗତମାସ ୨୬ ତାରିଖ ଦିନ ୯ଟା ସମୟରେ ବିନୋଦ ସାଲେପୁର ଦେଇ କଟକ ବୋର୍ଡ କାଯ୍ୟାଳୟକୁ ଯିବେ ବୋଲି ଘରେ କହି ନିଜ ହୀରୋହୁଣ୍ଡା ମଟର ସାଇକେଲରେ ବାହାରିଥିଲେ। ନିଖୋଜ ଯୁବକଙ୍କ ବାପା ବିଜୟ କୁମାର ମଣ୍ଡଳ ପୁଅକୁ ବାରମ୍ବାର ଫୋନରେ ଯୋଗାଯୋଗ କରୁଥିଲେ।
ପ୍ରଥମେ ଜଣେ ନିଜକୁ ବୋର୍ଡ ସିକୁରୀଟି ଗାର୍ଡର ପରିଚୟ ଦେଇ ଫୋନ ଉଠାଇ ଥିଲେ।ପୁର୍ନରବାର ମଧ୍ୟ ଫୋନ କରିବାରୁ ସମାନ ଉତ୍ତର ପାଇଥିଲେ। ହେଲେ ସନ୍ଧ୍ୟା ପରେ ଫୋନଟି ସୁଇଜ ଅଫ୍ ଦେଖାଇ ଥିଲା।ବାପା ସନ୍ଦେହ କରି ଖୋଜାଖୋଜି କରିଥିଲେ। ହେଲେ ନ ପାଇବାରୁ କିଶନନଗର ଥାନାରେ କେହି ପୁଅକୁ ଅପହରଣ କରି ନେଇଥିବା ବାପା ଅଭିଯୋଗ କରିଛନ୍ତି। ଏପଟେ ନବ ବିବାହିତା ବିନୋଦଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ଭିତରେ କୌଣସି ମନମାଳିନ କିମ୍ବା ପାଟି ଝଗଡା ନଥିଲା। ହେଲେ ତାଙ୍କ ପତ୍ନୀ ପାଖକୁ ସାଲେପୁର ପାଗା ଅଞ୍ଚଳରୁ ବାରମ୍ବାର ଫୋନରେ ଧମକ ଆସୁଥିଲା। ଫୋନ୍ରେ କହିଥିଲେ ଯେ, ମୁଁ ତୁମକ ଶାନ୍ତିରେ ରଖାଇ ଦେବୀ ନାହିଁ, ତୁ ମୋତେ ଭଲ ପାଉ ଥିଲୁ, ତୁ ମୋତେ ବାହାହେଲୁନି।ମୁଁ ତତେ ଭଲରେ ରଖାଇ ଦେବିନି ମୋତେ ଧମକ ଆସୁଥିଲା।
ସେ ମୋ ସ୍ବାମୀକୁ ଅପହରଣ କରିନେଇ ରଖିଥିବାର ଅଭିଯୋଗ ଆଣିଛନ୍ତି। ଏପଟେ ପୋଲିସ ସନ୍ଦେହରେ ଦୁଇ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ସହ ଅପରାଧୀକୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି।