Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ମହାମାରୀ ସମୟରେ ଫିଟ୍ ରହିବାକୁ ଯୁବକ-ଯୁବତୀ ଏବଂ ପିଲାମାନେ ଶାରୀରିକ ବ୍ୟାୟାମ କରିବା ଆବଶ୍ୟକ-WHO

26/11/2020 at 8:05 PM

ନୂଆଦିଲ୍ଲୀ ୨୬/୧୧ : କରୋନା ମହାମାରୀ ସମୟ​‌ରେ ସ୍ବାସ୍ଥ୍ୟର ଯତ୍ନ ନିତାନ୍ତ ଆବଶ୍ୟକ । ଏଥିପାଇଁ ଡାକ୍ତର ଅନେକ ପରାମର୍ଶ ଦେଉଛନ୍ତି । ଘରେ ରହି ବିଭିନ୍ନ ପ୍ରକାର ବ୍ୟାୟାମ କରିବା ସହିତ ସ୍ବାସ୍ଥ୍ୟପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର । ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି । WHO କହିଛି ଯେ, ଖାସ କରି ଯୁବକ-ଯୁବତୀମାନେ ସପ୍ତାହକୁ ଅତିକମରେ ୧୫୦ ମିନିଟ୍ ଶାରୀରିକ କାର୍ଯ୍ୟକଳାପ କରିବା ଆବଶ୍ୟକ । ଏହା ପରାମର୍ଶ ଦେଇଛି ଯେ ଶିଶୁ ଏବଂ କିଶୋରମାନେ ଦୈନିକ ହାରାହାରି ଏକ ଘଣ୍ଟା ଶାରୀରିକ ବ୍ୟାୟାମ କରନ୍ତୁ ଏବଂ ଇଲେକ୍ଟ୍ରୋନିକ୍ ସ୍କ୍ରିନ୍ ଗେଜେଟ୍ ଠାରୁ ଦୂରେଇ ରୁହନ୍ତୁ ।

ସମସ୍ତ ବୟସର ବ୍ୟକ୍ତିମାନେ ରୋଗରୁ ଦୂରେଇ ରହିବା ଏବଂ ସେମାନଙ୍କ ଜୀବନକାଳ ବଢାଇବା ପାଇଁ ଶାରୀରିକ କସରତ କରିବା ନିହାତି ଆବଶ୍ୟକ । ଏଥିପାଇଁ  WHO “ଏଭ୍ରି ମୁଭ୍ କାଉଣ୍ଟସ” ନାମରେ ଏକ ଅଭିଯାନ ଆରମ୍ଭ କରିଛି | ଶାରୀରିକ କସରତ କରିବା ଦ୍ବାରା କେବଳ ହୃଦ୍ ରୋଗ, ଟାଇପ୍-୨ ମଧୁମେହ ଏବଂ କର୍କଟ ରୋଗକୁ ରୋକିବାରେ ତଥା ପରିଚାଳନାରେ ସାହାଯ୍ୟ କରେ ତାହା ନୁହେଁ ବରଂ ଏହା ଉଦାସୀନତା ଏବଂ ଚିନ୍ତାକୁ ମଧ୍ୟ ହ୍ରାସ କରିଥାଏ ବୋଲି WHO ନିର୍ଦ୍ଦେଶକ ରୁଏଡିଗର୍ କ୍ରେଚ୍ କହିଛନ୍ତି ।

WHO ର ଫିଜିକାଲ ଏକ୍ସରସାଇଜ୍ ୟୁନିଟର ମୁଖ୍ୟ ଫିଓନା ବୁଲ କହିଛନ୍ତି ଯେ ପ୍ରତ୍ୟେକ ଦିନ ସକ୍ରିୟ ରହିବା କେବଳ ଆମ ଶରୀର ନୁହେଁ ଆମର ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ଅଟେ । ଯେଉଁମାନେ ଦୀର୍ଘ ଘଣ୍ଟା ବସିକି କାର୍ଯ୍ୟ କରନ୍ତି, କିମ୍ବା ଅଫିସରେ କାମ କରନ୍ତି ସେମାନେ ଶାରୀରିକ ବ୍ୟାୟାମ କରିବା ନିହାତି ଆବଶ୍ୟକ । ଗର୍ଭବତୀ ମହିଳା ଏବଂ ପ୍ରସବ ପରବର୍ତ୍ତୀ ମା ମାନେ ସପ୍ତାହକୁ ଅତିକମରେ ୧୫୦ ରୁ ୩୦୦ ମିନିଟ ଶରୀରିକ ବ୍ୟାୟମ କରିବା ଲାଭଦାୟକ ।

   Related Posts