Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କରୋନା ଭାଇରାସ୍‌କୁ ଲାଗୁନି ବ୍ରେକ, ଗ୍ଲୋବାଲ ଭାଇରସ୍ ଏମରଜେନ୍ସି’ ଘୋଷଣା କଲେ WHO

31/01/2020 at 11:26 AM

ଜେନେଭା ୩୧।୦୧: ଚୀନ୍ ରୁ ଆରମ୍ଭ ହୋଇ ୧୭ଟି ଦେଶକୁ ବ୍ୟାପିଥିବା ‘କରୋନା ଭାଇରସ୍’ କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ସଙ୍କଟ’ ଭାବରେ ଘୋଷଣା କରିଛି। ତେବେ ଜେନେଭା ସ୍ଥିତ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଚୀନ୍  ଭ୍ରମଣ ଏବଂ ଚୀନ୍  ସହ ବାଣିଜ୍ୟ କରାଯିବା ଉପରେ କୌଣସି କଟକଣା ଲାଗୁ କରିନାହିଁ।

କରୋନା ଭାଇରସ୍  ଯୋଗୁଁ ସମଗ୍ର ଚୀନ୍ ରେ ମୃତ୍ୟୁସଂଖ୍ୟା ୨୧୩ରେ ପହଞ୍ଚିଥିବା କଥା ଚୀନ୍ ର ସ୍ୱାସ୍ଥ୍ୟ ଅଧିକାରୀମାନେ ଘୋଷଣା କରିବା ପରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଏହି ଘୋଷଣା କରିଛି।  ସର୍ବାଧିକ କରୋନାଭାଇରସ୍  ଆକ୍ରାନ୍ତ କେନ୍ଦ୍ରୀୟ ଚୀନ୍  ପ୍ରଦେଶ ହୁବେଇରେ ଗୁରୁବାର ଆଉ ୪୨ଜଣଙ୍କର ମୃତ୍ୟୁ ଘଟିବା ପରେ ସମୁଦାୟ ମୃତବ୍ୟକ୍ତିଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି ପାଇଛି ।

ଚୀନ୍ ରେ କରୋନାଭାଇରସ୍  ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୦ ଟପିଯାଇଥିବା ବେଳେ କେବଳ ହୁବେଇ ପ୍ରଦେଶରେ ଆହୁରି ୧୨୦୦ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନ୍  ନାଗରିକଙ୍କୁ ବାଦଦେଲେ ପ୍ରାୟ ୭୫ ଜଣ ବିଦେଶୀ ନାଗରିକ ଭାଇରସ୍  ଆକ୍ରାନ୍ତ ଥିବା ଜଣାପଡ଼ିଛି।  ହଂକଂରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାକାଓ ସ୍ବତନ୍ତ୍ର ପ୍ରାଶାସନିକ କ୍ଷେତ୍ରରେ ୭ ଜଣ ଏବଂ ତାଇୱାନ୍ ରେ ୮ ଜଣଙ୍କର ଭାଇରସ୍  ଯୋଗୁଁ ମୃତ୍ୟୁ ହୋଇଛି।

ବିଶ୍ବବ୍ୟାପୀ କରୋନା ଭାଇରସ୍  ନେଇ ଭୟ ବଢ଼ିଚାଲିଛି। ଆମେରିକା ତା’ର ନାଗରିକମାନଙ୍କୁ ଚୀନ୍ ରୁ ଖାଲି କରାଉଥିବା ବେଳେ ଜାପାନ୍ , ରୁଷ୍ , ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ,ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି । ଚୀନ୍  ସହ ତା’ର ୪୩୦୦ କିମି ସୀମାକୁ ବନ୍ଦ କରିଛି ରୁଷ୍ ।

   Related Posts